କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କ ପିତାଙ୍କୁ ପ୍ରଥମେ ଆସିଥିଲା ୩ କଲ୍‌, ସାମ୍ନାକୁ ଆସିଲା ଏହି ଅଡିଓ କ୍ଲିପ୍‌

କୋଲକାତା,୩୦ା୮: କୋଲକାତାର ଆର୍‌ଜି କର ମେଡିକାଲ କଲେଜର ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯିବା ମାମଲାରେ ଦିନକୁ ଦିନ ନୂଆ କଥା ସବୁ ସାମ୍ନାକୁ ଆସୁଛି। ଏବେ ଏକ ଅଡିଓ କ୍ଲିପ୍‌ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ମୃତା ମହିଳା ଡାକ୍ତରଙ୍କ ପିତାଙ୍କୁ କଲ୍‌ କରି ପ୍ରଥମେ କୁହାଯାଇଥିଲା ଯେ, ବୋଧ୍‌ହୁଏ ଆପଣଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ଦୟାକରି ଶୀଘ୍ର ଆସନ୍ତୁ। ଅଗଷ୍ଟ ୯ରେ କୋଲକାତା ଆର.ଜି କର ମେଡିକାଲ କଲେଜ ଏବଂ […] The post କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କ ପିତାଙ୍କୁ ପ୍ରଥମେ ଆସିଥିଲା ୩ କଲ୍‌, ସାମ୍ନାକୁ ଆସିଲା ଏହି ଅଡିଓ କ୍ଲିପ୍‌ appeared first on Dharitri Odia News.

କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କ ପିତାଙ୍କୁ ପ୍ରଥମେ ଆସିଥିଲା ୩ କଲ୍‌, ସାମ୍ନାକୁ ଆସିଲା ଏହି ଅଡିଓ କ୍ଲିପ୍‌

କୋଲକାତା,୩୦ା୮: କୋଲକାତାର ଆର୍‌ଜି କର ମେଡିକାଲ କଲେଜର ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯିବା ମାମଲାରେ ଦିନକୁ ଦିନ ନୂଆ କଥା ସବୁ ସାମ୍ନାକୁ ଆସୁଛି। ଏବେ ଏକ ଅଡିଓ କ୍ଲିପ୍‌ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ମୃତା ମହିଳା ଡାକ୍ତରଙ୍କ ପିତାଙ୍କୁ କଲ୍‌ କରି ପ୍ରଥମେ କୁହାଯାଇଥିଲା ଯେ, ବୋଧ୍‌ହୁଏ ଆପଣଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ଦୟାକରି ଶୀଘ୍ର ଆସନ୍ତୁ।

ଅଗଷ୍ଟ ୯ରେ କୋଲକାତା ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ସହକାରୀ ଅଧୀକ୍ଷକ ତାଙ୍କ ପିତାଙ୍କୁ କଲ୍‌ କରି ଏହି ସୂଚନା ଦେଇଥିଲେ।

ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ଏହି କଲ୍‌ରୁ ଜଣାପଡ଼ିଛି କି, ସେ ଅଭିଭାବକଙ୍କୁ ଡାକ୍ତରଖାନା ଆସିବାକୁ ଅନୁରୋଧ କରୁଥିବା ଶୁଣିବାକୁ ମିଳୁଛି। ସେ କହୁଛନ୍ତି, ‘ଆପଣଙ୍କ ଝିଅ ଦେହ ଭଲ ନାହିଁ। ଆପଣ ତୁରନ୍ତ ଡାକ୍ତରଖାନାକୁ ଆସିପାରିବେ କି?’

ପିତା ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଚାହିଁଥିଲେ। ଯେଉଁଥିରେ କର୍ମଚାରୀ କେବଳ କହିଥିଲେ, ସେ ଭଲ ନାହାନ୍ତି। ଆପଣ ଶୀଘ୍ର ଆସି ପାରିବେ କି? ମୃତା ମହିଳା ଡାକ୍ତରଙ୍କ ପିତା ଯେତେବେଳେ ଅଧିକ ଚାପ ପକାଉଛନ୍ତି କର୍ମଚାରୀ କହିଥିଲେ, ଆପଣ ଯେତେବେଳେ ଏଠାକୁ ଆସିବେ ସବୁ ଜାଣିପାରିବେ। ଆମେ ଆପଣଙ୍କ ନମ୍ବର ପାଇଲୁ ଏବଂ କଲ୍‌ କଲୁ। କାରଣ ଆପଣ ତାଙ୍କ ପରିବାର ସଦସ୍ୟ।

କିଛି ସମୟ ପରେ, ଦ୍ୱିତୀୟ କଲ୍‌ ଆସିଲା, ଯେଉଁଥିରେ ସେହି ଡାକ୍ତରଖାନାର କର୍ମଚାରୀ ଅଧିକ ଚିନ୍ତିତ ମନେ ହେଉଥିଲେ। ସେ ଅନୁରୋଧ କରିଛନ୍ତି, ‘ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର। ଦୟାକରି ଶୀଘ୍ର ଆସନ୍ତୁ।’। ଏହା ପରେ ପିତା ଅଧିକ ଚିନ୍ତିତ ହୋଇଉଠିଲେ।  କ’ଣ ଘଟିଲା ସେ ଜାଣିବାକୁ ଚାହିଁଥିଲେ, କିନ୍ତୁ ଉତ୍ତର ଅସ୍ପଷ୍ଟ ଥିଲା: ‘ଡାକ୍ତର କହିବେ। ଦୟାକରି ଶୀଘ୍ର ଆସନ୍ତୁ।’

ଯେତେବେଳେ ମୃତା ଡାକ୍ତରଙ୍କ ପିତା ପଚାରିଲେ ଆପଣ କିଏ। କର୍ମଚାରୀ ଜଣକ କହିଥିଲେ, ମୁଁ ସହକାରୀ ଅଧୀକ୍ଷକ ଅଟେ ଏବଂ ମୁଁ ଡାକ୍ତର ନୁହେଁ। ଏହାର ଉତ୍ତର ଜାଣି ହତାଶ ହୋଇ ପିତା ପଚାରିଥିଲେ ସେଠାରେ ଡାକ୍ତର ଉପସ୍ଥିତ ଅଛନ୍ତି କି ନାହିଁ, କିନ୍ତୁ କିଛି ନ କହି କଲ୍‌ଟି ସେପଟୁ କଟିଯାଇଥିଲା।

ତୃତୀୟ ତଥା ଶେଷ କଲରେ କର୍ମଚାରୀ ଅତ୍ୟଧିକ ଚିନ୍ତିତ ମନେ ହେଉଥିଲେ। ସେ କହିଥିଲେ, ‘ସେ ହୁଏତ ଆତ୍ମହତ୍ୟା କରିଥାଇ ପାରନ୍ତି କିମ୍ବା ମୃତ ହୋଇଥାଇପାରନ୍ତି। ପୋଲିସ ଏଠାରେ ଅଛି। ଆମେ ଡାକ୍ତରଖାନାରେ, ସମସ୍ତଙ୍କ ସାମ୍ନାରେ ଏହି କଲ୍‌ କରୁଛୁ।’

ଏହି କଲ୍‌ଗୁଡ଼ିକ ଟ୍ରେନି ମହିଳା ଡାକ୍ତରଙ୍କ ମୃତ୍ୟୁ ପରିସ୍ଥିତି ଏବଂ ଡାକ୍ତରଖାନାର ପରିସ୍ଥିତିକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ଏହି ପରିସ୍ଥିତିରେ ଆଶ୍ଚର୍ଯ୍ୟ ହୋଇ ପରିବାର ବର୍ତ୍ତମାନ ଝିଅର ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା ସେ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଉତ୍ତର ମାଗିଛନ୍ତି।

The post କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କ ପିତାଙ୍କୁ ପ୍ରଥମେ ଆସିଥିଲା ୩ କଲ୍‌, ସାମ୍ନାକୁ ଆସିଲା ଏହି ଅଡିଓ କ୍ଲିପ୍‌ appeared first on Dharitri Odia News.