ଆଉ କିଛି ସମୟ ପରେ ଏକ୍ଜିଟ୍ ପୋଲ୍: ଉତ୍ସାହିତ ନେତା ଓ ଜନତା, ଫୋକସ୍ରେ ଏହିସବୁ ରାଜ୍ୟ
ନୂଆଦିଲ୍ଲୀ: ଶନିବାର ଜୁନ ୧ ତାରିଖରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି। ମତଦାନ ସରିବା ପରେ ସନ୍ଧ୍ୟା ୭ଟାରେ ବିଭିନ୍ନ ମିଡିଆ ହାଉସ୍ ଓ ସଂସ୍ଥା ପକ୍ଷରୁ ଏକ୍ଜିଟ୍ ପୋଲ୍ ପ୍ରକାଶ ପାଇବା। ଯାହା ଉପରେ ସମସ୍ତଙ୍କ ନଜର ରହିଛି। ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ କିଏ ଜିତିବ କିଏ ହାରିବ ଏକ୍ଜିଟ୍ ପୋଲ୍ ଏହାର ଆଭାସ ଦେବ। ଏକ୍ଜିଟ୍ ପୋଲ୍କୁ ନେଇ ବିଭିନ୍ନ ମିଡିଆ ହାଉସ୍ରେ ରାଜନୈତିକ ଡିବେଟ୍ ହେବ। ଏଥିରେ ଉଭୟ ବିଜେପି ଓ କଂଗ୍ରେସ ଭାଗ ନେବେ। ପୂର୍ବରୁ କୌଣସି ଡିବେଟ୍ରେ ଭାଗ ନେବ ନାହିଁ ବୋଲି କଂଗ୍ରେସ ମନା କରିଦେଇଥିଲା। କଳ୍ପନା ଜଳ୍ପନାକୁ ନେଇ ଅଯଥା ବାଦବିବାଦ କରି ଟିଭି ଚ୍ୟାନେଲ୍ମାନଙ୍କର ଟିଆର୍ପି ବଢ଼ାଇବାକୁ ଯିବୁ ନାହିଁ। ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ସିରଲେ ଆମେ ମିଡିଆ ଡିବେଟ୍ କରିବୁ ବୋଲି କଂଗ୍ରେସ ପ୍ରବକ୍ତା ତଥା ମିଡିଆ ବିଭାଗ ଅଧ୍ୟକ୍ଷ ପବନ ଖେଡ଼ା ଏକ୍ସରେ ପୋଷ୍ଟ କରି ଲେଖିଥିଲେ।ହେଲେ ଇଣ୍ଡିଆ ମେଣ୍ଟର ବୈଠକ ସରିବା ପରେ କଂଗ୍ରେସ ଡିବେଟରେ ଭାଗ ନେବ ବୋଲି ନିଷ୍ପତ୍ତି ନେଇଛି। ଏନେଇ ଶ୍ରୀ ଖେଡା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି "ଇଣ୍ଡିଆ ଆଲାଇନ୍ସର ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଏକଜିଟ୍ ପୋଲ୍ ସହ ଜଡିତ ବିଜେପି ଏବଂ ପ୍ରକୃତ ଚେହେରା ଲୋକଙ୍କ ସାମ୍ନାରେ ଉଜାଗାର କରିବା ଆବଶ୍ୟକ। ଏକଜିଟ୍ ପୋଲ୍ ବିତର୍କରେ ଭ
ନୂଆଦିଲ୍ଲୀ: ଶନିବାର ଜୁନ ୧ ତାରିଖରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି। ମତଦାନ ସରିବା ପରେ ସନ୍ଧ୍ୟା ୭ଟାରେ ବିଭିନ୍ନ ମିଡିଆ ହାଉସ୍ ଓ ସଂସ୍ଥା ପକ୍ଷରୁ ଏକ୍ଜିଟ୍ ପୋଲ୍ ପ୍ରକାଶ ପାଇବା। ଯାହା ଉପରେ ସମସ୍ତଙ୍କ ନଜର ରହିଛି। ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ କିଏ ଜିତିବ କିଏ ହାରିବ ଏକ୍ଜିଟ୍ ପୋଲ୍ ଏହାର ଆଭାସ ଦେବ।
ଏକ୍ଜିଟ୍ ପୋଲ୍କୁ ନେଇ ବିଭିନ୍ନ ମିଡିଆ ହାଉସ୍ରେ ରାଜନୈତିକ ଡିବେଟ୍ ହେବ। ଏଥିରେ ଉଭୟ ବିଜେପି ଓ କଂଗ୍ରେସ ଭାଗ ନେବେ।
ପୂର୍ବରୁ କୌଣସି ଡିବେଟ୍ରେ ଭାଗ ନେବ ନାହିଁ ବୋଲି କଂଗ୍ରେସ ମନା କରିଦେଇଥିଲା। କଳ୍ପନା ଜଳ୍ପନାକୁ ନେଇ ଅଯଥା ବାଦବିବାଦ କରି ଟିଭି ଚ୍ୟାନେଲ୍ମାନଙ୍କର ଟିଆର୍ପି ବଢ଼ାଇବାକୁ ଯିବୁ ନାହିଁ। ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ସିରଲେ ଆମେ ମିଡିଆ ଡିବେଟ୍ କରିବୁ ବୋଲି କଂଗ୍ରେସ ପ୍ରବକ୍ତା ତଥା ମିଡିଆ ବିଭାଗ ଅଧ୍ୟକ୍ଷ ପବନ ଖେଡ଼ା ଏକ୍ସରେ ପୋଷ୍ଟ କରି ଲେଖିଥିଲେ।
ହେଲେ ଇଣ୍ଡିଆ ମେଣ୍ଟର ବୈଠକ ସରିବା ପରେ କଂଗ୍ରେସ ଡିବେଟରେ ଭାଗ ନେବ ବୋଲି ନିଷ୍ପତ୍ତି ନେଇଛି। ଏନେଇ ଶ୍ରୀ ଖେଡା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି "ଇଣ୍ଡିଆ ଆଲାଇନ୍ସର ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଏକଜିଟ୍ ପୋଲ୍ ସହ ଜଡିତ ବିଜେପି ଏବଂ ପ୍ରକୃତ ଚେହେରା ଲୋକଙ୍କ ସାମ୍ନାରେ ଉଜାଗାର କରିବା ଆବଶ୍ୟକ। ଏକଜିଟ୍ ପୋଲ୍ ବିତର୍କରେ ଭାଗ ନେବା ସପକ୍ଷ ଓ ବିପକ୍ଷର ସମସ୍ତ ଦିଗ ଉପରେ ଆଲୋଚନା କରିବା ପରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ଯେ ଭାରତ ଆଲାଇନ୍ସର ସମସ୍ତ ସଦସ୍ୟ ବିତର୍କରେ ଭାଗ ନବେ।"
ବିଜେପି/ ଏନ୍ଡିଏ
୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୪୦୦ ଆସନ ଜିତି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଦାବି କରୁଛି। ୨୦୧୯ରେ କେବଳ ବିଜେପି ୩୦୩ ଆସନରେ ଜିତିଥିଲା। ନେତୃତ୍ୱାଧୀନ ଏନ୍ଡିଏ ଏଥିରେ ଆଉ ୫୦ ସିଟ୍ ଯୋଡ଼ିଥିଲେ। ଫଳରେ ମୋଟ ଏନ୍ଡିଏକୁ ୩୫୩ ଆସନ ମିଳିଥିଲା।
ଇଣ୍ଡିଆ ମେଣ୍ଟ
୨୦୨୪ ଲୋକସଭା ନିର୍ବାଚନରେ ଏଥର କଂଗ୍ରେସ ଏକାକୀ ବିରୋଧୀ ହୋଇ ଫାଇଟ୍ କରି ନାହିଁ, ବରଂ ଏକାଧିକ ବିରୋଧୀ ଦଳ ଏକାଠୀ ହୋଇ ଇଣ୍ଡିଆ ମେଣ୍ଟ ଗଠନ କରି ନିର୍ବାଚନ ଲଢ଼ିଛନ୍ତି। ବେରୋଜଗାରୀ, ଶିକ୍ଷା,ସ୍ୱାସ୍ଥ୍ୟ ଓ ମହଙ୍ଗା ବଜାର, ଏକଛତ୍ରବାଦ ଆଦିକୁ ପ୍ରସଙ୍ଗ କରି ବିଜେପିକୁ ଟାର୍ଗେଟ୍ କରି ଜୋର୍ଦାର ପ୍ରଚାର କରିଛନ୍ତି। ଇଣ୍ଡିଆ ମେଣ୍ଟର ଦାବି ଯେ ଏଥର ବିଜେପି ହାରିବ ଓ ମେଣ୍ଟ ସ୍ପଷ୍ଟ ବହୁମତରେ ସରକାର ଗଢ଼ିବ। ତେବେ ଏଥର ଏକ୍ଜିଟ୍ ପୋଲ କଂଗ୍ରେସ ବିଷୟରେ କଣ କହୁଛି? ତାହା ଦେଖିବା ବାକି ରହିଲା। ଗତ ଲୋକସଭା ନିର୍ବାଚନ ୨୦୧୯ରେ କଂଗ୍ରେସ ମାତ୍ର ୫୨ଟି ଆସନ ଜିତିଥିଲା। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମୋଟ ୯୧ଟି ଆସନ ହାତେଇଥିଲା। ଏଥର ୟୁପିଏର ନା ବଦଳି ହୋଇଛି ଇଣ୍ଡିଆ। ଆଉ ମେଣ୍ଟରେ ୩୦ରୁ ଅଧିକ ଦଳ ସାମିଲ୍ ହୋଇ ଏନ୍ଡିଏ ଓ ବିଜେପି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। ତେଣୁ ରେଜଲ୍ଟ ଗତଥର ଅପେକ୍ଷା ଭଲ ହୋଇପାରେ।
ଏହି ମୁଖ୍ୟ ରାଜ୍ୟ ଉପରେ କ’ଣ କହୁଛି ଏକ୍ଜିଟ୍ ପୋଲ୍ ତା’ ଉପରେ ନଜର।
ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ବିହାର, ମହାରାଷ୍ଟ୍ର, ହରିୟାଣା, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ ଏବଂ ତାମିଲନାଡୁ।
୨୦୨୪ ଲୋକସଭା ନିର୍ବାଚନ କସରତ
୨୦୨୪ ଲୋକସଭା ୭ଟି ପର୍ଯ୍ୟାୟରେ ହୋଇଥିଲା। ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ ୧ ପର୍ଯ୍ୟନ୍ତ ଭୋଟିଂ ହୋଇଥିଲା। ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଭଳି ରାଜ୍ୟରେ ସପ୍ତମ ପର୍ଯ୍ୟାୟରେ ଭୋଟ ହୋଇଥିବା ବେଳେ ତାମିଲନାଡୁ,ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ ଓ ପଞ୍ଜାବ ଭଳି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ୨୦୧୯ ନିର୍ବାଚନ ଠାରୁ ଏଥର କମ୍ ଭୋଟିଂ ହୋଇଥିବା କୁହାଯାଉଥିବା ବେଳେ ଇଲେକ୍ସନ କମିଶନ କିନ୍ତୁ ଏକଥାକୁ ଅସ୍ୱୀକାର କରିଛନ୍ତି।
ତେବେ ୨୦୧୪ ନିର୍ବାଚନ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଦିନ ବିଭିନ୍ନ ରାଜ୍ୟ ବୁଲି ନିର୍ବାଚନ ପ୍ରଚାର କରିଛନ୍ତି। ହିନ୍ଦୀ ହାଟ୍ ଲ୍ୟାଣ୍ଡରେ ବିଜେପି ଭଲ ପ୍ରଦର୍ଶନ କରିବାର ଦୃଢ଼ ବିଶ୍ୱାସ ରଖି ଏଥର ଦଳ ଦକ୍ଷିଣ ଭାରତ ଓ ପୂର୍ବ ଭାରତକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ବିଶେଷ କରି ଓଡ଼ିଶାରେ ବେଜେପି ଭଲ ରେଜଲ୍ଟ କରିବ ବୋଲି ଆଶା ରଖିଛି।