ଆୟୁଷ୍ମାନ ଆରୋଗ୍ୟ ଶିବିର ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଟିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଡ଼ା.ଶରତ ଚନ୍ଦ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଏକ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନଷ୍ଠିତ ହୋଇଯାଇଛି। ଏଇ ଶିବିରରେ ଡ଼ା. ଦେହୁରୀ ତମ୍ବାଖୁ ବର୍ଜନ ପାଇଁ ଶପଥ ପାଠ କରାଇଥିବା ବେଳେ କୁଚିଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରର ଏସଡିଏମଓ ଡ଼ା ସୁବୋଧ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନେକ ରୋଗୀ ଙ୍କୁ ପରୀକ୍ଷା କରିଥିଲେ। ଫାଶିମାଲ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ପଦବୀ […] The post ଆୟୁଷ୍ମାନ ଆରୋଗ୍ୟ ଶିବିର ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଟିତ appeared first on Odisha.News.

ଆୟୁଷ୍ମାନ ଆରୋଗ୍ୟ ଶିବିର ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଟିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଡ଼ା.ଶରତ ଚନ୍ଦ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଏକ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନଷ୍ଠିତ ହୋଇଯାଇଛି। ଏଇ ଶିବିରରେ ଡ଼ା. ଦେହୁରୀ ତମ୍ବାଖୁ ବର୍ଜନ ପାଇଁ ଶପଥ ପାଠ କରାଇଥିବା ବେଳେ କୁଚିଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରର ଏସଡିଏମଓ ଡ଼ା ସୁବୋଧ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନେକ ରୋଗୀ ଙ୍କୁ ପରୀକ୍ଷା କରିଥିଲେ। ଫାଶିମାଲ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ପଦବୀ ଖାଲି ଥିବାରୁ ଡ଼. ନାଏକ ପ୍ରତ୍ୟେକ ମାସ ଦିନଟିଏ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରି ରୋଗୀ ଚିକିତ୍ସା କରିବେ ବୋଲି କହିଥିଲେ। ଆଜିର ଏଇ କାର୍ଯ୍ୟକ୍ରମରେ ବିଜେପି ଦଳ ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର କୁ ଝାଡୁ ମାରି ସଫା କରିବା ସହିତ ରୋଗୀ ମାନଙ୍କୁ ଫଳ ଓ ବ୍ରେଡ ବଣ୍ଟନ କରିଥିଲେ। ଏଥିରେ ବିଜେପି ର ବିରେନ୍ଦ୍ର ଚୌଧୁରୀ, ସୁନିଲ ମୁଦୁଲି, ଶ୍ରୀକାନ୍ତ ପଟେଲ ପ୍ରମୁଖ ସାମିଲ ଥିବା ବେଳେ ବିପିଏମ ଜିତେନ୍ଦ୍ର ନନ୍ଦ ସହଯୋଗ କରିଥିଲେ।

The post ଆୟୁଷ୍ମାନ ଆରୋଗ୍ୟ ଶିବିର ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଟିତ appeared first on Odisha.News.