ପୂର୍ବତନ ଡିଜିପିଙ୍କୁ ହତ୍ୟା ଘଟଣା: ଲଙ୍କା ଗୁଣ୍ଡ ଫିଙ୍ଗି ଛୁରୀ ଭୁସି ଦେଇଥିଲେ ପତ୍ନୀ
କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ହତ୍ୟା ଘଟଣାରେ ପୁଲିସ ତାଙ୍କ ପତ୍ନୀ ପଲ୍ଲବୀ ଏବଂ ଝିଅ କ୍ରିତିଙ୍କୁ ଅଟକ ରଖିଛି। ଓମ ପ୍ରକାଶଙ୍କ ହତ୍ୟା ସମ୍ପର୍କିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବେ ସୂଚନା ଆସିଛି ଯେ, ସେ ଖାଇବା ସମୟରେ ତାଙ୍କ ସ୍ତ୍ରୀ ତାଙ୍କୁ ହତ୍ୟା କରିଛନ୍ତି। ପଲ୍ଲବୀ ହିଁ ତାଙ୍କ ସ୍ଵାମୀଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଛନ୍ତି। ଏପରି କି ହତ୍ୟା ପରେ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ […] The post ପୂର୍ବତନ ଡିଜିପିଙ୍କୁ ହତ୍ୟା ଘଟଣା: ଲଙ୍କା ଗୁଣ୍ଡ ଫିଙ୍ଗି ଛୁରୀ ଭୁସି ଦେଇଥିଲେ ପତ୍ନୀ appeared first on Odisha.News.

କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ହତ୍ୟା ଘଟଣାରେ ପୁଲିସ ତାଙ୍କ ପତ୍ନୀ ପଲ୍ଲବୀ ଏବଂ ଝିଅ କ୍ରିତିଙ୍କୁ ଅଟକ ରଖିଛି। ଓମ ପ୍ରକାଶଙ୍କ ହତ୍ୟା ସମ୍ପର୍କିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବେ ସୂଚନା ଆସିଛି ଯେ, ସେ ଖାଇବା ସମୟରେ ତାଙ୍କ ସ୍ତ୍ରୀ ତାଙ୍କୁ ହତ୍ୟା କରିଛନ୍ତି। ପଲ୍ଲବୀ ହିଁ ତାଙ୍କ ସ୍ଵାମୀଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଛନ୍ତି।
ଏପରି କି ହତ୍ୟା ପରେ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ କରି ‘ମୁଁ ଗୋଟିଏ ରାକ୍ଷସକୁ ମାରିଦେଇଛି’ ବୋଲି କହିଥିଲେ।
ପଲ୍ଲବୀ ଏବଂ ତାଙ୍କ ସ୍ଵାମୀଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେବାରୁ ପଲ୍ଲବୀ ପ୍ରଥମେ ଓମ ପ୍ରକାଶଙ୍କ ଆଖିକୁ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ। ଏହା ପରେ ଏକ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ଓମ ପ୍ରକାଶଙ୍କ ମୃତ୍ୟୁ ଘଟିଥିଲା।
ପୁଲିସ ସୂଚନା ଅନୁସାରେ, ପରିବାର ଭିତରେ ସମ୍ପତ୍ତିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଓମପ୍ରକାଶ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା। ପଲ୍ଲବୀ ଏ ନେଇ ଏଚଏସଆର ଲେଆଉଟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ନ ଶୁଣିବାରୁ ସେ ଥାନା ଆଗରେ ଧାରଣା ବି ଦେଇଥିଲେ। ପଲ୍ଲବୀ ସିଜୋଫ୍ରେନିଆ ରୋଗରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଅଛନ୍ତି ମଧ୍ୟ। ଏସବୁ କାରଣରୁ ପଲ୍ଲବୀ ତାଙ୍କ ସ୍ଵାମୀଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରୁଛି।
ରିପୋର୍ଟ ଅନୁସାରେ ତାଙ୍କ ଶବ ନିକଟରେ ଏକ ଖାଦ୍ୟ ପ୍ଲେଟ ଥିଲା। ଅପରାଧ ସ୍ଥଳରୁ ପୋଲିସ ଦୁଇଟି ଛୁରୀ ଏବଂ ହତ୍ୟାରେ ବ୍ୟବହୃତ ହୋଇଥିବା ଏକ ଭାଙ୍ଗି ଯାଇଥିବା ବୋତଲ ଉଦ୍ଧାର କରିଛି।
The post ପୂର୍ବତନ ଡିଜିପିଙ୍କୁ ହତ୍ୟା ଘଟଣା: ଲଙ୍କା ଗୁଣ୍ଡ ଫିଙ୍ଗି ଛୁରୀ ଭୁସି ଦେଇଥିଲେ ପତ୍ନୀ appeared first on Odisha.News.