ଏନ୍ଆଇଏ ଏସ୍ପି ହେଲେ ସାଗରିକା ନାଥ
ଭୁବନେଶ୍ୱର,୩ା୮(ସୁନିତ୍ ମିଶ୍ର): କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨୦୧୬ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ସାଗରିକା ନାଥ। ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଏସ୍ପି ଭାବେ ନିଯୁକ୍ତି ମିଳିଛି। ସାଗରିକା ବର୍ତ୍ତମାନ ଖୋର୍ଦ୍ଧା ଏସ୍ପି ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ। ତେବେ ସାଗରିକାଙ୍କୁ ଏନ୍ଆଇଏ ଏସ୍ପି ଭାବେ ନିଯୁକ୍ତି ମିଳିବା ନେଇ କାର୍ମିକ ଏବଂ ତାଲିମ ବିଭାଗ (ଡିଓପିଟି) ଦ୍ୱାରା ଜୁଲାଇ ୩୧ରେ […] The post ଏନ୍ଆଇଏ ଏସ୍ପି ହେଲେ ସାଗରିକା ନାଥ appeared first on Dharitri Odia News.
ଭୁବନେଶ୍ୱର,୩ା୮(ସୁନିତ୍ ମିଶ୍ର): କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨୦୧୬ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ସାଗରିକା ନାଥ। ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଏସ୍ପି ଭାବେ ନିଯୁକ୍ତି ମିଳିଛି। ସାଗରିକା ବର୍ତ୍ତମାନ ଖୋର୍ଦ୍ଧା ଏସ୍ପି ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ। ତେବେ ସାଗରିକାଙ୍କୁ ଏନ୍ଆଇଏ ଏସ୍ପି ଭାବେ ନିଯୁକ୍ତି ମିଳିବା ନେଇ କାର୍ମିକ ଏବଂ ତାଲିମ ବିଭାଗ (ଡିଓପିଟି) ଦ୍ୱାରା ଜୁଲାଇ ୩୧ରେ ନିର୍ଦ୍ଦେଶ ଜାରି କରାଯାଇଥିବାବେଳେ କେନ୍ଦ୍ରୀୟ ଡେପୁଟେଶନ ପଦବୀରେ ଯୋଗଦେବା ପାଇଁ ତାଙ୍କୁ ତୁରନ୍ତ ରିଲିଭ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
The post ଏନ୍ଆଇଏ ଏସ୍ପି ହେଲେ ସାଗରିକା ନାଥ appeared first on Dharitri Odia News.