ଶ୍ୟାମ ମେଟାଲିକ୍ସ ର ଜଣ ଶୁଣାଣି କୁ ଅଧିକାଂଶ ଙ୍କ ବିରୋଧ ଓ କିଛି ଲୋକଙ୍କ ସର୍ତ୍ତ ମୂଳକ ସମର୍ଥନ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ ପଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ କାରଖାନା ତାର ଆଲୁମିନିୟମ କ୍ରମାଗତ କାଷ୍ଟର ପାଇଁ ଗ୍ରୀନ ଫିଲ୍ଡ ପ୍ରୋଜେକ୍ଟ ଓ ଆଲୁମିନିୟମ କଏଲ ପାଇଁ ସିଆରଏମ ଓ ବ୍ୟାଟେରୀ ଫଏଲ କାରଖାନା ବସାଇବା ପାଇଁ ଆଜି ପଣ୍ଡଲୋଇ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜଣ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଜଣ ଶୁଣାଣୀ କୁ ପ୍ରଥମେ ରେଙ୍ଗାଲି ଜନପ୍ରତିନିଧି ମାନେ ବିରୋଧ କରିଥିଲେ। […] The post ଶ୍ୟାମ ମେଟାଲିକ୍ସ ର ଜଣ ଶୁଣାଣି କୁ ଅଧିକାଂଶ ଙ୍କ ବିରୋଧ ଓ କିଛି ଲୋକଙ୍କ ସର୍ତ୍ତ ମୂଳକ ସମର୍ଥନ। appeared first on Odisha.News.

ଶ୍ୟାମ ମେଟାଲିକ୍ସ ର ଜଣ ଶୁଣାଣି କୁ ଅଧିକାଂଶ ଙ୍କ ବିରୋଧ ଓ କିଛି ଲୋକଙ୍କ ସର୍ତ୍ତ ମୂଳକ ସମର୍ଥନ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ ପଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ କାରଖାନା ତାର ଆଲୁମିନିୟମ କ୍ରମାଗତ କାଷ୍ଟର ପାଇଁ ଗ୍ରୀନ ଫିଲ୍ଡ ପ୍ରୋଜେକ୍ଟ ଓ ଆଲୁମିନିୟମ କଏଲ ପାଇଁ ସିଆରଏମ ଓ ବ୍ୟାଟେରୀ ଫଏଲ କାରଖାନା ବସାଇବା ପାଇଁ ଆଜି ପଣ୍ଡଲୋଇ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜଣ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଜଣ ଶୁଣାଣୀ କୁ ପ୍ରଥମେ ରେଙ୍ଗାଲି ଜନପ୍ରତିନିଧି ମାନେ ବିରୋଧ କରିଥିଲେ। ରେଙ୍ଗାଲି ଜୋନ 1 ଜିଲ୍ଲା ପରିଷଦ ସଭ୍ୟା ଚୋଳଶ୍ରି ମହାନନ୍ଦ ଓ ଜୋନ 2 ଜିଲ୍ଲାପରିଷଦ ସଭ୍ୟ ଦେ ନାରାୟଣ ତିୱାରୀ ଏହି ଜନ ଶୁଣାଣୀ କୁ ବିରୋଧ କରିଥିଲେ। ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜମ୍ବର୍ ମହାନ୍ତି ଜନ ଶୁଣାଣୀ ସ୍ଥଳକୁ ଆସିବା କ୍ଷଣି ଉଭୟ ଜିଲ୍ଲାପରିଷଦ ସଭ୍ୟ ଙ୍କ ସହ ବହୁ ଅଞ୍ଚଳବାସୀ ଜନ ଶୁଣାଣୀ ବନ୍ଦ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ କହିଥିଲେ। କିଛି ସମୟ ଧରି ଜନ ଶୁଣାଣୀ ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ପରେ ଏଡିସ୍ନାଲ ଏସପି ହରିଶ ଚନ୍ଦ୍ର ପାଣ୍ଡେ ଓ ଏସଡିପୋ ତୋଫାନ ବାଗ ବୁଝାସୁଝା ପରେ ଉତ୍ତେଜନା ଶାନ୍ତ ହୋଇ ଜନଶୁଣାଣୀ ଆରମ୍ଭ ହୋଇଥିଲା।
ଏହି ଜନ ଶୁଣାଣୀ ରେ ଜନପ୍ରତିନିଧି ଙ୍କୁ ଟକା ଜାଇ ନଥିବାର ଅଭିଯୋଗ ହୋଇଛି। କିଛି ଗ୍ରାମବାସୀ କମ୍ପାନୀ କୁ ସମର୍ଥନ କରିବା ପାଇଁ ଗତ କାଲି ରାତି ପଇସା ବାଣ୍ଟି ଥିବାର କହୁଥିବା ଶୁଣିବାକୁ ମିଳିଥିଲା। କମ୍ପାନୀ 23 ବର୍ଷ ହେଲାଣି କଣ କାମ କରିଛି ତାର ହିସାବ ଦେବା ପରେ ଓ କେତେ ଜଣ ସ୍ଥାନୀୟ ଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଛି ତାର ହିସାବ ଦେବା ପରେ ଜନ ଶୁଣାଣୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପରିଷଦ ସଭ୍ୟ କହିଛନ୍ତି। କମ୍ପାନୀ ରେଙ୍ଗାଲି ଅଞ୍ଚଳର ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଙ୍କୁ ଉପେକ୍ଷା କରାଯାଇଥିଲା। ଏହି ଜନଶୁଣାଣୀ ରେ କହିବା ପାଇଁ 42 ଜଣ ପଞ୍ଜିକରଣ କରିଥିଲେ ତାମଧ୍ୟାରୁ 32ଜଣ କହିଥିଲେ। 17 ଜଣ ସମର୍ଥନ କରିଥିବା ବେଳେ 7 ଜଣ ସର୍ତ୍ତ ମୂଳକ ସମର୍ଥନ ଓ 8ଜଣ ସମ୍ପୂର୍ଣ ବିରୋଧ କରିଥିଲେ। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ସତ୍ୟନାରାୟଣ ନନ୍ଦ ଓ ଜିଲ୍ଳା ପ୍ରଶାସନ ପକ୍ଷରୁ ଏଡିଏମ୍ ଅଯାମ୍ୱର ମହାନ୍ତି ଙ୍କ ତତ୍ତ୍ୱାବଧାନରେ ରେ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। କମ୍ପାନୀ ପକ୍ଷରୁ ଏନ୍ କେ ପୃଷ୍ଟି ନୂତନ କାରଖାନା ର ବିବରଣୀ ପାଠ କରିଥିଲେ। ଏହି ଜନଶୁଣାଣୀ ରେ ଅଞ୍ଚଳବାସୀ ଙ୍କ ଠାରୁ ପୋଲିସ ଅଧିକ ଦେଖିବାକୁ ମିଳିଥିଲା, ଏହି ଜନଶୁଣାଣୀ ଶିବିର ଟି ସମ୍ପୂର୍ଣ୍ଣ ପୋଲିସ ଛାଉଣୀ ରେ କରାଯାଇଥିଲା।

The post ଶ୍ୟାମ ମେଟାଲିକ୍ସ ର ଜଣ ଶୁଣାଣି କୁ ଅଧିକାଂଶ ଙ୍କ ବିରୋଧ ଓ କିଛି ଲୋକଙ୍କ ସର୍ତ୍ତ ମୂଳକ ସମର୍ଥନ। appeared first on Odisha.News.