ଲଗାଣ ବର୍ଷାରେ ଫୁଲିଲା ଦେଓ ନଦୀ, ବୁଡିଗଲା ଉଦଳା ଜାମୁଘାଟ ପୋଲ

ଉଦଳା ୦୫/୦୮: ଉପର ମୁଣ୍ଡରେ ଲଗାଣ ବର୍ଷା । ଲଗାଣ ବର୍ଷା ଜାରି ରହିଥିବା କାରଣରୁ ଫୁଲିଲା ଦେଓ ନଦୀ । ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଉଦଳା ଜାମୁଘାଟ ପୋଲ ଉପରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ବୁଡ଼ିଯାଇଛି ଜାମୁଘାଟ ପୋଲ । ଲଗାଣ ବର୍ଷା ଜାରି ରହିଥିବା ବେଳେ ହଠାତ ଆଜି ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇବା ସହିତ ଜାମୁଘାଟ ପୋଲ ବୁଡି ଯାଇଛି । ଏହି ପୋଲ ବୁଡି ଯାଇଥିବା ବେଳେ ପୋଲ ଉପରେ ପ୍ରଖର ବେଗରେ ପାଣି ପ୍ରବାହିତ ହେଉଛି, ଯାହା ଫଳରେ ଉଦଳା-ବାଲେଶ୍ୱର ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । କେବଳ ସେତିକି ନୁହେଁ ଏହି ପୋଲ ବୁଡିବା ଫଳରେ ୨ ଗୋଟି ବ୍ଲକ ଅଞ୍ଚଳକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ହେଲେ ଏହି ପ୍ରଖର ସୁଅରେ ମଧ୍ୟ ଲୋକେ ପୋଲ ଉପରେ ଜୀବନ କୁ ବାଜି ଲଗାଇ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି।

ଲଗାଣ ବର୍ଷାରେ ଫୁଲିଲା ଦେଓ ନଦୀ, ବୁଡିଗଲା ଉଦଳା ଜାମୁଘାଟ ପୋଲ

ଉଦଳା ୦୫/୦୮: ଉପର ମୁଣ୍ଡରେ ଲଗାଣ ବର୍ଷା । ଲଗାଣ ବର୍ଷା ଜାରି ରହିଥିବା କାରଣରୁ ଫୁଲିଲା ଦେଓ ନଦୀ । ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଉଦଳା ଜାମୁଘାଟ ପୋଲ ଉପରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ବୁଡ଼ିଯାଇଛି ଜାମୁଘାଟ ପୋଲ । ଲଗାଣ ବର୍ଷା ଜାରି ରହିଥିବା ବେଳେ ହଠାତ ଆଜି ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇବା ସହିତ ଜାମୁଘାଟ ପୋଲ ବୁଡି ଯାଇଛି । 


ଏହି ପୋଲ ବୁଡି ଯାଇଥିବା ବେଳେ ପୋଲ ଉପରେ ପ୍ରଖର ବେଗରେ ପାଣି ପ୍ରବାହିତ ହେଉଛି, ଯାହା ଫଳରେ ଉଦଳା-ବାଲେଶ୍ୱର ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । କେବଳ ସେତିକି ନୁହେଁ ଏହି ପୋଲ ବୁଡିବା ଫଳରେ ୨ ଗୋଟି ବ୍ଲକ ଅଞ୍ଚଳକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ହେଲେ ଏହି ପ୍ରଖର ସୁଅରେ ମଧ୍ୟ ଲୋକେ ପୋଲ ଉପରେ ଜୀବନ କୁ ବାଜି ଲଗାଇ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି।