ଜେଲ ମୋ ପାଇଁ ତୀର୍ଥକ୍ଷେତ୍ର: ପ୍ରଶାନ୍ତ ଜଗଦ୍ଦେବ
ଖୋର୍ଦ୍ଧା,୧୪।୬(ପ୍ରଭାତ ପାଣିଗ୍ରାହୀ): ଇଭିଏମ୍ ଭଙ୍ଗାରୁଜା ମାମଲାରେ ନବନିର୍ବାଚିତ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟ ବୁଧବାର ନିୟମିତ ଜାମିନ ପ୍ରଦାନ କରିଥିଲେ। ତେବେ ଜାମିନ ଉପରେ ନିମ୍ନ ଅଦାଳତ ସର୍ତ୍ତ ନିର୍ଦ୍ଧାରଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଖୋର୍ଦ୍ଧା ଜେଏମ୍ଏଫ୍ସି କୋର୍ଟରେ ଜଗଦ୍ଦେବ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ତାଙ୍କୁ ନିୟମିତ ଜାମିନ ମିଳିଛି। କୋର୍ଟରୁ ସେ ବାହାରିବା ପରେ ଭାଜପା ନେତା ଓ କର୍ମୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। […] The post ଜେଲ ମୋ ପାଇଁ ତୀର୍ଥକ୍ଷେତ୍ର: ପ୍ରଶାନ୍ତ ଜଗଦ୍ଦେବ appeared first on Dharitri Odia News.
ଖୋର୍ଦ୍ଧା,୧୪।୬(ପ୍ରଭାତ ପାଣିଗ୍ରାହୀ): ଇଭିଏମ୍ ଭଙ୍ଗାରୁଜା ମାମଲାରେ ନବନିର୍ବାଚିତ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟ ବୁଧବାର ନିୟମିତ ଜାମିନ ପ୍ରଦାନ କରିଥିଲେ। ତେବେ ଜାମିନ ଉପରେ ନିମ୍ନ ଅଦାଳତ ସର୍ତ୍ତ ନିର୍ଦ୍ଧାରଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଖୋର୍ଦ୍ଧା ଜେଏମ୍ଏଫ୍ସି କୋର୍ଟରେ ଜଗଦ୍ଦେବ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ତାଙ୍କୁ ନିୟମିତ ଜାମିନ ମିଳିଛି। କୋର୍ଟରୁ ସେ ବାହାରିବା ପରେ ଭାଜପା ନେତା ଓ କର୍ମୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।
ଏହି ଅବସରରେ ଜଗଦ୍ଦେବ କହିଛନ୍ତି, ତାଙ୍କ ଗିରଫଦାରି ଏକ ଚକ୍ରାନ୍ତ ଥିଲା। ନ୍ୟାୟାଳୟ ଉପରେ ବିଶ୍ୱାସ ଓ ଭରସା ଥିଲା, ସତ୍ୟର ଜୟ ହୋଇଛି। ଖୋର୍ଦ୍ଧାର ବିକାଶ ପାଇଁ ମହତ୍ କାର୍ଯ୍ୟରେ ଜେଲ ଯାଇଥିଲେ ଦୁଃଖ ଲାଗି ନ ଥାନ୍ତା, ଅନ୍ୟମାନେ ରାଗ ଶୁଝାଇବା ପାଇଁ ଜେଲ ଯିବାକୁ ପଡିଲା, ତାକୁ ସହଜରେ ଗ୍ରହଣ କରିପାରୁନାହିଁ। ଅନେକଥର ବିଭିନ୍ନ କାରଣରୁ ଜେଲ ଯାଇଛି। ଜେଲ ମୋ ପାଇଁ ଏକ ତୀର୍ଥକ୍ଷେତ୍ର। ସେଠାରେ ନିରୋଳାରେ ଆତ୍ମବିଶ୍ଳେଷଣ ସୁଯୋଗ ମିଳିଥାଏ ବୋଲି ସେ କହିଛନ୍ତି।
ସେ ଆହୁରି କହିଥିଲେ, ନିର୍ବାଚିତ ହେବା ପରେ କାର୍ଯ୍ୟ ଆରମ୍ଭ କରିଦେଇଛି। ଜେଲରେ ଅନ୍ତେବାସୀଙ୍କ ପାଇଁ ସ୍ଥାନ ପର୍ଯ୍ୟାପ୍ତ ନୁହଁ। ଜିଲା ଜେଲ ପାଇଁ ୨୫ ଏକର ଜମି ଆବଶ୍ୟକ। ଏନେଇ ଜିଲା ପ୍ରଶାସନ ସହ ଆଲୋଚନା କରିଛି। ସେହିପରି ଖୋର୍ଦ୍ଧା କୋର୍ଟ ପାଇଁ ଆବଶ୍ୟକ ୫ ଏକର ଜମି ପାଇଁ ସ୍ଥାନୀୟ ତହସିଲଦାରଙ୍କ ସହ ଆଲୋଚନା କରିଛି। ପାଇକ ସ୍ମାରକୀ ନିର୍ମାଣ ତ୍ୱରାନ୍ବିତ ସହ ପାଇକ ଏକାଡ଼େମୀ ଏବଂ ଖୋର୍ଦ୍ଧାଗଡ଼ର ବିକାଶ ପାଇଁ କାର୍ଯ୍ୟ ତ୍ୱରାନ୍ବିତ କରାଯିବ। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର, ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଖାଲିପଡିଥିବା ଜାଗାର ବ୍ୟବହାର କରାଯିବ। ଖୋର୍ଦ୍ଧା ସହରର ମାଷ୍ଟରପ୍ଲାନ କରାଯିବ। ଏଥିସହିତ ବିଶୁଦ୍ଧ ପାନୀୟଜଳ, ଜଳସେଚନ, ସ୍ବାସ୍ଥ୍ୟର ବିକାଶ ପ୍ରତି ବିଶେଷ ଗୁରୁତ୍ୱ ରହିବ ବୋଲି ଜଗଦ୍ଦେବ କହିଛନ୍ତି।
The post ଜେଲ ମୋ ପାଇଁ ତୀର୍ଥକ୍ଷେତ୍ର: ପ୍ରଶାନ୍ତ ଜଗଦ୍ଦେବ appeared first on Dharitri Odia News.