‘ଅନ୍ତିମ ସଂସ୍କାର ସେହି ସ୍ଥାନରେ କର, ଯେଉଁଠି…’, କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୧୨: ଶୁକ୍ରବାର କଂଗ୍ରେସ ମୁଖ୍ୟାଳୟରେ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସିପିପି ସଭାପତି ସୋନିଆ ଗାନ୍ଧୀ, ଲୋକସଭା ବିରୋଧୀ ଦଳର ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ଉପସ୍ଥିତିରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଏହି ବୈଠକ ଡକାଯାଇଥିଲା। ଏଠାରେ କଂଗ୍ରେସ ନେତାମାନେ ଆଲୋଚନା କରିଥିଲେ ଯେ ଶେଷ ରୀତିନୀତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର […] The post ‘ଅନ୍ତିମ ସଂସ୍କାର ସେହି ସ୍ଥାନରେ କର, ଯେଉଁଠି…’, କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ଖାର୍ଗେ appeared first on Dharitri Odia News.

‘ଅନ୍ତିମ ସଂସ୍କାର ସେହି ସ୍ଥାନରେ କର, ଯେଉଁଠି…’, କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୧୨: ଶୁକ୍ରବାର କଂଗ୍ରେସ ମୁଖ୍ୟାଳୟରେ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସିପିପି ସଭାପତି ସୋନିଆ ଗାନ୍ଧୀ, ଲୋକସଭା ବିରୋଧୀ ଦଳର ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ଉପସ୍ଥିତିରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଏହି ବୈଠକ ଡକାଯାଇଥିଲା।

ଏଠାରେ କଂଗ୍ରେସ ନେତାମାନେ ଆଲୋଚନା କରିଥିଲେ ଯେ ଶେଷ ରୀତିନୀତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପଦ ଅନୁଯାୟୀ ଉପଯୁକ୍ତ ସ୍ଥାନ ଦିଆଯିବା ଉଚିତ। ତାଙ୍କ ପରିବାର ଏ ସମ୍ପର୍କରେ ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି।

ତେବେ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ କେନ୍ଦ୍ର ସାରାକରଂକୁଵଚିଥି ଲେଖି ଏହି ଦାବି କରିଛନ୍ତି। ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ପ୍ରଧାନମନ୍ତ୍ରୀ ଏବଂ ସ୍ଵରାଷ୍ଟ୍ରମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଏବଂ ଅନ୍ତିମ ସଂସ୍କାର ପାଇଁ ଉଚିତ ସ୍ଥାନ ଦେବାକୁ ଅପିଲ କରିଥିଲେ। ତାଙ୍କ ଚିଠିରେ ଖାର୍ଗେ ଲେଖିଥିଲେ ‘ଅନ୍ତିମ ସଂସ୍କାର ସେହି ସ୍ଥାନରେ କର, ଯେଉଁଠି ସ୍ମାରକ ନିର୍ମାଣ କରିହେବ।”

The post ‘ଅନ୍ତିମ ସଂସ୍କାର ସେହି ସ୍ଥାନରେ କର, ଯେଉଁଠି…’, କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ଖାର୍ଗେ appeared first on Dharitri Odia News.