ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍ର ସମନ
ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ ସମନ ଜାରି କରିଛି। ତାଙ୍କ ସମେତ ତେଲଙ୍ଗାନାର ୪ ଜଣଙ୍କୁ ଏହି ମାମଲାରେ ନୋଟିସ ଜାରି କରାଯାଇ ତଦନ୍ତରେ ସାମିଲ ହେବାକୁ କୁହାଯାଇଛି। ତେଲଙ୍ଗାନା କଂଗ୍ରେସର ଏକ୍ସ ହ୍ୟାଣ୍ଡେଲରେ ଶାହାଙ୍କ ସମ୍ପର୍କିତ ଭିଡିଓ ଶେୟାର କରାଯାଇଥିବା ଅଭିଯୋଗ ହୋଇଛି। ପରେ ଦଳର କେତେଜଣ ନେତା ଉକ୍ତ ଭିଡିଓକୁ ରିପୋଷ୍ଟ କରିଥିଲେ। […] The post ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍ର ସମନ appeared first on Dharitri Odia News.
ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ ସମନ ଜାରି କରିଛି। ତାଙ୍କ ସମେତ ତେଲଙ୍ଗାନାର ୪ ଜଣଙ୍କୁ ଏହି ମାମଲାରେ ନୋଟିସ ଜାରି କରାଯାଇ ତଦନ୍ତରେ ସାମିଲ ହେବାକୁ କୁହାଯାଇଛି।
ତେଲଙ୍ଗାନା କଂଗ୍ରେସର ଏକ୍ସ ହ୍ୟାଣ୍ଡେଲରେ ଶାହାଙ୍କ ସମ୍ପର୍କିତ ଭିଡିଓ ଶେୟାର କରାଯାଇଥିବା ଅଭିଯୋଗ ହୋଇଛି। ପରେ ଦଳର କେତେଜଣ ନେତା ଉକ୍ତ ଭିଡିଓକୁ ରିପୋଷ୍ଟ କରିଥିଲେ। ଅନୁସୂଚିତ ଜାତି/ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ସଂରକ୍ଷଣ କୋଟା ହଟାଇବା ଭାଜପାର ଏଜେଣ୍ଡା ବୋଲି ଉକ୍ତ ଭିଡିଓରେ ଦର୍ଶାଯାଇଥିଲା।
କୋଟା ଉଚ୍ଛେଦ ସପକ୍ଷରେ ଶାହା କହୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଏଡିଟ୍ ହୋଇଥିବା ଉକ୍ତ ଭିଡିଓ ବ୍ୟାପକ ଭାବେ ପ୍ରସାରିତ ହେବା ପରେ ଭାଜପା ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ଆଇପିସିର ବିଭିନ୍ନ ଦଫା ସମେତ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬ସି ଆଧାରରେ ମାମଲା ରୁଜୁ କରିଛି। ସୋସିଆଲ ମିଡିଆ ଏକ୍ସ ଏବଂ ଫେସ୍ବୁକ୍କୁ ମଧ୍ୟ ଦିଲ୍ଲୀ ପୋଲିସ ନୋଟିସ୍ ପଠାଇ ଭିଡିଓ ଅପ୍ଲୋଡ଼ ଏବଂ ଶେୟାର ହୋଇଥିବା ଆକାଉଣ୍ଟଗୁଡ଼ିକ ଉପରେ ତଥ୍ୟ ମାଗିଛି। ଏକ ନିର୍ବାଚନୀ ରାଲିରେ ଶାହା ଦେଇଥିବା ମୂଳ ଭାଷଣକୁ ବିକୃତ କରିବା ପାଇଁ ହେରଫେର କରାଯାଇଥିବା ଭାଜପା ଅଭିଯୋଗ କରିଛି।
କଂଗ୍ରେସ ଏଡିଟ୍ ହୋଇଥିବା ଏହି ଭିଡିଓକୁ ଭାଇରାଲ କରି ସମ୍ପୂର୍ଣ୍ଣ ମିଛ ଖବର ପ୍ରସାର କରାଉଛି, ଯାହାକି ବଡ଼ ଧରଣର ହିଂସା ସୃଷ୍ଟି କରିପାରେ। ଅନୁସୂଚିତ ଜାତି, ଜନଜାତି ଏବଂ ଓବିସିଙ୍କ ସଂରକ୍ଷଣ କୋଟାକୁ ହ୍ରାସ କରାଯାଇ ଧର୍ମ ଆଧାରରେ ମୁସଲମାନଙ୍କୁ ଦିଆଯାଇଥିବା ଅସାମ୍ବିଧାନିକ ସଂରକ୍ଷଣ ହଟାଇବା ସମ୍ପର୍କରେ ଶାହା କହିଥିଲେ। ଏହାକୁ ଏଡିଟ୍ କରାଯାଇଥିବା ଭାଜପା ମୁଖପାତ୍ର ଅମିତ୍ ମାଲବ୍ୟ ଅଭିଯୋଗ କରିଛନ୍ତି। କଂଗ୍ରେସର ଅନେକ ମୁଖପାତ୍ର ଉକ୍ତ ଫେକ୍ ଭିଡିଓକୁ ପୋଷ୍ଟ କରିଛନ୍ତି। ସେମାନେ ଆଇନଗତ ପରିଣାମ ପାଇଁ ପ୍ରସ୍ତୁତ ରହିବାକୁ ହେବ ବୋଲି ମାଲବ୍ୟ କହିଛନ୍ତି।
The post ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍ର ସମନ appeared first on Dharitri Odia News.