ନ୍ୟୁ ରାଜସ୍ଥାନ କଟନ୍‌ଫାବ-୨୦୨୪ ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହରିୟାଣାର କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ‘ନ୍ୟୁ ରାଜସ୍ଥାନ କଟନ୍‌ଫାବ-୨୦୨୪ ପ୍ରଦର୍ଶନୀ’ ନିକଟରେ ଉଦଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଜୁନ ୧ରୁ ଆରମ୍ଭ ହୋଇଥିବା ଏହି ପ୍ରଦଶର୍ନୀ ଚଳିତ ବର୍ଷ ଅଗଷ୍ଟ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ସେହିଭଳି ପ୍ରଦର୍ଶନୀର କାରବାର ବେଶ୍‌ ଉତ୍ସାହଜନକ […] The post ନ୍ୟୁ ରାଜସ୍ଥାନ କଟନ୍‌ଫାବ-୨୦୨୪ ଉଦ୍‌ଘାଟିତ appeared first on Dharitri Odia News.

ନ୍ୟୁ ରାଜସ୍ଥାନ କଟନ୍‌ଫାବ-୨୦୨୪ ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହରିୟାଣାର କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ‘ନ୍ୟୁ ରାଜସ୍ଥାନ କଟନ୍‌ଫାବ-୨୦୨୪ ପ୍ରଦର୍ଶନୀ’ ନିକଟରେ ଉଦଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଜୁନ ୧ରୁ ଆରମ୍ଭ ହୋଇଥିବା ଏହି ପ୍ରଦଶର୍ନୀ ଚଳିତ ବର୍ଷ ଅଗଷ୍ଟ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ସେହିଭଳି ପ୍ରଦର୍ଶନୀର କାରବାର ବେଶ୍‌ ଉତ୍ସାହଜନକ ରହିଥିବାରୁ ବ୍ୟବସାୟୀ ଓ ବୁଣାକାର ସମିତିଗୁଡିକ ପକ୍ଷରୁ ମଧ୍ୟ ଭଳିକି ଭଳି ପୋଷାକ ଓ ବିଭିନ୍ନ ରାଜ୍ୟର ଲୋକପ୍ରିୟ ତଥା ପ୍ରସିଦ୍ଧ ବସ୍ତ୍ରଗୁଡିକର ବ୍ୟାପକ ସମ୍ଭାର ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି ବୋଲି ଆୟୋଜକ ଓ ବ୍ୟବସାୟୀମାନେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ସନ୍ଧ୍ୟା ହେଲେ ସହରବାସୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ‘ନ୍ୟୁ ରାଜସ୍ଥାନ କଟନଫାବ-୨୦୨୪ ପ୍ରଦର୍ଶନୀ’ରେ ଭିଡ ଜମାଉଛନ୍ତି।

ଉଲ୍ଲେଖଯୋଗ୍ୟ, ହରିୟାଣାର କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଆୟୋଜିତ ‘ହ୍ୟାଣ୍ଡଲୁମ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ’ରେ ଓଡ଼ିଶାର ବୟନିକା ସମେତ ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ନାଟକ, ତେଲଙ୍ଗାନା, ଆସାମ, ପୁଡୁଚେରୀ ଏବଂ ଜମ୍ମୁ ଆଣ୍ଡ କଶ୍ମୀର ଭଳି ରାଜ୍ୟର ହ୍ୟାଣ୍ଡଲୁମ ଆଣ୍ଡ ହାଣ୍ଡିକ୍ରାଫ ବ୍ୟବସାୟୀମାନେ ମୋଟ ୬୦ଟି ଷ୍ଟଲ ଜରିଆରେ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ ଓ ବିକ୍ରି କରୁଥିବା କାମଧେନୁ ଖଦି ଉଲ ପାନିପଥର ସମ୍ପାଦକ ରାଜେନ୍ଦ୍ର ଚୌଧୁରୀ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି।

ସେହିପରି ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡିଆଠାରେ ଜାରି ରହିଥିବା ନ୍ୟୁ ରାଜସ୍ଥାନ କଟନଫାବ-୨୦୨୪ ପ୍ରଦର୍ଶନୀ ପ୍ରତ୍ୟହ ଦିବା ୧୧ ଘଟିକାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜାରି ରହିଛି।

The post ନ୍ୟୁ ରାଜସ୍ଥାନ କଟନ୍‌ଫାବ-୨୦୨୪ ଉଦ୍‌ଘାଟିତ appeared first on Dharitri Odia News.