ମୋରବିରେ ପୁଣି ଏକ ଦୁର୍ଘଟଣା, ଖସିଲା ନବ ନିର୍ମିତ ମେଡିକାଲ କଲେଜ ସ୍ଲାବ
ମୋରବି,୯।୩: ଗୁଜୁରାଟର ମୋରବିରେର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ନିର୍ମାଣାଧୀନ ମେଡିକାଲ କଲେଜ ବିଲ୍ଡିଂର ଏକ ଅଂଶ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୫ଜଣ କର୍ମଚାରୀ ଆହତ ହୋଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ ୮ଟାରେ ନୂତନ କୋଠାର ପ୍ରଥମ ମହଲାରେ କାମ କରିବା ସମୟରେ ଏହି ଘଟଣା ଘଟିଛି। କଲେଜ ଅଧିକାରୀଙ୍କ ସମେତ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଜଣେ ଶ୍ରମିକ […] The post ମୋରବିରେ ପୁଣି ଏକ ଦୁର୍ଘଟଣା, ଖସିଲା ନବ ନିର୍ମିତ ମେଡିକାଲ କଲେଜ ସ୍ଲାବ appeared first on Dharitri Odia News.
ମୋରବି,୯।୩: ଗୁଜୁରାଟର ମୋରବିରେର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ନିର୍ମାଣାଧୀନ ମେଡିକାଲ କଲେଜ ବିଲ୍ଡିଂର ଏକ ଅଂଶ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୫ଜଣ କର୍ମଚାରୀ ଆହତ ହୋଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ ୮ଟାରେ ନୂତନ କୋଠାର ପ୍ରଥମ ମହଲାରେ କାମ କରିବା ସମୟରେ ଏହି ଘଟଣା ଘଟିଛି। କଲେଜ ଅଧିକାରୀଙ୍କ ସମେତ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଜଣେ ଶ୍ରମିକ ଆବର୍ଜନା ତଳେ ଫସି ରହିଛନ୍ତି, ତାଙ୍କୁ ବଞ୍ଚାଇବା ପାଇଁ ଅପରେସନ ଚାଲିଛି।
ମୋରବି ଅଗ୍ନିଶମ ଅଧିକାରୀ ଦେବେନ୍ଦ୍ର ସିଂ ଜାଡେଜା କହିଛନ୍ତି ଯେ ରାତି ପ୍ରାୟ ୮ ଟା ସମୟରେ ଅଗ୍ନିଶମ କେନ୍ଦ୍ରରେ ଏକ କଲ ଆସିଥିଲା। ମେଡିକାଲ କଲେଜର ଏକ ପାର୍ଶ୍ୱ ସ୍ଲାବ ଭୁଶୁଡି ପଡିଥିବା କଲରେ ସୂଚନା ଦିଆଯାଇଥିଲା। ଆମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୪ଜଣଙ୍କୁ ଉଦ୍ଧାର କରିଥିଲେ। ଜଣେ ବ୍ୟକ୍ତି ତଥାପି ଫସି ରହିଥିଲେ। କେବଳ ତାଙ୍କ ଚେହେରା ଦେଖାଯାଉଥିଲା। ତାଙ୍କର ସମ୍ପୂର୍ଣ୍ଣ ଶରୀର ସ୍ଲାବ ଏବଂ କଂକ୍ରିଟ ମଧ୍ୟରେ ଫସି ରହିଛି । ସକାଳ ପ୍ରାୟ ୩ଟା ବେଳେ ଆମେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲୁ।
The post ମୋରବିରେ ପୁଣି ଏକ ଦୁର୍ଘଟଣା, ଖସିଲା ନବ ନିର୍ମିତ ମେଡିକାଲ କଲେଜ ସ୍ଲାବ appeared first on Dharitri Odia News.