ଜାମ୍ମୁ କାଶ୍ମୀର ସୋପୋରରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ନୂଆଦିଲ୍ଲୀ ୦୮।୧୧; ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର। ସୋପୋରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ। ଗୁରୁବାର ୨ ଗ୍ରାମରକ୍ଷୀଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ବର୍ତ୍ତମାନ ନିହତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଉଛି। ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୋପୋରର ପାନିପୋରା ଅଞ୍ଚଳରେ ସର୍ଚ୍ଚ ଅପରେସନ ହୋଇଥିଲା ।  ଗୁରୁବାର ସନ୍ଧ୍ୟାରେ ଏହି ଏନକାଉଣ୍ଟର ହୋଇଥିଲା।ଅଧିକାରୀ କହିଛନ୍ତି, 'ସର୍ଚ୍ଚ ଅପରେସନ ସମୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ପ୍ରାରମ୍ଭିକ ଗୁଳି ବିନିମୟ ପରେ ଏହି ଅଞ୍ଚଳକୁ ଅତିରିକ୍ତ ବାହିନୀ ପଠାଯାଇଥିବା ନେଇ ସେ କହିଛନ୍ତି। ସୁରକ୍ଷା ବାହିନୀ ରାତିସାରା ଏହି ଅଞ୍ଚଳରେ ଘେରାବନ୍ଦୀ ବଜାୟ ରଖିଥିଲେ। ଗୁରୁବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟକୁ ପୋଲିସ ନିଶ୍ଚିତ କରିଛି। 

ଜାମ୍ମୁ କାଶ୍ମୀର ସୋପୋରରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ନୂଆଦିଲ୍ଲୀ ୦୮।୧୧; ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର। ସୋପୋରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ। ଗୁରୁବାର ୨ ଗ୍ରାମରକ୍ଷୀଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ବର୍ତ୍ତମାନ ନିହତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଉଛି। ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୋପୋରର ପାନିପୋରା ଅଞ୍ଚଳରେ ସର୍ଚ୍ଚ ଅପରେସନ ହୋଇଥିଲା ।  ଗୁରୁବାର ସନ୍ଧ୍ୟାରେ ଏହି ଏନକାଉଣ୍ଟର ହୋଇଥିଲା।

ଅଧିକାରୀ କହିଛନ୍ତି, 'ସର୍ଚ୍ଚ ଅପରେସନ ସମୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ପ୍ରାରମ୍ଭିକ ଗୁଳି ବିନିମୟ ପରେ ଏହି ଅଞ୍ଚଳକୁ ଅତିରିକ୍ତ ବାହିନୀ ପଠାଯାଇଥିବା ନେଇ ସେ କହିଛନ୍ତି। ସୁରକ୍ଷା ବାହିନୀ ରାତିସାରା ଏହି ଅଞ୍ଚଳରେ ଘେରାବନ୍ଦୀ ବଜାୟ ରଖିଥିଲେ। ଗୁରୁବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟକୁ ପୋଲିସ ନିଶ୍ଚିତ କରିଛି।