ସରକାରଙ୍କ କାର୍ଯ୍ୟାନୁଷ୍ଠାନ, କାର୍ଯ୍ୟରେ ଅବହେଳା ପାଇଁ ବିଦା ହେଲେ ପୌରାଧ୍ୟକ୍ଷା

ଭୁବନେଶ୍ୱର,୨୯।୧: ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈଙ୍କୁ ବହିଷ୍କାର କଲେ ସରକାର। ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ଥିଲା । ଜିଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୋଗ ଆଧାରରେ ପୌରାଧ୍ୟକ୍ଷା ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ରାଜ୍ୟ ସରକାର ନୋଟିସ ଜାରି କରିଥିଲେ । ଗତ ନଭେମ୍ବର ୧୧ ତାରିଖରେ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ […] The post ସରକାରଙ୍କ କାର୍ଯ୍ୟାନୁଷ୍ଠାନ, କାର୍ଯ୍ୟରେ ଅବହେଳା ପାଇଁ ବିଦା ହେଲେ ପୌରାଧ୍ୟକ୍ଷା appeared first on Dharitri Odia News.

ସରକାରଙ୍କ କାର୍ଯ୍ୟାନୁଷ୍ଠାନ, କାର୍ଯ୍ୟରେ ଅବହେଳା ପାଇଁ ବିଦା ହେଲେ ପୌରାଧ୍ୟକ୍ଷା

ଭୁବନେଶ୍ୱର,୨୯।୧: ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈଙ୍କୁ ବହିଷ୍କାର କଲେ ସରକାର। ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ଥିଲା । ଜିଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଅଭିଯୋଗ ଆଧାରରେ ପୌରାଧ୍ୟକ୍ଷା ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ରାଜ୍ୟ ସରକାର ନୋଟିସ ଜାରି କରିଥିଲେ । ଗତ ନଭେମ୍ବର ୧୧ ତାରିଖରେ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଥିଲା। ଏଥିସହ ପୌର ପରିଷଦ ଅଧ୍ୟକ୍ଷା ଜାଣିଶୁଣି ନୀତି ନିୟମ ଏବଂ ଆଇନ ଉଲଙ୍ଘନ କରିଥିବା ନେଇ ଜିଲାପାଳଙ୍କ ତଦନ୍ତ ରିପୋର୍ଟରୁ ରାଜ୍ୟ ସରକାର ଅନୁଭବ କରିଥିଲେ। ଫଳରେ ତାଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

The post ସରକାରଙ୍କ କାର୍ଯ୍ୟାନୁଷ୍ଠାନ, କାର୍ଯ୍ୟରେ ଅବହେଳା ପାଇଁ ବିଦା ହେଲେ ପୌରାଧ୍ୟକ୍ଷା appeared first on Dharitri Odia News.