ଭୀମ ଭୋଇ ଭଜନ ସଙ୍ଗୀତ, ମାନବବାଦ ମହିମା ସାହିତ୍ୟ ଆଲୋଚନାଚକ୍ର

ଭୁବନେଶ୍ୱର,୮ା୧୨ (ବନ୍ଦନା ସେଠୀ): ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଭୁବନେଶ୍ୱର ଏବଂ ସନ୍ଥ କବି ଭୀମଭୋଇ ଅଲେଖ ବ୍ରହ୍ମ ଟ୍ରଷ୍ଟ ପକ୍ଷରୁ ଭୀମଭୋଇ ଭଜନ ସଙ୍ଗୀତ ଓ ମାନବବାଦ ମହିମା ସାହିତ୍ୟ ଆଲୋଚନାଚକ୍ର ଶନିବାର ସୂଚନାଭବନରେ ଅନୁଷ୍ଠିତ ହୋଇଯାଇଛି। ମହିମା ଧର୍ମର ପ୍ରଚାର ପ୍ରସାର ନିମନ୍ତେ ଏହି ଧର୍ମର ଗବେଷକମାନେ ଯୋଗଦେଇ ମାନବବାଦ ମହିମା ସାହିତ୍ୟ ଉପରେ ଆଲୋଚନା କରିଥିଲେ। ଗଦାଧର ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୈଷ୍ଣବ ଚରଣ ସାମଲ, ଡ. ଶରତ […] The post ଭୀମ ଭୋଇ ଭଜନ ସଙ୍ଗୀତ, ମାନବବାଦ ମହିମା ସାହିତ୍ୟ ଆଲୋଚନାଚକ୍ର appeared first on Dharitri Odia News.

ଭୀମ ଭୋଇ ଭଜନ ସଙ୍ଗୀତ, ମାନବବାଦ ମହିମା ସାହିତ୍ୟ ଆଲୋଚନାଚକ୍ର

ଭୁବନେଶ୍ୱର,୮ା୧୨ (ବନ୍ଦନା ସେଠୀ): ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଭୁବନେଶ୍ୱର ଏବଂ ସନ୍ଥ କବି ଭୀମଭୋଇ ଅଲେଖ ବ୍ରହ୍ମ ଟ୍ରଷ୍ଟ ପକ୍ଷରୁ ଭୀମଭୋଇ ଭଜନ ସଙ୍ଗୀତ ଓ ମାନବବାଦ ମହିମା ସାହିତ୍ୟ ଆଲୋଚନାଚକ୍ର ଶନିବାର ସୂଚନାଭବନରେ ଅନୁଷ୍ଠିତ ହୋଇଯାଇଛି। ମହିମା ଧର୍ମର ପ୍ରଚାର ପ୍ରସାର ନିମନ୍ତେ ଏହି ଧର୍ମର ଗବେଷକମାନେ ଯୋଗଦେଇ ମାନବବାଦ ମହିମା ସାହିତ୍ୟ ଉପରେ ଆଲୋଚନା କରିଥିଲେ। ଗଦାଧର ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୈଷ୍ଣବ ଚରଣ ସାମଲ, ଡ. ଶରତ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ। ଏହି ଅବସରରେ ମହିମା ଧର୍ମର ଦାର୍ଶନିକ ତତ୍ତ୍ୱ ବୁଝାଇବା ଓ ମହିମା ଧର୍ମ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବାରେ ସ୍ବତନ୍ତ୍ର ଅବଦଲାନ ଲାଗି ଭକ୍ତ ଦିବାକର ମହାନ୍ତିଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

The post ଭୀମ ଭୋଇ ଭଜନ ସଙ୍ଗୀତ, ମାନବବାଦ ମହିମା ସାହିତ୍ୟ ଆଲୋଚନାଚକ୍ର appeared first on Dharitri Odia News.