ବୋର୍ଡ ଲଗାଇବାକୁ କାଟିଦେଲେ ୧୦ବର୍ଷର ଗଛ

ଭୁବନେଶ୍ୱର,୧୯ା୫(ବନ୍ଦନା ସେଠୀ): ଅତି ଜରୁରୀ ଥିଲେ ଗୋଟିଏ ଗଛ କାଟିଲେ ୧୦ଟି ଗଛ ଲଗାଇବାର ନିୟମ ରହିଛି। ସେହିପରି କୌଣସି ଗଛ କାଟିବା ପୂର୍ବରୁ ଡିଏଫ୍‌ଓଙ୍କଠାରୁ ଅନୁମତି ନେବାର ବିଧି ରହିଛି। ମାତ୍ର ଖୋଦ୍‌ ରାଜଧାନୀରେ ପୁଣି ସରକାରୀ କାର୍ଯ୍ୟରେ ଖୁଲମ୍‌ଖୁଲା ଭାବେ ଏହି ନିୟମକୁ ଫୁ’ କରି ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମର ଓ୍ବାର୍ଡ ନଂ. ୫୫ ଅନ୍ତର୍ଗତ ନାଗେଶ୍ୱରଟାଙ୍ଗୀସ୍ଥିତ ଆୟୁର୍ବେଦିକ ହସ୍ପିଟାଲ ସମ୍ମୁଖରୁ ଦୁଇଟି ୧୦ ବର୍ଷର ପୁରୁଣା ଗଛ କଟା ହୋଇଛି। ସମ୍ପୃକ୍ତ […] The post ବୋର୍ଡ ଲଗାଇବାକୁ କାଟିଦେଲେ ୧୦ବର୍ଷର ଗଛ appeared first on Dharitri Odia News.

ବୋର୍ଡ ଲଗାଇବାକୁ କାଟିଦେଲେ ୧୦ବର୍ଷର ଗଛ

ଭୁବନେଶ୍ୱର,୧୯ା୫(ବନ୍ଦନା ସେଠୀ): ଅତି ଜରୁରୀ ଥିଲେ ଗୋଟିଏ ଗଛ କାଟିଲେ ୧୦ଟି ଗଛ ଲଗାଇବାର ନିୟମ ରହିଛି। ସେହିପରି କୌଣସି ଗଛ କାଟିବା ପୂର୍ବରୁ ଡିଏଫ୍‌ଓଙ୍କଠାରୁ ଅନୁମତି ନେବାର ବିଧି ରହିଛି। ମାତ୍ର ଖୋଦ୍‌ ରାଜଧାନୀରେ ପୁଣି ସରକାରୀ କାର୍ଯ୍ୟରେ ଖୁଲମ୍‌ଖୁଲା ଭାବେ ଏହି ନିୟମକୁ ଫୁ’ କରି ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମର ଓ୍ବାର୍ଡ ନଂ. ୫୫ ଅନ୍ତର୍ଗତ ନାଗେଶ୍ୱରଟାଙ୍ଗୀସ୍ଥିତ ଆୟୁର୍ବେଦିକ ହସ୍ପିଟାଲ ସମ୍ମୁଖରୁ ଦୁଇଟି ୧୦ ବର୍ଷର ପୁରୁଣା ଗଛ କଟା ହୋଇଛି। ସମ୍ପୃକ୍ତ ସ୍ଥାନରେ ହସ୍ପିଟାଲ ପକ୍ଷରୁ ‘ଆଇ ଲଭ ଆୟୁର୍ବେଦିକ ହସ୍ପିଟାଲ’ ବୋର୍ଡ ଲଗାଯିବ। ତେବେ ବୋର୍ଡ ଲଗାଇବା ପାଇଁ ଏତେ ବର୍ଷର ଗଛକୁ କାଟିଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୫ରେ ଏହି ହସ୍ପିଟାଲ ସମ୍ମୁଖରେ ଗ୍ରୀନ୍‌ଓ୍ବାଲର୍‌ଡ ପକ୍ଷରୁ ରାସ୍ତା କଡ଼ରେ ଫାସି ଓ ଛତିଆନା ଗଛ ଲଗାଯାଇଥିଲା। ୧୦ବର୍ଷ ଭିତରେ ଗଛ ବଡ଼ ହେବା ସହ ପଥଚାରୀଙ୍କୁ ଛାଇ ପ୍ରଦାନ କରୁଥିଲା। ଏମିତି କି ହସ୍ପିଟାଲ୍‌କୁ ଆସୁଥିବା ଲୋକମାନେ ମଧ୍ୟ ଗଛ ଛାଇରେ ଛିଡ଼ା ହେଉଥିଲେ। ତେଣୁ ଏହି ଗଛ କାଟିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଆର୍‌ ଆଣ୍ଡ ବି ଡିଭିଜନ-୨ ଅଧୀନରେ ଆସୁଥିବା ଏହି ରାସ୍ତାରେ ୬ମାସ ତଳେ ନୂଆକରି ପେଭର୍‌ ବ୍ଲକ ବିଛା ହୋଇଥିଲା। ଏହାକୁ ତାଡ଼ି ନଷ୍ଟ କରି ଦିଆଯାଇଛି। ହସ୍ପିଟାଲ ପରିସରରେ ଜାଗା ଥିଲେ ବି ରାସ୍ତାକୁ ଅକ୍ତିଆର କରି ଗଛ କାଟି ସେଠାରେ ଏହି ବୋର୍ଡ ଲଗାଯିବାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ଏନେଇ ସ୍ଥାନୀୟ କର୍ପୋରେଟର ନୃପେଶ କୁମାର ନାୟକ କହିଛନ୍ତି, ଗତ ୧୦ବର୍ଷ ତଳେ ଆମେ ଏହି ସ୍ଥାନ ସମେତ ବିଭିନ୍ନ ସ୍ଥାନରେ ପ୍ରାୟ ୬ହଜାର ଗଛ ଲଗାଇଥିଲୁ। ଗଛକୁ ଲାଳନପାଳନ କରି ବଡ଼ କରିଛୁ। ହେଲେ ଦୁଃଖର ବିଷୟ, ସାମାନ୍ୟ ଏକ ବୋର୍ଡ ଲଗାଇବା ପାଇଁ ଦୁଇଟି ବଡ଼ ଗଛକୁ କାଟି ଦିଆଗଲା। ଏହା ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଶୂନ। ଏନେଇ ଆମେ ବିଏମ୍‌ସି, ପୂର୍ତ୍ତ ବିଭାଗ ଓ ସିଟି ଡିଏଫ୍‌ଓଙ୍କ ନିକଟରେ ଅଭିଯୋଗ କରିବା ସହ ତୁରନ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛୁ ବୋଲି ସେ କହିଛନ୍ତି। ତେବେ ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

The post ବୋର୍ଡ ଲଗାଇବାକୁ କାଟିଦେଲେ ୧୦ବର୍ଷର ଗଛ appeared first on Dharitri Odia News.