ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍‌, ସଞ୍ଜୁ-ସାମିଙ୍କ ଉପରେ ରହିବ ସମସ୍ତଙ୍କ ନଜର

କୋଲକାତା ୨୨।୦୧ : ବୁଧବାରଠୁ ଭାରତ ଓ ଇଂଲଣ୍ଡ ଟି-୨୦ ସିରିଜ । ଉଭୟ ଟିମ୍‌ଙ୍କ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେଉଛି । ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯିବ ପ୍ରଥମ ମ୍ୟାଚ୍। ବୁଧବାର ସଂଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ୍‌ ।ଉଭୟ ଦଳ ପାୱାର ଗେମରେ ଧୂରନ୍ଧର ଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଆଶାବାଦୀ ରହିଛନ୍ତି। ଜୋସ୍ ବଟଲରଙ୍କ ଦଳ ଏହି ଫର୍ମାଟ୍ ରେ ଅନ୍ୟତମ ଭୟଙ୍କର ଦଳ ହୋଇଥିବାରୁ ଭାରତକୁ ଘରୋଇ ମାଟିରେ ମାତ୍ ଦେବାକୁ ଯୋଜନା କରିଛି। ବ୍ୟକ୍ତିଗତ ଭାବେ ବଟଲର୍ ଇଡେନ୍ ଗାର୍ଡେନ୍ସରେ ଗତବର୍ଷ ରାଜସ୍ଥାନ ରୟାଲ୍ସକୁ ଏକ ଶତକୀୟ ପାଳି ବଳରେ ବିଜୟୀ କରିଥିବାରୁ ଆତ୍ମବିଶ୍ବାସ ରଖିଛନ୍ତି। ଇଡେନ୍ ଗାର୍ଡେନ୍ସ ମଧ୍ୟ ସୂର୍ଯ୍ୟକୁମାର ୟାଦବ, ସଂଜୁ ସାମସନ୍, ରିଙ୍କୁ ସିଂହ ପ୍ରମୁଖଙ୍କ ପାଇଁ ବିଭିନ୍ନ ସମୟରେ ସଫଳତାର ଛାପ ରଖିଛି। ଦେଖାଯାଉ ଇଡେନ୍‌ରେ କିଏ ମାରୁଛି ବାଜି । କାହାର ହେବ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ।ତେବେ ଟି-୨୦ ବିଶ୍ୱକପ୍‌ ପରେ ଭାରତ ୧୧ଟି ମ୍ୟାଚ୍‌ ଖେଳିଛି । ଯେଉଁଥିରୁ ୭ଟି ମ୍ୟାଚ୍‌ରେ ୨୦୦ରୁ ଅଧିକ ସ୍କୋର ସଂଗ୍ରହ କରିଛି । ୨ ମ୍ୟାଚ୍‌ରେ ଯଥାକ୍ରମେ ଦଳର ସ୍କୋର ୨୯୭, ୨୮୩ ରନ୍‌ ସଂଗ୍ରହ କରିଥିଲା । ସେପଟେ ଇଂଲଣ୍ଡ ମଧ୍ୟ ପଛରେ ନାହିଁ । ବ୍ରେଣ୍ଡନ ମ୍ୟାକ୍‌କୁଲମ ସୀମିତ ଓଭର କ୍ରିକେଟ୍‌ ଦଳର କୋଚ୍‌ ହେବା ପରେ ଦଳ ଅଧିକ ବିସ୍ଫୋରକ ବ୍ୟାଟିଂ କରୁଛି । ଖାସ୍‌ କରି

ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍‌, ସଞ୍ଜୁ-ସାମିଙ୍କ ଉପରେ ରହିବ ସମସ୍ତଙ୍କ ନଜର

କୋଲକାତା ୨୨।୦୧ : ବୁଧବାରଠୁ ଭାରତ ଓ ଇଂଲଣ୍ଡ ଟି-୨୦ ସିରିଜ । ଉଭୟ ଟିମ୍‌ଙ୍କ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେଉଛି । ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯିବ ପ୍ରଥମ ମ୍ୟାଚ୍। ବୁଧବାର ସଂଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ୍‌ ।

ଉଭୟ ଦଳ ପାୱାର ଗେମରେ ଧୂରନ୍ଧର ଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଆଶାବାଦୀ ରହିଛନ୍ତି। ଜୋସ୍ ବଟଲରଙ୍କ ଦଳ ଏହି ଫର୍ମାଟ୍ ରେ ଅନ୍ୟତମ ଭୟଙ୍କର ଦଳ ହୋଇଥିବାରୁ ଭାରତକୁ ଘରୋଇ ମାଟିରେ ମାତ୍ ଦେବାକୁ ଯୋଜନା କରିଛି। ବ୍ୟକ୍ତିଗତ ଭାବେ ବଟଲର୍ ଇଡେନ୍ ଗାର୍ଡେନ୍ସରେ ଗତବର୍ଷ ରାଜସ୍ଥାନ ରୟାଲ୍ସକୁ ଏକ ଶତକୀୟ ପାଳି ବଳରେ ବିଜୟୀ କରିଥିବାରୁ ଆତ୍ମବିଶ୍ବାସ ରଖିଛନ୍ତି। ଇଡେନ୍ ଗାର୍ଡେନ୍ସ ମଧ୍ୟ ସୂର୍ଯ୍ୟକୁମାର ୟାଦବ, ସଂଜୁ ସାମସନ୍, ରିଙ୍କୁ ସିଂହ ପ୍ରମୁଖଙ୍କ ପାଇଁ ବିଭିନ୍ନ ସମୟରେ ସଫଳତାର ଛାପ ରଖିଛି। ଦେଖାଯାଉ ଇଡେନ୍‌ରେ କିଏ ମାରୁଛି ବାଜି । କାହାର ହେବ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ।

ତେବେ ଟି-୨୦ ବିଶ୍ୱକପ୍‌ ପରେ ଭାରତ ୧୧ଟି ମ୍ୟାଚ୍‌ ଖେଳିଛି । ଯେଉଁଥିରୁ ୭ଟି ମ୍ୟାଚ୍‌ରେ ୨୦୦ରୁ ଅଧିକ ସ୍କୋର ସଂଗ୍ରହ କରିଛି । ୨ ମ୍ୟାଚ୍‌ରେ ଯଥାକ୍ରମେ ଦଳର ସ୍କୋର ୨୯୭, ୨୮୩ ରନ୍‌ ସଂଗ୍ରହ କରିଥିଲା । ସେପଟେ ଇଂଲଣ୍ଡ ମଧ୍ୟ ପଛରେ ନାହିଁ । ବ୍ରେଣ୍ଡନ ମ୍ୟାକ୍‌କୁଲମ ସୀମିତ ଓଭର କ୍ରିକେଟ୍‌ ଦଳର କୋଚ୍‌ ହେବା ପରେ ଦଳ ଅଧିକ ବିସ୍ଫୋରକ ବ୍ୟାଟିଂ କରୁଛି । ଖାସ୍‌ କରି ଟିମ୍‌ର ଯୁବ ବ୍ୟାଟର ମାନେ ଅଧିକ ଆକ୍ରାମକ ବ୍ୟାଟିଂ କରୁଛନ୍ତି । 

ସମ୍ଭାବିତ ଭାରତୀୟ ଟିମ୍‌- ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ନୀତିଶ କୁମାର ରେଡ୍ଡୀ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଓ୍ୱାସିଂଟନ ସୁନ୍ଦର/ରବି ବିଷ୍ଣୋଇ/ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ମହମ୍ମଦ ସାମି ।

ସମ୍ଭାବିତ ଇଂଲଣ୍ଡ ଟିମ୍‌- ଫିଲ୍‌ ସଲ୍ଟ, ବେନ୍‌ ଡକେଟ୍‌, ଜୋସ୍‌ ବଟଲର (ଅଧିନାୟକ), ହ୍ୟାରୀ ବ୍ରୁକ୍‌, ଲାଏମ୍‌ ଲିଭିଙ୍ଗଷ୍ଟୋନ୍‌, ଜାକବ ବେଥେଲ୍‌, ଜାମି ଓଭରଟନ, ଗସ୍‌ ଅଟକିନସନ, ଜୋଫ୍ରା ଅର୍ଚର, ଆଦିଲ ରସିଦ, ମାର୍କ ଉଡ୍‌ । 

ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍‌ କରିବାକୁ ଶାମୀଙ୍କ ବଳିଦାନ, ଦୁଇ ମାସ ହେବ ଖାଇନାହାଁନ୍ତି ପ୍ରିୟ ଖାଦ୍ୟ