ବଡ଼ ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ମୋଦି: ମନମୋହନଙ୍କ ପଛରେ ପକାଇବେ
ନୂଆଦିଲ୍ଲୀ,୧୩।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଏକାଦଶ ଥର ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବେ। ଏହା କରି ପ୍ରଧାନମନ୍ତ୍ରୀ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ପଛରେ ପକାଇବେ। ମନମୋହନ କ୍ରମାଗତ ୧୦ଥର ତ୍ରିରଙ୍ଗାକୁ ଉଡାଇଛନ୍ତି। ତେବେ ଏହି ପ୍ରସଙ୍ଗରେ ସେ ଲଗାତାର ୧୭ଥର ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଥିବା ପଣ୍ଡିତ ଜବାହରଲାଲ ନେହେରୁଙ୍କ ପଛରେ ରହିବେ। ଲାଲକିଲ୍ଲାରେ ପତାକା ଉତ୍ତୋଳନ ପ୍ରସଙ୍ଗରେ ରେକର୍ଡ ପ୍ରଧାନମନ୍ତ୍ରୀ ନେହେରୁଙ୍କ ନାମରେ ରହିଛି। ଏହା ପରେ […] The post ବଡ଼ ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ମୋଦି: ମନମୋହନଙ୍କ ପଛରେ ପକାଇବେ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଏକାଦଶ ଥର ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବେ। ଏହା କରି ପ୍ରଧାନମନ୍ତ୍ରୀ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ପଛରେ ପକାଇବେ। ମନମୋହନ କ୍ରମାଗତ ୧୦ଥର ତ୍ରିରଙ୍ଗାକୁ ଉଡାଇଛନ୍ତି। ତେବେ ଏହି ପ୍ରସଙ୍ଗରେ ସେ ଲଗାତାର ୧୭ଥର ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଥିବା ପଣ୍ଡିତ ଜବାହରଲାଲ ନେହେରୁଙ୍କ ପଛରେ ରହିବେ।
ଲାଲକିଲ୍ଲାରେ ପତାକା ଉତ୍ତୋଳନ ପ୍ରସଙ୍ଗରେ ରେକର୍ଡ ପ୍ରଧାନମନ୍ତ୍ରୀ ନେହେରୁଙ୍କ ନାମରେ ରହିଛି। ଏହା ପରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ୧୬ଥର ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଥିଲେ। ନେହେରୁ ୧୯୪୭ ରୁ ୧୯୬୩ ପର୍ଯ୍ୟନ୍ତ କ୍ରମାଗତ ଭାବରେ ପତାକା ଉତ୍ତୋଳନ କରିଥିଲେ। ୧୯୬୬ ରୁ ୧୯୭୬ ପର୍ଯ୍ୟନ୍ତ ଏବଂ ୧୯୮୦ ରୁ ୧୯୮୪ ପର୍ଯ୍ୟନ୍ତ ଏବଂ ମୋଟ ୧୬ଥର ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଇନ୍ଦିରା ଗାନ୍ଧୀ ଦେଶକୁ ସମ୍ବୋଧିତ କରିଥିଲେ। ୨୦୦୪ ରୁ ୨୦୧୩ ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କ୍ରମାଗତ ଦଶଥର ପତାକା ଉତ୍ତୋଳନ କରିଥିଲେ।
ଲାଲକିଲ୍ଲା କମ୍ପ୍ଲେକ୍ସରେ ଆୟୋଜିତ ହେବାକୁ ଥିବା ସ୍ବାଧୀନତା ଦିବସରେ ୧୮ ହଜାର ଲୋକ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବେ। ବିଶେଷ କଥା ହେଉଛି ଏହି ୪ ହଜାର ସ୍ବତନ୍ତ୍ର ଅତିଥିଙ୍କ ମଧ୍ୟରୁ ମହିଳା, କୃଷକ, ଯୁବକ ଏବଂ ଗରିବ ଶ୍ରେଣୀର ଲୋକ ରହିବେ। ଜାତି ଉପରେ ରାଜନୈତିକ ମହାଭାରତ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏହି ଚାରୋଟି ଶ୍ରେଣୀକୁ ଦେଶର ଚାରୋଟି ଜାତି ମଧ୍ୟରେ ଅନ୍ତର୍ଭୁକ୍ତ କରିଥିଲେ। ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳି ମଧ୍ୟ ଅତିଥି ଭାବେ ଯୋଗଦେବେ।
The post ବଡ଼ ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ମୋଦି: ମନମୋହନଙ୍କ ପଛରେ ପକାଇବେ appeared first on Dharitri Odia News.