ଜମୁଛି ନିର୍ବାଚନୀ ପ୍ରଚାର, ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ବଡ଼ଚଣା ବିଜେପି ପ୍ରାର୍ଥୀ ଅମର ନାୟକ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣାରେ ଜମୁଛି ନିର୍ବାଚନ ପ୍ରଚାର। ଛତିଆ ପଞ୍ଚାୟତ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ପ୍ରାର୍ଥୀ ଚଳାଇଛନ୍ତି ଅହରହ ଉଦ୍ୟମ। ଏହିକ୍ରମରେ ବଡ଼ଚଣା ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଅମର ନାୟକ ପଦଯାତ୍ରା ମାଧ୍ୟମରେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି।ନିର୍ବାଚନମଣ୍ଡଳୀର ଛତିଆ ପଞ୍ଚାୟତରେ ଶ୍ରୀ ନାୟକ ପହଞ୍ଚିବା ପରେ ଶତାଧିକ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଶତାଧିକ କର୍ମୀ ମାନଙ୍କ ସହ ଅମର ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ବୟସ୍କ ବ୍ୟକ୍ତି ମାନଙ୍କ ଆଶୀର୍ବାଦ ନେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆୟୁଧ କରି ସେ ନିର୍ବାଚନ ଲଢ଼ୁଥିବା ବେଳେ ବଡ଼ଚଣା ମାଟିର ସ୍ୱାଭିମାନ ପାଇଁ ସଂଗ୍ରାମ ଜାରି ରଖିବେ ବୋଲି କହିଛନ୍ତି ଅମର ନାୟକ।

ଜମୁଛି ନିର୍ବାଚନୀ ପ୍ରଚାର, ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ବଡ଼ଚଣା ବିଜେପି ପ୍ରାର୍ଥୀ ଅମର ନାୟକ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣାରେ ଜମୁଛି ନିର୍ବାଚନ ପ୍ରଚାର। ଛତିଆ ପଞ୍ଚାୟତ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ପ୍ରାର୍ଥୀ ଚଳାଇଛନ୍ତି ଅହରହ ଉଦ୍ୟମ। ଏହିକ୍ରମରେ ବଡ଼ଚଣା ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଅମର ନାୟକ ପଦଯାତ୍ରା ମାଧ୍ୟମରେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି।

ନିର୍ବାଚନମଣ୍ଡଳୀର ଛତିଆ ପଞ୍ଚାୟତରେ ଶ୍ରୀ ନାୟକ ପହଞ୍ଚିବା ପରେ ଶତାଧିକ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଶତାଧିକ କର୍ମୀ ମାନଙ୍କ ସହ ଅମର ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ବୟସ୍କ ବ୍ୟକ୍ତି ମାନଙ୍କ ଆଶୀର୍ବାଦ ନେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆୟୁଧ କରି ସେ ନିର୍ବାଚନ ଲଢ଼ୁଥିବା ବେଳେ ବଡ଼ଚଣା ମାଟିର ସ୍ୱାଭିମାନ ପାଇଁ ସଂଗ୍ରାମ ଜାରି ରଖିବେ ବୋଲି କହିଛନ୍ତି ଅମର ନାୟକ।