ଚିଲିଗୁଡ଼ା-ଓଲମା ରାସ୍ତାରେ ୫ ଫୁଟର ବନ୍ୟାଜଳ, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

କୋକସରା,୭ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଚିଲିଗୁଡ଼ାରୁ ଓଲମାକୁ ସଂଯୋଗ କରୁଥିବା ରାସ୍ତାରେ ବର୍ଷାଜଳ ପ୍ରବାହିତ ହେଉଛି। ଗଡ଼ରାମାଲ ଓ ଓଲମା ରାସ୍ତାର ମଝିରେ ରହିଥିବା ପୋଲରେ ମଙ୍ଗଳବାରଠାରୁ ଲାଗି ରହିଥିବା ମୂଷଳଧାରା ବର୍ଷା କାରଣରୁ ପୋଲରେ ପ୍ରାୟ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଏହି ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଓଲମା ଗ୍ରାମବାସୀ ପ୍ରାୟ ୮/୧୦ କିମି ବୁଲି ଗମ୍ଭାରୀଗୁଡ଼ା ଦେଇ […] The post ଚିଲିଗୁଡ଼ା-ଓଲମା ରାସ୍ତାରେ ୫ ଫୁଟର ବନ୍ୟାଜଳ, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ appeared first on Dharitri Odia News.

ଚିଲିଗୁଡ଼ା-ଓଲମା ରାସ୍ତାରେ ୫ ଫୁଟର ବନ୍ୟାଜଳ, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

କୋକସରା,୭ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଚିଲିଗୁଡ଼ାରୁ ଓଲମାକୁ ସଂଯୋଗ କରୁଥିବା ରାସ୍ତାରେ ବର୍ଷାଜଳ ପ୍ରବାହିତ ହେଉଛି। ଗଡ଼ରାମାଲ ଓ ଓଲମା ରାସ୍ତାର ମଝିରେ ରହିଥିବା ପୋଲରେ ମଙ୍ଗଳବାରଠାରୁ ଲାଗି ରହିଥିବା ମୂଷଳଧାରା ବର୍ଷା କାରଣରୁ ପୋଲରେ ପ୍ରାୟ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଏହି ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଓଲମା ଗ୍ରାମବାସୀ ପ୍ରାୟ ୮/୧୦ କିମି ବୁଲି ଗମ୍ଭାରୀଗୁଡ଼ା ଦେଇ ବ୍ଲକ ସଦର ମହକୁମା କୋକସରାକୁ ଯାତାୟାତ କରୁଥିବା ଅଭିଯୋଗ କରିଛନ୍ତି। ଫଳରେ ସ୍କୁଲ, କଲେଜ ଓ ବିଭିନ୍ନ କାର୍ଯ୍ୟ ନେଇ ବ୍ଲକ ସଦରମହକୁମାକୁ ଯାଉଥିବା ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପୋଲଟି ରାସ୍ତାରୁ ଉଚ୍ଚତାରୁ ୩/୪ ଫୁଟ ତଳେ ରହିଥିବାରୁ ପ୍ରତିବର୍ଷ ବର୍ଷାଦିନରେ ଏହିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓଲମା ଗ୍ରାମବାସୀ। କିଛି ବର୍ଷ ତଳେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ସମୟରେ ଏହି ପୋଲକୁ ଉଚ୍ଚ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ। ତେବେ ଗ୍ରାମବାସୀଙ୍କ ଦାବିକୁ ଅଣଦେଖା କରି ରାସ୍ତା ନିର୍ମାଣ କରାଯାଇଥିଲା। ତେଣୁ ବର୍ଷାଦିନ ଆସିଲେ ଏମିତି ହଇରାଣ ହେଉଛନ୍ତି ଓଲମା ଗ୍ରାମବାସୀ। ଗ୍ରାମ୍ୟ ଉନ୍ନୟନ ବିଭାଗ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

The post ଚିଲିଗୁଡ଼ା-ଓଲମା ରାସ୍ତାରେ ୫ ଫୁଟର ବନ୍ୟାଜଳ, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ appeared first on Dharitri Odia News.