ମା’-ଭଉଣୀଙ୍କୁ ଦେଖି ଭାବପ୍ରବଣ ହୋଇପଡିଲେ କୋହଲି: ସଙ୍ଗେ ସଙ୍ଗେ କଲେ ଏମିତି କାମ

ନୂଆଦିଲ୍ଲୀ,୪।୭: ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିବା ପରେ ଟିମ ଇଣ୍ଡିଆ ଗୁରୁବାର ଭାରତ ଫେରିଛି। ରୋହିତ ଶର୍ମାଙ୍କ ସେନା ପ୍ରତ୍ୟାବର୍ତ୍ତନ ହେତୁ ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି। ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ପ୍ରଶଂସକଙ୍କ ଭିଡ ଜମିଥିଲା। ଏଥିସହିତ ଟିମ ଇଣ୍ଡିଆ ପହଞ୍ଚିଥିବା ହୋଟେଲ ବାହାରେ ପ୍ରଶଂସକଙ୍କ ଏକ ସମାବେଶ ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରାୟ ଏକ ମାସ ପରେ ଭାରତୀୟ ଦଳ ଘରକୁ ଫେରିଛନ୍ତି। ଭାରତୀୟ ଖେଳାଳିମାନେ ଏତେ […] The post ମା’-ଭଉଣୀଙ୍କୁ ଦେଖି ଭାବପ୍ରବଣ ହୋଇପଡିଲେ କୋହଲି: ସଙ୍ଗେ ସଙ୍ଗେ କଲେ ଏମିତି କାମ appeared first on Dharitri Odia News.

ମା’-ଭଉଣୀଙ୍କୁ ଦେଖି ଭାବପ୍ରବଣ ହୋଇପଡିଲେ କୋହଲି: ସଙ୍ଗେ ସଙ୍ଗେ କଲେ ଏମିତି କାମ

ନୂଆଦିଲ୍ଲୀ,୪।୭: ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିବା ପରେ ଟିମ ଇଣ୍ଡିଆ ଗୁରୁବାର ଭାରତ ଫେରିଛି। ରୋହିତ ଶର୍ମାଙ୍କ ସେନା ପ୍ରତ୍ୟାବର୍ତ୍ତନ ହେତୁ ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି। ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ପ୍ରଶଂସକଙ୍କ ଭିଡ ଜମିଥିଲା। ଏଥିସହିତ ଟିମ ଇଣ୍ଡିଆ ପହଞ୍ଚିଥିବା ହୋଟେଲ ବାହାରେ ପ୍ରଶଂସକଙ୍କ ଏକ ସମାବେଶ ମଧ୍ୟ ଦେଖିବାକୁ ମିଳିଥିଲା।
ପ୍ରାୟ ଏକ ମାସ ପରେ ଭାରତୀୟ ଦଳ ଘରକୁ ଫେରିଛନ୍ତି। ଭାରତୀୟ ଖେଳାଳିମାନେ ଏତେ ଦିନ ପରେ ପରିବାର ସଦସ୍ୟଙ୍କୁ ଭେଟି ଭାବପ୍ରବଣ ହୋଇଥିଲେ। ବିରାଟ କୋହଲି ଭଉଣୀ ଏବଂ ମା’ଙ୍କୁ ଭେଟିବା ପରେ ଭାବପ୍ରବଣ ହୋଇଥିଲେ। କୋହଲିଙ୍କ ପୁରା ପରିବାର ତାଙ୍କୁ ସ୍ବାଗତ କରିବା ପାଇଁ ଆଇଟିସି ମୌର୍ଯ୍ୟରେ ପହଞ୍ଚିଥିଲେ। ଏହି ସମୟରେ କୋହଲି ତାଙ୍କୁ ଦେଖି ଭାବପ୍ରବଣ ହୋଇପଡ଼ିଥିଲେ। କୋହଲି ତାଙ୍କ ପୁତୁରା ଏବଂ ଭାଣିଜୀଭଣଜାମାନଙ୍କୁ ନିଜ ବେକରୁ ପଦକ ଓହ୍ଲାଇ ତାଙ୍କୁ ପ୍ରଦାନ କରିଥିଲେ। ଏହାର ଫଟୋ ତାଙ୍କ ଭଉଣୀ ଭାବନା କୋହଲି ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

The post ମା’-ଭଉଣୀଙ୍କୁ ଦେଖି ଭାବପ୍ରବଣ ହୋଇପଡିଲେ କୋହଲି: ସଙ୍ଗେ ସଙ୍ଗେ କଲେ ଏମିତି କାମ appeared first on Dharitri Odia News.