ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ସ୍ବାମୀ ଫେରାର

ଦିଗପହଣ୍ଡି,୧୯ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନରସିଂହପୁର ଗ୍ରାମର ଏସ୍‌. ବେଦମତୀ ଦୋରାଙ୍କୁ ତାଙ୍କ ସ୍ବାମୀ ଏସ୍‌.ଦୀନବନ୍ଧୁ ଦୋରା ନିସ୍ତୁକ ମାଡ଼ ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ଦୀନବନ୍ଧୁଙ୍କ ସ୍ତ୍ରୀ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲା ଅନୁସାରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କେସ୍‌ ନଂ.୪୦୮/୨୪ ଅନୁଯାୟୀ ଅଭିଯୁକ୍ତ ଦୀନବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଗିରଫ ଭୟରେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। […] The post ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ସ୍ବାମୀ ଫେରାର appeared first on Dharitri Odia News.

ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ସ୍ବାମୀ ଫେରାର

ଦିଗପହଣ୍ଡି,୧୯ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନରସିଂହପୁର ଗ୍ରାମର ଏସ୍‌. ବେଦମତୀ ଦୋରାଙ୍କୁ ତାଙ୍କ ସ୍ବାମୀ ଏସ୍‌.ଦୀନବନ୍ଧୁ ଦୋରା ନିସ୍ତୁକ ମାଡ଼ ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ଦୀନବନ୍ଧୁଙ୍କ ସ୍ତ୍ରୀ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲା ଅନୁସାରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କେସ୍‌ ନଂ.୪୦୮/୨୪ ଅନୁଯାୟୀ ଅଭିଯୁକ୍ତ ଦୀନବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଗିରଫ ଭୟରେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।

ସୂଚନାରୁ ପ୍ରକାଶ ଯେ, ଗୁରୁବାର ରାତି ପ୍ରାୟ ୧୨ଟାରେ ଦୀନବନ୍ଧୁ ଦିଗପହଣ୍ଡିରୁ ଫେରି ସ୍ତ୍ରୀ ବେଦମତୀଙ୍କୁ ଶୋଇଥିବା ଅବସ୍ଥାରେ ତାଙ୍କ ତଣ୍ଟିଚିପି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ସେ ପାଟି କରିବାରୁ ଶାଶୁ ଏବଂ ସାହି ପଡ଼ୋଶୀ ଆସି ଛଡ଼ାଛଡ଼ି କରିବା ବେଳେ ତାଙ୍କ ବାମ ଆଖିକୁ ମୁଥ ମାରିବାରୁ ଆଖିକୁ ଭୀଷଣ ଆଘାତ ଲାଗିଛି। ପରେ ତାଙ୍କୁ ଧକ୍କା ମାରି ଘରୁ ତଡ଼ି ଦେବାରୁ ସେ ବାପଘରକୁ ପଳାଇଥିଲେ। ଶୁକ୍ରବାର ସକାଳେ ବେଦମତୀ ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଣିବାକୁ ଶାଶୁଘରକୁ ଯାଇଥିବା ବେଳେ ସ୍ବାମୀ ପୁଣିଥରେ ତାଙ୍କୁ ଆକ୍ରମଣ କରିବା ସହ ତଣ୍ଟି ଧରି ମାଡ଼ି ବସିଥିଲେ। ସ୍ବାମୀଙ୍କ କବଳରୁ ଶାଶୁ ତାଙ୍କୁ ଉଦ୍ଧାର କରିଥିଲେ। ୨ ଝିଅଙ୍କୁ ନେଇ ସେ ବାପଘରେ ରହୁଥିବା ଏତଲାରେ ଉଲ୍ଲେଖ ରହିଛି।

The post ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ସ୍ବାମୀ ଫେରାର appeared first on Dharitri Odia News.