ସ୍ତ୍ରୀ ଛାଡପତ୍ର ମାଗିବାରୁ ପ୍ରାଇଭେଟ୍ ଫଟୋ, ଭିଡିଓ ଭାଇରାଲ କରିଦେଲେ ସ୍ବାମୀ, ଆଉ ତା’ପରେ…
ଅହମ୍ମଦାବାଦ,୩।୨: ଅହମ୍ମଦାବାଦର ମେମନଗରରେ ଜଣେ ୨୧ ବର୍ଷୀୟା ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ବ୍ଲାକମେଲ ଏବଂ ନିର୍ଯାତନାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀ ତାଙ୍କର ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଲିକ୍ କରିଛନ୍ତି। ଏହି ଘଟଣାରେ ସେ ବିଚଳିତ ହୋଇ ଶୁକ୍ରବାର ଘାଟଲୋଦିଆ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ, ଯାହା ପରେ ପୋଲିସ ତାଙ୍କ ସ୍ବାମୀଙ୍କ ବିରୋଧରେ ମାନହାନି ଏବଂ ଧମକ ପାଇଁ ମାମଲା ରୁଜୁ […] The post ସ୍ତ୍ରୀ ଛାଡପତ୍ର ମାଗିବାରୁ ପ୍ରାଇଭେଟ୍ ଫଟୋ, ଭିଡିଓ ଭାଇରାଲ କରିଦେଲେ ସ୍ବାମୀ, ଆଉ ତା’ପରେ… appeared first on Dharitri Odia News.
ଅହମ୍ମଦାବାଦ,୩।୨: ଅହମ୍ମଦାବାଦର ମେମନଗରରେ ଜଣେ ୨୧ ବର୍ଷୀୟା ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ବ୍ଲାକମେଲ ଏବଂ ନିର୍ଯାତନାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀ ତାଙ୍କର ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଲିକ୍ କରିଛନ୍ତି। ଏହି ଘଟଣାରେ ସେ ବିଚଳିତ ହୋଇ ଶୁକ୍ରବାର ଘାଟଲୋଦିଆ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ, ଯାହା ପରେ ପୋଲିସ ତାଙ୍କ ସ୍ବାମୀଙ୍କ ବିରୋଧରେ ମାନହାନି ଏବଂ ଧମକ ପାଇଁ ମାମଲା ରୁଜୁ କରିଥିଲା।
ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି , ତାଙ୍କର ବିବାହ ଏକ ବର୍ଷ ପୂର୍ବରୁ ହୋଇଥିଲା। ବିବାହ ପରେ ସେ ଭଡୋଦରାର ଏକ ଗାଁରେ ତାଙ୍କ ସ୍ବାମୀଙ୍କ ପରିବାର ସହିତ ରହିବା ଆରମ୍ଭ କଲେ, ଯେଉଁଠାରେ ତାଙ୍କୁ ନିରନ୍ତର ମାନସିକ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡୁଥିଲା।
ମହିଳା ଜଣଙ୍କ କହିଛନ୍ତି, ବିବାହର କିଛି ଦିନ ପରେ ତାଙ୍କ ପିଠି ଏବଂ ଛାତିରେ ଏକ ଗମ୍ଭୀର ଆଲର୍ଜି ହୋଇଥିଲା, ଯାହା ଫଳରେ ତାଙ୍କ ଶରୀରରେ ଫୋଟକା ହୋଇଯାଇଥିଲା। ଏହି କାରଣରୁ ତାଙ୍କୁ ତାଙ୍କ ଶ୍ୱଶୁର ଘର ଛାଡିବାକୁ ପଡିଲା। ତଥାପି, ସେ ଭିଡିଓ କଲ ମାଧ୍ୟମରେ ତାଙ୍କ ସ୍ବାମୀଙ୍କ ସହ ଯୋଗାଯୋଗରେ ରହିଥିଲେ। ଥରେ ଯେତେବେଳେ ତାଙ୍କ ସ୍ବାମୀ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଚିନ୍ତା ପ୍ରକାଶ କରି ତାଙ୍କୁ ଭିଡିଓ କଲ କରିଥିଲେ। ଭିଡିଓ କଲରେ ମହିଳାଜଣଙ୍କ ତାଙ୍କ ଶରୀର ଦେଖାଇଲେ ଏବଂ କହିଲେ ଯେ ଆଲର୍ଜି ଭଲ ହେଉଛି। ତେବେ ମହିଳାଜଣଙ୍କ ସନ୍ଦେହ କରୁଛନ୍ତି ଯେ ତାଙ୍କ ସ୍ବାମୀ ତାଙ୍କ ଅନୁମତି ବିନା ସେହି ଭିଡିଓ କଲ ରେକର୍ଡ କରିଥିଲେ।
ମହିଳାଙ୍କ କହିବା ଅନୁଯାୟୀ, ଯେତେବେଳେ ସେ ତାଙ୍କ ଶ୍ୱଶୁର ଘରକୁ ଫେରିବାକୁ ମନା କରି ଛାଡପତ୍ର ଦାବି କଲେ, ତାଙ୍କ ସ୍ବାମୀ ତାଙ୍କୁ ଧମକ ଦେବା ଆରମ୍ଭ କଲେ। ଜାନୁଆରୀ ପ୍ରଥମ ସପ୍ତାହରେ, ସେ ତାଙ୍କ ବ୍ୟକ୍ତିଗତ ଫଟୋ ଏବଂ ଭିଡିଓଗୁଡ଼ିକୁ ହ୍ବାଟସଆପ ଷ୍ଟାଟସ ଏବଂ ଇନଷ୍ଟାଗ୍ରାମରେ ଅପଲୋଡ କରିଥିଲେ, ଯାହା ଦ୍ୱାରା ତାଙ୍କୁ ବଦନାମ ହେବାକୁ ପଡିଥିଲା।
The post ସ୍ତ୍ରୀ ଛାଡପତ୍ର ମାଗିବାରୁ ପ୍ରାଇଭେଟ୍ ଫଟୋ, ଭିଡିଓ ଭାଇରାଲ କରିଦେଲେ ସ୍ବାମୀ, ଆଉ ତା’ପରେ… appeared first on Dharitri Odia News.