କଟକ ରେଳଷ୍ଟେଶନ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ରେଳମନ୍ତ୍ରୀ
କଟକ,୧୪ା୧(କାର୍ତ୍ତିକ ସାହୁ): କଟକ ରେଳଷ୍ଟେଶନ ବିଶ୍ୱସ୍ତରୀୟ ମାନ୍ୟତା ପାଇବ। ଏଥିପାଇଁ ରୂପାନ୍ତରିକରଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ବିଶ୍ୱସ୍ତରୀୟ ଷ୍ଟେଶନର ମଡେଲ ଅନୁସାରେ ଏହାର ତ୍ୱରିତ ନିର୍ମାଣ କାର୍ଯ୍ୟକୁ ଦେଖି ରବିବାର ସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରୁ ଭୁବନେଶ୍ୱର ଫେରିବା ବେଳେ କଟକ ଷ୍ଟେଶନରେ ରବିବାର ସନ୍ଧ୍ୟାରେ ଓହ୍ଲାଇ ଥିଲେ। କଟକ ରେଳ ଷ୍ଟେସନର ଆଧୁନିକୀକରଣ ତଥା ରୂପାନ୍ତରିକରଣ ପାଇଁ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର […] The post କଟକ ରେଳଷ୍ଟେଶନ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ରେଳମନ୍ତ୍ରୀ appeared first on Dharitri Odia News.
କଟକ,୧୪ା୧(କାର୍ତ୍ତିକ ସାହୁ): କଟକ ରେଳଷ୍ଟେଶନ ବିଶ୍ୱସ୍ତରୀୟ ମାନ୍ୟତା ପାଇବ। ଏଥିପାଇଁ ରୂପାନ୍ତରିକରଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ବିଶ୍ୱସ୍ତରୀୟ ଷ୍ଟେଶନର ମଡେଲ ଅନୁସାରେ ଏହାର ତ୍ୱରିତ ନିର୍ମାଣ କାର୍ଯ୍ୟକୁ ଦେଖି ରବିବାର ସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରୁ ଭୁବନେଶ୍ୱର ଫେରିବା ବେଳେ କଟକ ଷ୍ଟେଶନରେ ରବିବାର ସନ୍ଧ୍ୟାରେ ଓହ୍ଲାଇ ଥିଲେ। କଟକ ରେଳ ଷ୍ଟେସନର ଆଧୁନିକୀକରଣ ତଥା ରୂପାନ୍ତରିକରଣ ପାଇଁ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। କଟକ ରେଳଷ୍ଟେଶନକୁ ବିଶ୍ୱସ୍ତରୀୟ କରାଯିବା ପାଇଁ କିଛି ଦିନ ତଳେ ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟକୁ ଦେଖି ବହୁତ ଖୁସି ଲାଗୁଛି ବୋଲି ସେ କହିଛନ୍ତି।
ବିଶ୍ୱସ୍ତରୀୟ ରେଳଷ୍ଟେସନର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ସନ୍ତୋଷଜନକ କହିବା ସହ ଶୀଘ୍ର ନିର୍ମାଣ କାର୍ଯ୍ୟ ସାରିବାକୁ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରେଳମନ୍ତ୍ରୀ ବୈଷ୍ଣବ କହିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ପ୍ରତି ସଦିଚ୍ଛା ରହିଛି। ବିଶ୍ୱସ୍ତରୀୟ ରେଳଷ୍ଟେସନର ନିର୍ମାଣ ପରେ ସେଥିରେ ଗୋଟିଏ ବଡ଼ ରୁଫ୍ ପ୍ଲାଜା ରହିବ। ସେଥିରେ ଓଡ଼ିଶାର ଖାଦ୍ୟର ଷ୍ଟଲ ରହିବ। ଏଥିସହ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ସାମଗ୍ରୀଗୁଡ଼ିକର ଷ୍ଟଲ ମଧ୍ୟ ରହିବ।
କଟକ ରେଳଷ୍ଟେସନରେ ଗତ ୧୨ ତାରିଖରେ ଖୋଲିଥିବା ମାଣିଆ ବନ୍ଧ ହସ୍ତଶିଳ୍ପ ଶାଢ଼ୀ ଷ୍ଟଲ ପରିଦର୍ଶନ କରି କହିଲେ ଯେ, ସେ ମାଣିଆବନ୍ଧ ପରିଦର୍ଶନରେ ଯାଇଥିବା ବେଳେ ମାଣିଆବନ୍ଧର ବୁଣାକାରମାନେ ସେମାନଙ୍କ ହସ୍ତଶିଳ୍ପ ସାମଗ୍ରୀକୁ କଟକ ରେଲଷ୍ଟେଶନରେ ପ୍ରଦର୍ଶନ ପାଇଁ ଏକ ଷ୍ଟଲ ଖୋଲିବାକୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାରଙ୍କ ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ ଯୋଜନାରେ ଏହି ଷ୍ଟଲ ଖୋଲିବାକୁ ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ରେଳମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ମନୋଜ ଶର୍ମା, ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍.ଏସ୍. ବାଜଓ୍ବାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
The post କଟକ ରେଳଷ୍ଟେଶନ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ରେଳମନ୍ତ୍ରୀ appeared first on Dharitri Odia News.