କାନାଡୀୟ ସେଫ୍‌ଙ୍କ ବିଶ୍ବ ରେକର୍ଡ, ଆଖି ବନ୍ଦ କରି କାଟିଲେ ଟମାଟୋ

ନୂଆଦିଲ୍ଲୀ: ଦୁନିଆରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ କିଛି ସ୍ବତନ୍ତ୍ର ପ୍ରତିଭାର ଅଧିକାରୀ। ସେମାନଙ୍କର ଏହି ସ୍ବତନ୍ତ୍ର ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ। ଆଉ ନିଜର ଏହି ଅନନ୍ୟ ପ୍ରତିଭା ପାଇଁ ସେମାନେ ବିଶ୍ବ ରେକର୍ଡରେ ସ୍ଥାନ ପାଇଥାନ୍ତି।ଏବେ ପୁଣି ଜଣେ ବ୍ୟକ୍ତିଙ୍କ ଏଭଳି ପ୍ରତିଭା ସାମ୍‌ନାକୁ ଆସିଛି। ଯେଉଁଥିପାଇଁ ସେ ଗିନିଜ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି କାନାଡାର ସେଫ୍‌ ଓ୍ବାଲେସ ଓ୍ବଙ୍ଗ (Wallace Wong)।ଓ୍ବାଲେସ ଗୋଟିଏ ମିନିଟ୍‌ରେ ୯ଟି ଟମାଟୋ କାଟି କରିଛନ୍ତି ବିଶ୍ବ ରେକର୍ଡ। ବଡ଼ କଥା ହେଉଛି ସେ ଏହି ଟମାଟୋକୁ ଆଖିରେ ପଟି ବାନ୍ଧି କାଟିଛନ୍ତି। ଅର୍ଥାତ ଆଖି ବନ୍ଦ କରି ସେ ଏହି ରେକର୍ଡ କରିଛନ୍ତି। ଓ୍ବାଲେସଙ୍କ ଏହି ଟମାଟୋ କାଟିବାର ଭିଡିଓ ଗିନିଜ ଓ୍ବାର୍ଲ୍ଡ ରେକର୍ଡର ଇନଷ୍ଟାଗ୍ରାମ୍‌ ପେଜ୍‌ରେ ମଧ୍ୟ ଉପଲବ୍ଧ। ଯେଉଁଥିରେ ଓ୍ବଙ୍ଗ ଖୁବ୍ ଦକ୍ଷତାର ସହ ଏବଂ ଖୁବ୍‌ ଦ୍ରୁତ ଭାବରେ ଟମାଟୋକୁ କାଟୁଥିବାର ଦେଖାଯାଇଛନ୍ତି।ତେବେ ଓ୍ବଙ୍ଗଙ୍କ ଏହି ରେକର୍ଡ ହୁଏ କିଛି ଇଣ୍ଟରନେଟ୍‌ ୟଜର୍ସଙ୍କୁ ସେତେଟା ପ୍ରଭାବିତ କରିପାରିନାହିଁ। କାରଣ ଜଣେ ୟୁଜର ଓ୍ବଙ୍ଗ ଏହି ଭିଡିଓର କମେଣ୍ଟ ଲେଖିଛନ୍ତି ‘ଭାରତୀୟ ସେଫ୍‌ ଆହୁରି ଦ୍ରୁତ ଭାବରେ ଏହି କାମ କରିପାରିବେ। ଏମିତିକି ଜଣେ ୟୁଜର ଓ୍ବଙ୍ଗଙ୍କୁ  ଭାରତ ଆସିବାକୁ ମଧ୍ୟ କହିଛନ୍ତି। ଆଉ ପ୍ରକୃତରେ ଟମା

କାନାଡୀୟ ସେଫ୍‌ଙ୍କ ବିଶ୍ବ ରେକର୍ଡ, ଆଖି ବନ୍ଦ କରି କାଟିଲେ ଟମାଟୋ

ନୂଆଦିଲ୍ଲୀ: ଦୁନିଆରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ କିଛି ସ୍ବତନ୍ତ୍ର ପ୍ରତିଭାର ଅଧିକାରୀ। ସେମାନଙ୍କର ଏହି ସ୍ବତନ୍ତ୍ର ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ। ଆଉ ନିଜର ଏହି ଅନନ୍ୟ ପ୍ରତିଭା ପାଇଁ ସେମାନେ ବିଶ୍ବ ରେକର୍ଡରେ ସ୍ଥାନ ପାଇଥାନ୍ତି।

ଏବେ ପୁଣି ଜଣେ ବ୍ୟକ୍ତିଙ୍କ ଏଭଳି ପ୍ରତିଭା ସାମ୍‌ନାକୁ ଆସିଛି। ଯେଉଁଥିପାଇଁ ସେ ଗିନିଜ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି କାନାଡାର ସେଫ୍‌ ଓ୍ବାଲେସ ଓ୍ବଙ୍ଗ (Wallace Wong)।ଓ୍ବାଲେସ ଗୋଟିଏ ମିନିଟ୍‌ରେ ୯ଟି ଟମାଟୋ କାଟି କରିଛନ୍ତି ବିଶ୍ବ ରେକର୍ଡ। ବଡ଼ କଥା ହେଉଛି ସେ ଏହି ଟମାଟୋକୁ ଆଖିରେ ପଟି ବାନ୍ଧି କାଟିଛନ୍ତି। ଅର୍ଥାତ ଆଖି ବନ୍ଦ କରି ସେ ଏହି ରେକର୍ଡ କରିଛନ୍ତି। ଓ୍ବାଲେସଙ୍କ ଏହି ଟମାଟୋ କାଟିବାର ଭିଡିଓ ଗିନିଜ ଓ୍ବାର୍ଲ୍ଡ ରେକର୍ଡର ଇନଷ୍ଟାଗ୍ରାମ୍‌ ପେଜ୍‌ରେ ମଧ୍ୟ ଉପଲବ୍ଧ। ଯେଉଁଥିରେ ଓ୍ବଙ୍ଗ ଖୁବ୍ ଦକ୍ଷତାର ସହ ଏବଂ ଖୁବ୍‌ ଦ୍ରୁତ ଭାବରେ ଟମାଟୋକୁ କାଟୁଥିବାର ଦେଖାଯାଇଛନ୍ତି।

ତେବେ ଓ୍ବଙ୍ଗଙ୍କ ଏହି ରେକର୍ଡ ହୁଏ କିଛି ଇଣ୍ଟରନେଟ୍‌ ୟଜର୍ସଙ୍କୁ ସେତେଟା ପ୍ରଭାବିତ କରିପାରିନାହିଁ। କାରଣ ଜଣେ ୟୁଜର ଓ୍ବଙ୍ଗ ଏହି ଭିଡିଓର କମେଣ୍ଟ ଲେଖିଛନ୍ତି ‘ଭାରତୀୟ ସେଫ୍‌ ଆହୁରି ଦ୍ରୁତ ଭାବରେ ଏହି କାମ କରିପାରିବେ। ଏମିତିକି ଜଣେ ୟୁଜର ଓ୍ବଙ୍ଗଙ୍କୁ  ଭାରତ ଆସିବାକୁ ମଧ୍ୟ କହିଛନ୍ତି। ଆଉ ପ୍ରକୃତରେ ଟମାଟୋ କିଭଳି କଟାଯାଏ ତାହା ଶିଖିବାକୁ କହିଛନ୍ତି।

ତେବେ ଓ୍ବଙ୍ଗଙ୍କର ଏହା ଏକମାତ୍ର ରେକର୍ଡ ନୁହେଁ। ସେ ୧ ମିନିଟ୍‌ରେ ୧୪ଟି ଟମାଟୋ କାଟିବାରେ ମଧ୍ୟ ରେକର୍ଡ କରିଛନ୍ତି। ଅବଶ୍ୟ ଏହି ରେକର୍ଡ ସହ ଖୋଲା ଆଖିରେହିଁ କରିଛନ୍ତି।ସେହିଭଳି ୨୦୨୦ ଜୁନ୍‌ ୧୩ରେ ଏକ ମିନିଟ୍‌ରେ ୮ଟି ଟମାଟୋ ଖାଇବାରେ ରେକର୍ଡ କରିଛନ୍ତି ଲେହ ଶୁଟକେଭର।