ଭୋପାଳରୁ ହାଇଦ୍ରାବାଦ ଯାଉଥିବାବେଳେ ଓଲଟିଲା ବସ୍; ୪୦ରୁ ଅଧିକ ଆହତ, ୨ ମୃତ

ନୂଆଦିଲ୍ଲୀ ୨୩।୦୮: ମଧ୍ୟପ୍ରଦେଶର ପାଣ୍ଡୁରନାସ୍ଥିତ ମୋହି ଘାଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଯାତ୍ରୀ ଭରା ବସ୍ ନିୟନ୍ତ୍ରଣ ବାହାରକୁ ଯାଇ ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ସମସ୍ତ ଆହତଙ୍କୁ ସିଭିଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହି ବସ୍ ଭୋପାଳରୁ ହାଇଦ୍ରାବାଦ ଯାଉଥିଲା। ପ୍ରବଳ ବର୍ଷାରେ ମଧ୍ୟ ବସ୍ ର ଗତି ୧୧୦ କିଲୋମିଟର ଥିଲା ।ଘଟଣାଟି ୨୨ ଅଗଷ୍ଟ ଗୁରୁବାର ଦିନ ରାତି ପ୍ରାୟ ୧୦.୩୦ ସମୟରେ ଘଟିଥିଲା । ସେହି ସମୟରେ ଭୋପାଳରୁ ହାଇଦ୍ରାବାଦ ଯାଉଥିବା ବସ୍‌ ନିୟନ୍ତ୍ରଣ ବାହାରକୁ ଯାଇ ଡିଭାଇଡର୍ ସହିତ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।  ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଏବଂ ୪ ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ସମସ୍ତ ଆହତଙ୍କୁ ପାଣ୍ଡୁରନାର ସିଭିଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତେବେ ଏଥିମଧ୍ୟରୁ ୯ ଜଣ ଗୁରୁତର ଆହତଙ୍କୁ ନାଗପୁରକୁ ରେଫର୍ କରାଯାଇଛି।ସିଭିଲ ହସ୍ପିଟାଲକୁ ଅଣାଯାଇଥିବା ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ନିଶ୍ଚିତ କରିଛନ୍ତି। ଏହା ସହ ଅନ୍ୟମାନଙ୍କର ଚିକିତ୍ସା ଚାଲିଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଚାଲିଛି। ପୋଲିସ ଘଟଣା ସମ୍ପର୍କରେ ମ

ଭୋପାଳରୁ ହାଇଦ୍ରାବାଦ ଯାଉଥିବାବେଳେ ଓଲଟିଲା ବସ୍; ୪୦ରୁ ଅଧିକ ଆହତ, ୨ ମୃତ

ନୂଆଦିଲ୍ଲୀ ୨୩।୦୮: ମଧ୍ୟପ୍ରଦେଶର ପାଣ୍ଡୁରନାସ୍ଥିତ ମୋହି ଘାଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଯାତ୍ରୀ ଭରା ବସ୍ ନିୟନ୍ତ୍ରଣ ବାହାରକୁ ଯାଇ ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ସମସ୍ତ ଆହତଙ୍କୁ ସିଭିଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହି ବସ୍ ଭୋପାଳରୁ ହାଇଦ୍ରାବାଦ ଯାଉଥିଲା। ପ୍ରବଳ ବର୍ଷାରେ ମଧ୍ୟ ବସ୍ ର ଗତି ୧୧୦ କିଲୋମିଟର ଥିଲା ।

ଘଟଣାଟି ୨୨ ଅଗଷ୍ଟ ଗୁରୁବାର ଦିନ ରାତି ପ୍ରାୟ ୧୦.୩୦ ସମୟରେ ଘଟିଥିଲା । ସେହି ସମୟରେ ଭୋପାଳରୁ ହାଇଦ୍ରାବାଦ ଯାଉଥିବା ବସ୍‌ ନିୟନ୍ତ୍ରଣ ବାହାରକୁ ଯାଇ ଡିଭାଇଡର୍ ସହିତ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।  ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଏବଂ ୪ ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ସମସ୍ତ ଆହତଙ୍କୁ ପାଣ୍ଡୁରନାର ସିଭିଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତେବେ ଏଥିମଧ୍ୟରୁ ୯ ଜଣ ଗୁରୁତର ଆହତଙ୍କୁ ନାଗପୁରକୁ ରେଫର୍ କରାଯାଇଛି।

ସିଭିଲ ହସ୍ପିଟାଲକୁ ଅଣାଯାଇଥିବା ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ନିଶ୍ଚିତ କରିଛନ୍ତି। ଏହା ସହ ଅନ୍ୟମାନଙ୍କର ଚିକିତ୍ସା ଚାଲିଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଚାଲିଛି। ପୋଲିସ ଘଟଣା ସମ୍ପର୍କରେ ମାମଲା ରୁଜୁ କରବା ସହ ତଦନ୍ତ ଆରମ୍ଭ କରିଛି ।