ସମୁଦ୍ରରେ ସ୍ନାନ ବେଳେ ଅଘଟଣ, ପାଣିରେ ବୁଡି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ
ପୁରୀ ୨୪।୦୩ : ସମୁଦ୍ର ସ୍ନାନ ବେଳେ ଅଘଟଣ । ପାଣିରେ ବୁଡି ଚାଲିଗଲା ଜଣେ ପର୍ଯ୍ୟଟକ ଙ୍କ ଜୀବନ। ପୁରୀ ସମୁଦ୍ରରେ ସ୍ନାନ ବେଳେ ଘଟିଛି ଏହି ଅଘଟଣ। ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, ରବିବାର ଦିନ ସମୁଦ୍ରରେ ଗାଧୋଉଥିବା ସମୟରେ ହଠାତ ଜଣେ ପର୍ଯ୍ୟଟକ ବୁଡି ଯାଇଥିଲେ । ସମୁଦ୍ର ସ୍ନାନ ବେଳେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ ଲାଇଫ ଗାର୍ଡ । ହେଲେ ସେତେବେଳକୁ ହୋଇଯାଇଥିଲା ବିଳମ୍ବ । ଉଦ୍ଧାର ପର୍ଯ୍ୟଟକ ପାଣିରେ ବୁଡିବା ଲାଗି ମୃତ୍ୟୁ ହୋଇଯାଇଛି । ହେଲେ ଏବେ ଯାଏଁ ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ। ଦିଗବାରେଣି ନିକଟ ସମୁଦ୍ରରେ ପଡ଼ିଛି ମୃତଦେହ। ସମୁଦ୍ର କୂଳ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି।ସେପଟେ ସମୁଦ୍ର କୂଳର ସେକ୍ଟର ୧୩ ଅଞ୍ଚଳରେ ଜଣେ ପର୍ଯ୍ୟଟକ ବୁଡ଼ି ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରିଛନ୍ତି ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ। ଉଦ୍ଧାର ପର୍ଯ୍ୟଟକ ଜଣକ ହେଉଛନ୍ତି ଓ୍ବେଷ୍ଟ ବେଙ୍ଗଲ ସାନ୍ତାରଗାଛି ଥାନା ଅଞ୍ଚଳର ତୁଷାର ଦାସ। ତୁଷାରଙ୍କୁ ଲାଇଫ ଗାର୍ଡ ମାନେ ଉଦ୍ଧାର କରି ପ୍ରଥମିକ ଚିକିତ୍ସା କରିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ ପ୍ରତିଦିନ ସମୁଦ୍ରରେ ଏଭଳି ଅଘଟଣ ଘଟୁଥିବାରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି।
ପୁରୀ ୨୪।୦୩ : ସମୁଦ୍ର ସ୍ନାନ ବେଳେ ଅଘଟଣ । ପାଣିରେ ବୁଡି ଚାଲିଗଲା ଜଣେ ପର୍ଯ୍ୟଟକ ଙ୍କ ଜୀବନ। ପୁରୀ ସମୁଦ୍ରରେ ସ୍ନାନ ବେଳେ ଘଟିଛି ଏହି ଅଘଟଣ। ପୋଲିସର ତଦନ୍ତ ଆରମ୍ଭ ।
ଖବର ଅନୁଯାୟୀ, ରବିବାର ଦିନ ସମୁଦ୍ରରେ ଗାଧୋଉଥିବା ସମୟରେ ହଠାତ ଜଣେ ପର୍ଯ୍ୟଟକ ବୁଡି ଯାଇଥିଲେ । ସମୁଦ୍ର ସ୍ନାନ ବେଳେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ ଲାଇଫ ଗାର୍ଡ । ହେଲେ ସେତେବେଳକୁ ହୋଇଯାଇଥିଲା ବିଳମ୍ବ । ଉଦ୍ଧାର ପର୍ଯ୍ୟଟକ ପାଣିରେ ବୁଡିବା ଲାଗି ମୃତ୍ୟୁ ହୋଇଯାଇଛି । ହେଲେ ଏବେ ଯାଏଁ ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ। ଦିଗବାରେଣି ନିକଟ ସମୁଦ୍ରରେ ପଡ଼ିଛି ମୃତଦେହ। ସମୁଦ୍ର କୂଳ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି।
ସେପଟେ ସମୁଦ୍ର କୂଳର ସେକ୍ଟର ୧୩ ଅଞ୍ଚଳରେ ଜଣେ ପର୍ଯ୍ୟଟକ ବୁଡ଼ି ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରିଛନ୍ତି ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ। ଉଦ୍ଧାର ପର୍ଯ୍ୟଟକ ଜଣକ ହେଉଛନ୍ତି ଓ୍ବେଷ୍ଟ ବେଙ୍ଗଲ ସାନ୍ତାରଗାଛି ଥାନା ଅଞ୍ଚଳର ତୁଷାର ଦାସ। ତୁଷାରଙ୍କୁ ଲାଇଫ ଗାର୍ଡ ମାନେ ଉଦ୍ଧାର କରି ପ୍ରଥମିକ ଚିକିତ୍ସା କରିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ ପ୍ରତିଦିନ ସମୁଦ୍ରରେ ଏଭଳି ଅଘଟଣ ଘଟୁଥିବାରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି।