ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ: ଗର୍ଜିଲେ ଚାଷୀ

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଅଧିକ ଧାନ ଉପତ୍ାଦନ ପାଇଁ ଏହି ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଉକ୍ତ ଜିଲାର ପଦ୍ମପୁର ଉପଖଣ୍ଡ ସମେତ ଅନେକ ଅଞ୍ଚଳ ଏବେ ମଧ୍ୟ ଅଣଜଳସେଚିତ। ତେବେ ଏହି ଅଞ୍ଚଳରେ ରହିଥିବା ଅଣଜଳସେଚିତ ଜମିକୁ ପାଣି ମଡ଼ାଇବା ପାଇଁ ସ୍ଥାନୀୟ ଚାଷୀମାନେ ଅନେକ ଗଭୀର ନଳକୂପ ଖନନ କରିଛନ୍ତି। ଗଭୀର ନଳକୂପ ଖନନ ହୋଇଛି, ମାତ୍ର ସେଠାକୁ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ଏ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। […] The post ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ: ଗର୍ଜିଲେ ଚାଷୀ appeared first on Dharitri Odia News.

ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ: ଗର୍ଜିଲେ ଚାଷୀ

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଅଧିକ ଧାନ ଉପତ୍ାଦନ ପାଇଁ ଏହି ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଉକ୍ତ ଜିଲାର ପଦ୍ମପୁର ଉପଖଣ୍ଡ ସମେତ ଅନେକ ଅଞ୍ଚଳ ଏବେ ମଧ୍ୟ ଅଣଜଳସେଚିତ। ତେବେ ଏହି ଅଞ୍ଚଳରେ ରହିଥିବା ଅଣଜଳସେଚିତ ଜମିକୁ ପାଣି ମଡ଼ାଇବା ପାଇଁ ସ୍ଥାନୀୟ ଚାଷୀମାନେ ଅନେକ ଗଭୀର ନଳକୂପ ଖନନ କରିଛନ୍ତି। ଗଭୀର ନଳକୂପ ଖନନ ହୋଇଛି, ମାତ୍ର ସେଠାକୁ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ଏ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ମଙ୍ଗଳବାର ଜିଲାର ଭଟଲି ବ୍ଲକ ଅନ୍ତର୍ଗତ ପଣ୍ଡରୀତରାଇ ଗ୍ରାମର ଚାଷୀମାନେ ବରଗଡ଼ ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଫେରାଦ ହୋଇଥିଲେ। ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ସହିତ ଗଭୀର ନଳକୂପ ଗୁଡ଼ିକୁ ବିଦ୍ୟୁତ ସଂଯୋଗ କରିବାକୁ ନିବେଦନ କରିଥିଲେ।
ସୂଚନା ଅନୁଯାୟୀ, ୨୦୨୩ ଏପ୍ରିଲ ମାସରୁ ଉପରୋକ୍ତ ଗ୍ରାମର ଚାଷୀମାନେ ନିଜ ଜମିହିଡ଼ରେ ଗଭୀର ନଳକୂପ ଖନନ କରିଥିଲେ। ଏଥିପାଇଁ ଉଠା ଜଳସେଚନ ବିଭାଗରେ ଅଗ୍ରୀମ ଦେୟ ମଧ୍ୟ ଜମା କରିଥିଲେ। ଗଭୀର ନଳକୂପ ଖନନ ହେଲେ ସେମାନେ ଅଣଜଳସେଚିତ ଜମିରେ ଚାଷ କରି କିଛି ରୋଜଗାର କରି ପରିବାର ପୋଷଣ ପାଇଁ ଆଶା ବାନ୍ଧିଥିଲେ। ମାତ୍ର ଏପର୍ଯ୍ୟନ୍ତ ଗଭୀର ନଳକୂପ ଖନନ ହୋଇଛି, କିନ୍ତୁ ସେଠାକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ଚାଷୀଙ୍କ ଆଶା ଉଜୁଡ଼ି ଯାଇଛି। ଫଳରେ ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀମାନେ ଦାବି କରିଛନ୍ତି ।ଡୋଲାମଣି ନାଏକ, ନବୀନ ବେହେରାଙ୍କ ସମେତ ଅନେକ ଚାଷୀଙ୍କ ସ୍ବାକ୍ଷର ଦାବିପତ୍ରରେ ରହିଛି।

The post ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ: ଗର୍ଜିଲେ ଚାଷୀ appeared first on Dharitri Odia News.