ଅନ୍ତିମ ସତ୍କାର ପୂର୍ବରୁ ଏ କ’ଣ ହେଲା? ଜୁଇରୁ ହଠାତ୍ ଉଠି ବସିଲେ ମହିଳା, ହାତ ହଲାଇ କଥା ହେଲେ, ପରେ…
ଚେନ୍ନାଇ,୨୧।୧୧: କାନ୍ଦବୋବାଳିରେ ଫାଟୁଥିଲା ଘର। କୋକେଇରେ ମୃତଦେହ ଶ୍ମଶାନକୁ ଯାଇଥିଲା। ଜୁଇ ସଜଡ଼ା ସରିଥିଲା। ହେଲେ ହଠାତ୍ ଜିଇଁ ଉଠିଲେ ମହିଳା। ତାମିଲନାଡ଼ୁର ତ୍ରିଚିରୁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଜୁଇରୁ ଉଠି ପଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି। ଆସନ୍ତୁ ଜାଣିବା ପୁରା ଘଟଣା। ତ୍ରିଚିର ମାରୁଙ୍ଗାପୁରୀରେ ଅବସ୍ଥିତ କରୁମାଲାଇ ସୁରଙ୍ଗମ୍ପଟ୍ଟି ଗାଁର ଏହି ଘଟଣା। ଏଠାରେ ପମ୍ପାୟାନ(୭୨) ଏବଂ ତାଙ୍କ ପତ୍ନୀ ଚିନ୍ନାମାଲ(୬୫) ରୁହନ୍ତି। ପରିବାରର ଅନ୍ୟ ସଦସ୍ୟମାନେ […] The post ଅନ୍ତିମ ସତ୍କାର ପୂର୍ବରୁ ଏ କ’ଣ ହେଲା? ଜୁଇରୁ ହଠାତ୍ ଉଠି ବସିଲେ ମହିଳା, ହାତ ହଲାଇ କଥା ହେଲେ, ପରେ… appeared first on Dharitri Odia News.
ଚେନ୍ନାଇ,୨୧।୧୧: କାନ୍ଦବୋବାଳିରେ ଫାଟୁଥିଲା ଘର। କୋକେଇରେ ମୃତଦେହ ଶ୍ମଶାନକୁ ଯାଇଥିଲା। ଜୁଇ ସଜଡ଼ା ସରିଥିଲା। ହେଲେ ହଠାତ୍ ଜିଇଁ ଉଠିଲେ ମହିଳା। ତାମିଲନାଡ଼ୁର ତ୍ରିଚିରୁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଜୁଇରୁ ଉଠି ପଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି। ଆସନ୍ତୁ ଜାଣିବା ପୁରା ଘଟଣା।
ତ୍ରିଚିର ମାରୁଙ୍ଗାପୁରୀରେ ଅବସ୍ଥିତ କରୁମାଲାଇ ସୁରଙ୍ଗମ୍ପଟ୍ଟି ଗାଁର ଏହି ଘଟଣା। ଏଠାରେ ପମ୍ପାୟାନ(୭୨) ଏବଂ ତାଙ୍କ ପତ୍ନୀ ଚିନ୍ନାମାଲ(୬୫) ରୁହନ୍ତି। ପରିବାରର ଅନ୍ୟ ସଦସ୍ୟମାନେ ଘର ନିକଟରେ ରହି ଆସୁଚନ୍ତି। ନଭେମ୍ବର ୧୬ରେ ମଧ୍ୟାହ୍ନ ଭୋଜନ କରିବା ପରେ ଚିନ୍ନାମାଲଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ଏହା ଦେଖି ସ୍ବାମୀ ପମ୍ପାୟାନ ଚିନ୍ତାରେ ପଡ଼ିଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କ ସହାୟତାରେ ସେ ଚିନ୍ନାମାଲଙ୍କୁ ଡାକ୍ତରଖାନା ନେଇଥିଲେ।
ଡାକ୍ତରଖାନା ଯିବା ରାସ୍ତାରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇ ଦେହ ଥଣ୍ଡା ହୋଇଯାଇଥିଲା। ଶରୀରରେ ନିଃଶ୍ୱାସପ୍ରଶ୍ୱାସ ଚଳପ୍ରଚଳ ବନ୍ଦ ହୋଇଥିଲା। ପରିବାରଲୋକେ ଭୟଭୀତ ହୋଇଯାଇଥିଲେ। ଏପରିକି ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଭାବିଥିଲେ। ଏଣୁ ସେମାନେ ମୃତଦେହକୁ ଘରକୁ ଆଣି ଆସିଥିଲେ। ଏହାପରେ ଅନ୍ତିମ ସଂସ୍କାର ଲାଗି ପ୍ରସ୍ତୁତି କରାଯାଇଥିଲା।
ଘରର ଲୋକେ ଲଣ୍ଡା ହୋଇଥିଲେ। ପୂଜାରୀ ଡାକି ସମସ୍ତ ରୀତିନୀତି ସମ୍ପନ୍ନ କରାଯାଇଥିଲା। କୋକେଇ ସଜା ଯାଇଥିଲା। ଏହାପରେ ସତ୍କାର ପାଇଁ ମହିଳାଙ୍କ ମୃତଦେହକୁ ଏମ୍ ମେଟୁପାଟ୍ଟି ଶ୍ମଶାନକୁ ନିଆଯାଇଥିଲା। ସେଠାରେ ଅନେକ ସମ୍ପର୍କୀୟ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ। ଜୁଇରେ କାଠ ରଖାଯାଇଥିଲା। ହେଲେ ଯେତେବେଳେ ପରିବାର ସଦସ୍ୟ ମୃତଦେହକୁ ଏହା ଉପରେ ରଖିବାକୁ ନିଅନ୍ତି ସେତେବେଳେ ହଲଚଲ ହେଉଥିବା ଜାଣି ପାରିଥିଲେ। ପ୍ରଥମେ ଲୋକେ ଡରି ଯାଇଥିଲେ।
ପରେ ମହିଳାଜଣଙ୍କୁ ହଠାତ ଉଠି ବସିବାର ଦେଖାଯାଇଥିଲା। ସେ ନିଜେ ଶ୍ମଶାନରେ ନିଜକୁ ଦେଖି ଚକିତ ହୋଇଯାଇଥିଲେ। ପରେ ଲୋକେ ତାଙ୍କୁ ପୁରା କଥା କହିଥିଲେ। ସେ ଘରକୁ ଫେରିବା ପରେ ପରିବାରଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଥିଲା।
The post ଅନ୍ତିମ ସତ୍କାର ପୂର୍ବରୁ ଏ କ’ଣ ହେଲା? ଜୁଇରୁ ହଠାତ୍ ଉଠି ବସିଲେ ମହିଳା, ହାତ ହଲାଇ କଥା ହେଲେ, ପରେ… appeared first on Dharitri Odia News.