ମୟୂର ତରକାରୀ ଭିଡିଓ ସେୟାର କରି ଫସିଲେ ୟୁଟ୍ୟୁବର,ବାନ୍ଧିଲା ବନ ବିଭାଗ
ହାଇଦ୍ରାବାଦ ୧୨/୮: ଟିକିଏ ଭିୟୁ ପାଇବାକୁ ୟୁଟ୍ୟୁବର ମାନେ ସୋସିଆଲ ମିଡିଆରେ କିଛି ବି କରିବାକୁ ରେଡ୍ଡି ହୋଇଯାଉଛନ୍ତି । ତାର ପରିଣାମ ଯେ କଣ ହେବ ସେ କଥା ଚିନ୍ତା କରୁନାହାନ୍ତି । ଏମିତି ଜଣେ ୟୁଟ୍ୟୁବର ହେଉଛନ୍ତି ତେଲେଙ୍ଗାନା ସିରସିଲା ଅଞ୍ଚଳର ପ୍ରଣୟ କୁମାର । ନିଜୟ ୟୁଟ୍ୟୁବ ଚ୍ୟାନେଲରେ ମୟୂର ତରକାରୀ ରାନ୍ଧି ଭିଡିଓ ସେୟାର କରିଥିଲେ । ଭିଡିଓ ଭାଇରାଲ ହେବା ପରେ ପ୍ରଣୟଙ୍କୁ ଗିରଫ କରିଛି ବନବିଭାଗ । ଏଥିସହ ପ୍ରଣୟ ଯେଉଁ ସ୍ଥାନରେ ମୟୂର ତରକାରୀ ପ୍ରସ୍ତୁତ କରିଥିଲେ ସେ ସ୍ଥାନକୁ ଛାନ୍ଭିନ୍ କରିଛି ପୋଲିସ । ସେଠାରୁ ରକ୍ତଛିଟା ଓ ବିଭିନ୍ନ ସାମଗ୍ରୀ ଜବତ କରି ଫରେନସିକ୍ ଲାବ୍କୁ ପରୀକ୍ଷା ପାଇଁ ପଠାଯାଇଛି । ଏହା ମୟୂର ମାଂସ ବୋଲି ସ୍ପଷ୍ଟ ହେଲେ ପ୍ରଣୟଙ୍କ ବିରୋଧରେ କଡା ଆକ୍ସନ ନିଆଯିବ ବୋଲି ଚେତାବନୀ ଦେଇଛି ବନ ବିଭାଗ । ସିରସିଲା ପୋଲିସ ଏସ୍ପି କହିଛନ୍ତି ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁସାରେ ପ୍ରଣୟଙ୍କୁ ଗିରଫ କରାଯାଇଛି ।
ହାଇଦ୍ରାବାଦ ୧୨/୮: ଟିକିଏ ଭିୟୁ ପାଇବାକୁ ୟୁଟ୍ୟୁବର ମାନେ ସୋସିଆଲ ମିଡିଆରେ କିଛି ବି କରିବାକୁ ରେଡ୍ଡି ହୋଇଯାଉଛନ୍ତି । ତାର ପରିଣାମ ଯେ କଣ ହେବ ସେ କଥା ଚିନ୍ତା କରୁନାହାନ୍ତି । ଏମିତି ଜଣେ ୟୁଟ୍ୟୁବର ହେଉଛନ୍ତି ତେଲେଙ୍ଗାନା ସିରସିଲା ଅଞ୍ଚଳର ପ୍ରଣୟ କୁମାର । ନିଜୟ ୟୁଟ୍ୟୁବ ଚ୍ୟାନେଲରେ ମୟୂର ତରକାରୀ ରାନ୍ଧି ଭିଡିଓ ସେୟାର କରିଥିଲେ । ଭିଡିଓ ଭାଇରାଲ ହେବା ପରେ ପ୍ରଣୟଙ୍କୁ ଗିରଫ କରିଛି ବନବିଭାଗ ।
ଏଥିସହ ପ୍ରଣୟ ଯେଉଁ ସ୍ଥାନରେ ମୟୂର ତରକାରୀ ପ୍ରସ୍ତୁତ କରିଥିଲେ ସେ ସ୍ଥାନକୁ ଛାନ୍ଭିନ୍ କରିଛି ପୋଲିସ । ସେଠାରୁ ରକ୍ତଛିଟା ଓ ବିଭିନ୍ନ ସାମଗ୍ରୀ ଜବତ କରି ଫରେନସିକ୍ ଲାବ୍କୁ ପରୀକ୍ଷା ପାଇଁ ପଠାଯାଇଛି । ଏହା ମୟୂର ମାଂସ ବୋଲି ସ୍ପଷ୍ଟ ହେଲେ ପ୍ରଣୟଙ୍କ ବିରୋଧରେ କଡା ଆକ୍ସନ ନିଆଯିବ ବୋଲି ଚେତାବନୀ ଦେଇଛି ବନ ବିଭାଗ । ସିରସିଲା ପୋଲିସ ଏସ୍ପି କହିଛନ୍ତି ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁସାରେ ପ୍ରଣୟଙ୍କୁ ଗିରଫ କରାଯାଇଛି ।