ମହାକାଶକୁ ଗଲା ମିଶନ ଆକ୍ସିଅମ୍-୪, ଇତିହାସ ରଚିଲେ ଆଷ୍ଟ୍ରୋନଟ୍ ଶୁଭାଂଶୁ ଶୁକ୍ଳା
ନୂଆଦିଲ୍ଲୀ ୨୫/୦୬: ଭାରତ ପାଇଁ ଐତିହାସିକ ଦିନ । ଲଞ୍ଚ୍ ହେଲା ଆକ୍ସିଅମ୍-୪ । ଇତିହାସ ରଚିଲେ ଆଷ୍ଟ୍ରୋନଟ୍ ଶୁଭାଂଶୁ ଶୁକ୍ଳା । ମହାକାଶ ଅଭିମୁଖେ ଉଡ଼ାଣ ଭରିଛି ସ୍ପେଶ୍ ଏକ୍ସ ମିଶନ୍-ଆକ୍ସିଅମ୍-୪ । ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାତ୍ରା କରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଭାରତୀୟ ସମୟ ଅନୁସାରେ ବୁଧବାର ମଧ୍ୟାହ୍ନ ୧୨ଟା ୦୧ ରେ ମହାକାଶକୁ ଯାତ୍ରା ପାଇଁ ମିଶନ ଆରମ୍ଭ ହୋଇଛି। ଏହା ହେଉଛି ଆକ୍ସିଅମ ଫୋର, ନାସା ଓ ସ୍ପେଶଏକ୍ସର ମିଳିତ ମିଶନ । ପୂର୍ବରୁ ୫ ଥର ମିଶନ ବାତିଲ କରାଯାଇଥିଲା । କେବେ ଯାନ୍ତ୍ରିକ ତ୍ରୁଟି ତ ପୁଣି କେବେ ଖରାପ ପାଣିପାଗ ପାଇଁ ମିଶନ ପୂର୍ବରୁ ବାତିଲ ହୋଇଥିଲା । ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କରିଛନ୍ତି । ଏହାସହ ଦ୍ୱିତୀୟ ଭାରତୀୟ ଭାବେ ରେକର୍ଡ କରିଛନ୍ତି ଶୁଭାଂଶୁ । ଭାରତର ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ତିନି ଜଣ ମହାକାଶଚାରୀଙ୍କୁ ନେଇ ଆକ୍ସିଅମ୍-୪ ମିଶନ କେନେଡି ସ୍ପେସ୍ ସେଣ୍ଟରର କମ୍ପ୍ଲେକ୍ସ ୩୯A ରୁ ଉଡ଼ାଣ ଭରିଛି । ୨୮ ଘଣ୍ଟାର ଯାତ୍ରା ପରେ, ଗୁରୁବାର ଅପରାହ୍ନ ପ୍ରାୟ ୪.୩୦ରେ ଏହି ମହାକାଶଯାନ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ସହିତ ଡକ୍ ହେବାର ସୂଚନା ରହିଛି । After 41 years, India's flag will fly in space again.Ja
ନୂଆଦିଲ୍ଲୀ ୨୫/୦୬: ଭାରତ ପାଇଁ ଐତିହାସିକ ଦିନ । ଲଞ୍ଚ୍ ହେଲା ଆକ୍ସିଅମ୍-୪ । ଇତିହାସ ରଚିଲେ ଆଷ୍ଟ୍ରୋନଟ୍ ଶୁଭାଂଶୁ ଶୁକ୍ଳା । ମହାକାଶ ଅଭିମୁଖେ ଉଡ଼ାଣ ଭରିଛି ସ୍ପେଶ୍ ଏକ୍ସ ମିଶନ୍-ଆକ୍ସିଅମ୍-୪ । ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାତ୍ରା କରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଭାରତୀୟ ସମୟ ଅନୁସାରେ ବୁଧବାର ମଧ୍ୟାହ୍ନ ୧୨ଟା ୦୧ ରେ ମହାକାଶକୁ ଯାତ୍ରା ପାଇଁ ମିଶନ ଆରମ୍ଭ ହୋଇଛି।

ଏହା ହେଉଛି ଆକ୍ସିଅମ ଫୋର, ନାସା ଓ ସ୍ପେଶଏକ୍ସର ମିଳିତ ମିଶନ । ପୂର୍ବରୁ ୫ ଥର ମିଶନ ବାତିଲ କରାଯାଇଥିଲା । କେବେ ଯାନ୍ତ୍ରିକ ତ୍ରୁଟି ତ ପୁଣି କେବେ ଖରାପ ପାଣିପାଗ ପାଇଁ ମିଶନ ପୂର୍ବରୁ ବାତିଲ ହୋଇଥିଲା । ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କରିଛନ୍ତି । ଏହାସହ ଦ୍ୱିତୀୟ ଭାରତୀୟ ଭାବେ ରେକର୍ଡ କରିଛନ୍ତି ଶୁଭାଂଶୁ ।
ଭାରତର ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ତିନି ଜଣ ମହାକାଶଚାରୀଙ୍କୁ ନେଇ ଆକ୍ସିଅମ୍-୪ ମିଶନ କେନେଡି ସ୍ପେସ୍ ସେଣ୍ଟରର କମ୍ପ୍ଲେକ୍ସ ୩୯A ରୁ ଉଡ଼ାଣ ଭରିଛି । ୨୮ ଘଣ୍ଟାର ଯାତ୍ରା ପରେ, ଗୁରୁବାର ଅପରାହ୍ନ ପ୍ରାୟ ୪.୩୦ରେ ଏହି ମହାକାଶଯାନ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ସହିତ ଡକ୍ ହେବାର ସୂଚନା ରହିଛି ।
After 41 years, India's flag will fly in space again.
Jai Hind ???????? pic.twitter.com/9BJKHeCjNZ— Shubhanshu Shukla (@IndiaInSky) June 25, 2025
ମହାକାଶକୁ ଉଡ଼ାଣ ଭରିବା ପୂର୍ବରୁ ଭାରତବାସୀଙ୍କୁ ଦେଇଥିଲେ ବାର୍ତ୍ତା । କହିଥିଲେ "ମୋ କାନ୍ଧରେ ମୋର ତ୍ରିରଙ୍ଗା ଅଛି, ଯାହା ଦର୍ଶାଏ ଯେ ସମଗ୍ର ଭାରତ ମୋ ସହିତ ଅଛି । ମୁଁ ଚାହେଁ ଯେ ସମଗ୍ର ଦେଶ ଏହି ଖୁସିରେ ସାମିଲ ହେଉ। ଜୟ ହିନ୍ଦ।" ତେବେ ଯାହା ଶୁଣିବାକୁ ମିଳିଛି ସେ ମହାକାଶ ଯିବାବେଳେ ସାଙ୍ଗରେ ନେଇ ଯାଇଛନ୍ତି ଗାଜର ହାଲଓ୍ୱା, ମୁଗ୍ ଡାଲି ହାଲଓ୍ୱା, ଆମ୍ୱ ରସ ସହ ଅନେକ ଜିନିଷ ।