ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ : ଥୁଆମୂଳ ରାମପୁର, ଜୟପାଟଣାରେ ଫୁଲମେଙ୍କ ଜୋରଦାର ପ୍ରଚାର

କଳାହାଣ୍ଡି,୦୯/୦୫-ଆଉ ତିନିଦିନ ପରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଗୋଟିଏ ଲୋକସଭା ଓ ସାତଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଏହି ସୀମିତ ସମୟ ମଧ୍ୟରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀମାନେ। ତେବେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ଏଥର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବା ଫୁଲମେ ମାଝୀ ଓ ତାଙ୍କ ପ୍ରଚାର କୌଶଳ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଫୁଲମେ ନିଜସ୍ୱ ଉଦ୍ୟମରେ ପ୍ରଚାର […] The post ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ : ଥୁଆମୂଳ ରାମପୁର, ଜୟପାଟଣାରେ ଫୁଲମେଙ୍କ ଜୋରଦାର ପ୍ରଚାର appeared first on Odisha.News.

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ : ଥୁଆମୂଳ ରାମପୁର, ଜୟପାଟଣାରେ ଫୁଲମେଙ୍କ ଜୋରଦାର ପ୍ରଚାର

କଳାହାଣ୍ଡି,୦୯/୦୫-ଆଉ ତିନିଦିନ ପରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଗୋଟିଏ ଲୋକସଭା ଓ ସାତଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଏହି ସୀମିତ ସମୟ ମଧ୍ୟରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀମାନେ। ତେବେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ଏଥର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବା ଫୁଲମେ ମାଝୀ ଓ ତାଙ୍କ ପ୍ରଚାର କୌଶଳ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଫୁଲମେ ନିଜସ୍ୱ ଉଦ୍ୟମରେ ପ୍ରଚାର କରୁଥିବାବେଳେ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଜୋରଦାର ପ୍ରଚାର ପରେ ଏବେ ଥୁଆମୂଳ ରାମପୁର ବ୍ଲକ ଓ ଜୟପାଟଣା ବ୍ଲକ ଅଞ୍ଚଳରେ ପ୍ରଚାର ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି। ତାଙ୍କ ପ୍ରଚାର ସମୟରେ ବିଭିନ୍ନ ଗାଁରେ ତାଙ୍କୁ ସ୍ୱାଗତ ଜଣାଇବା ସହିତ ଶହଶହ ସଂଖ୍ୟାରେ ମହିଳା ଓ ପୁରୁଷ ତାଙ୍କୁ ପାଛୋଟି ନେବା ସହିତ ନିଜ ନିଜର ସମସ୍ୟା ସମ୍ପର୍କରେ ଅବଗତ କରାଉଥିବା ଦେଖିବାକୁ ମିଳିଛି। ଏପରିକି ନିର୍ବାଚନ ମଣ୍ଡଳୀର ଲୋକେ ପ୍ରମୁଖ ଦଳ ଓ ପ୍ରାର୍ଥୀମାନଙ୍କଠାରୁ ନିରାଶ ହୋଇପଡିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ଟିଭି ଚିହ୍ନରେ ଠିଆ ହୋଇଥିବା ଫୁଲମେଙ୍କ ପ୍ରତି ଅଯାଚିତ ଭାବେ ସମର୍ଥନ ଦେଉଥିବା ଦେଖିବାକୁ ମିଳିଛି। ବିଜେଡି ଓ ବିଜେପି ତଥା କଂଗ୍ରେସ ଭଳି ପ୍ରମୁଖ ଦଳ ଓ ଅଭିଜ୍ଞ ପ୍ରାର୍ଥୀମାନଙ୍କ ପାଇଁ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଫୁଲମେଙ୍କ ଜନ ସମର୍ଥନ ବୃଦ୍ଧି ତାଙ୍କ ଭୋଟହାରକୁ ମଧ୍ୟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ସେହିପରି ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ ତଥା କଳାହାଣ୍ଡି ନିର୍ବାଚନ ଇତିହାସରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ଫୁଲମେ ଅନ୍ୟ ପ୍ରମୁଖ ଦଳଗୁଡିକୁ କଡ଼ା ଟକ୍କର ଦେବା ମଧ୍ୟ ଏକ ଇତିହାସ ସୃଷ୍ଟି କରିବ ବୋଲି କୁହାଯାଉଛି। ଏପରିକି ତାଙ୍କ ପ୍ରତି ବଢୁଥିବା ଦୃଢ଼ ଜନ ସମର୍ଥନ, ତାଙ୍କର ସରଳ, ନିଷ୍କପଟ ଓ ସେବା ମନୋଭାବ ଯୋଗୁଁ ସେ ଅନ୍ୟ ପ୍ରାର୍ଥୀଙ୍କଠାରୁ ବେଶ ଆଗରେ ଥିବାବେଳେ ପ୍ରଚାରରେ ମଧ୍ୟ ବେଶ ଆଗରେ ଥିବା ଦେଖିବାକୁ ମିଳିଛି। ତେବେ ଫୁଲମେଙ୍କ ମାରାଥନ ପ୍ରଚାର, ତାଙ୍କ ପ୍ରତି ଜନ ସମର୍ଥନ ତାଙ୍କୁ ବିଜୟ ପଥରେ ଅଗ୍ରସର କରିପାରେ ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି।

The post ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ : ଥୁଆମୂଳ ରାମପୁର, ଜୟପାଟଣାରେ ଫୁଲମେଙ୍କ ଜୋରଦାର ପ୍ରଚାର appeared first on Odisha.News.