ଏଥର ଆର୍‌ ପାର୍‌ର ଲଢ଼େଇ ! ୟୁକ୍ରେନ ଉପରେ ଶହେ ଥର ମିଶାଇଲ ମାଡ଼ କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ହମଲା। ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ଋଷରୁ ୟୁକ୍ରେନ ଉପରେ ୧୦୦ଟି କ୍ଷେପଣାସ୍ତ୍ର ଏବଂ ପ୍ରାୟ ଶହେ ଥର ମାଡ଼ କରାଯାଇଛି। CNN ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଅଧିକାରୀମାନେ କହିଛନ୍ତି ଯେ ଋଷ ଅଗଷ୍ଟ ୨୬ ରାତିରେ ୟୁକ୍ରେନରେ ପାୱାର ଗ୍ରୀଡକୁ ଟାର୍ଗେଟ କରି ବଡ଼ ଧରଣର ମିଶାଇଲ ମାଡ଼ ଏବଂ ଡ୍ରୋନ ଆକ୍ରମଣ କରାଯାଇଥିଲା। ଏହି କାରଣରୁ ଅନେକ ସହରରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିଲା।ଅନ୍ୟପକ୍ଷରେ, ୟୁକ୍ରେନ ବାୟୁସେନା କହିଛି ଯେ ଦେଶର ପ୍ରାୟ ସମସ୍ତ ଅଞ୍ଚଳକୁ ଟାର୍ଗେଟ କରି ଦଶହଜାର ମିଶାଇଲ ଏବଂ ଡ୍ରୋନ ଚିହ୍ନଟ କରାଯାଇଛି। କିଭ୍ ଏବଂ ଡ୍ନିପ୍ରୋର ପୂର୍ବ ପୂର୍ବ ଅଞ୍ଚଳ ଠାରୁ ଆରମ୍ଭ କରି ଓଡେସା ଏବଂ ରାଜଧାନୀ କିଭ୍‌ ପର୍ଯ୍ୟନ୍ତ ଟାର୍ଗେଟ୍‌ କରାଯାଇଛି।ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ ଶିମିହଲ ସୋମବାର ଟେଲିଗ୍ରାମରେ ଲେଖିଛନ୍ତି, "ଋଷର ଆତଙ୍କବାଦୀମାନେ ପୁଣି ଥରେ ବିଦ୍ୟୁତ ଗ୍ରୀଡକୁ ଟାର୍ଗେଟ କରିଛନ୍ତି। ଡ୍ରୋନ, କ୍ରୁଜ କ୍ଷେପଣାସ୍ତ୍ର ଏବଂ ହାଇପରସୋନିକ ମିଶାଇଲ ସହିତ ଅତି କମରେ ୧୫ଟି ଅଞ୍ଚଳକୁ ଟାର୍ଗେଟ କରାଯାଇଛି।"

ଏଥର ଆର୍‌ ପାର୍‌ର ଲଢ଼େଇ ! ୟୁକ୍ରେନ ଉପରେ ଶହେ ଥର ମିଶାଇଲ ମାଡ଼ କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ହମଲା। ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ଋଷରୁ ୟୁକ୍ରେନ ଉପରେ ୧୦୦ଟି କ୍ଷେପଣାସ୍ତ୍ର ଏବଂ ପ୍ରାୟ ଶହେ ଥର ମାଡ଼ କରାଯାଇଛି। CNN ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଅଧିକାରୀମାନେ କହିଛନ୍ତି ଯେ ଋଷ ଅଗଷ୍ଟ ୨୬ ରାତିରେ ୟୁକ୍ରେନରେ ପାୱାର ଗ୍ରୀଡକୁ ଟାର୍ଗେଟ କରି ବଡ଼ ଧରଣର ମିଶାଇଲ ମାଡ଼ ଏବଂ ଡ୍ରୋନ ଆକ୍ରମଣ କରାଯାଇଥିଲା। ଏହି କାରଣରୁ ଅନେକ ସହରରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିଲା।

ଅନ୍ୟପକ୍ଷରେ, ୟୁକ୍ରେନ ବାୟୁସେନା କହିଛି ଯେ ଦେଶର ପ୍ରାୟ ସମସ୍ତ ଅଞ୍ଚଳକୁ ଟାର୍ଗେଟ କରି ଦଶହଜାର ମିଶାଇଲ ଏବଂ ଡ୍ରୋନ ଚିହ୍ନଟ କରାଯାଇଛି। କିଭ୍ ଏବଂ ଡ୍ନିପ୍ରୋର ପୂର୍ବ ପୂର୍ବ ଅଞ୍ଚଳ ଠାରୁ ଆରମ୍ଭ କରି ଓଡେସା ଏବଂ ରାଜଧାନୀ କିଭ୍‌ ପର୍ଯ୍ୟନ୍ତ ଟାର୍ଗେଟ୍‌ କରାଯାଇଛି।

ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ ଶିମିହଲ ସୋମବାର ଟେଲିଗ୍ରାମରେ ଲେଖିଛନ୍ତି, "ଋଷର ଆତଙ୍କବାଦୀମାନେ ପୁଣି ଥରେ ବିଦ୍ୟୁତ ଗ୍ରୀଡକୁ ଟାର୍ଗେଟ କରିଛନ୍ତି। ଡ୍ରୋନ, କ୍ରୁଜ କ୍ଷେପଣାସ୍ତ୍ର ଏବଂ ହାଇପରସୋନିକ ମିଶାଇଲ ସହିତ ଅତି କମରେ ୧୫ଟି ଅଞ୍ଚଳକୁ ଟାର୍ଗେଟ କରାଯାଇଛି।"