ହିଜାବରେ ନଜର ଆସିବେ ମହିଳା ସେନା, ମୁଣ୍ଡ ନୁହାଁଇଲେ ସରକାର

ଢାକା,୨୬।୯: ବାଂଲାଦେଶରେ ଶେଖ ହାସିନା ସରକାରଙ୍କ ପତନ ପରେ ସମଗ୍ର ଦେଶରେ ଇସଲାମୀକରଣ ତୀବ୍ର ହୋଇଛି। ସରକାରଙ୍କ କଥା ଛାଡନ୍ତୁ, ବର୍ତ୍ତମାନ ବାଂଲାଦେଶ ସେନା ମଧ୍ୟ ମୌଳିକବାଦୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଏହା ପ୍ରଥମ ଥର ପାଇଁ ବାଂଲାଦେଶ ସେନା ମହିଳା ସୈନିକମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଇଛି। ୨୦୦୦ ମସିହାରେ ମହିଳାମାନେ ବାଂଲାଦେଶ ସେନାରେ ଅନ୍ତର୍ଭୁକ୍ତ ହୋଇଥିଲେ, ସେବେଠାରୁ ସେନାରେ ହିଜାବ ପିନ୍ଧିବା ନିଷେଧ ଥିଲା। ମୌଳିକବାଦୀଙ୍କ ଚାପରେ ବାଂଲାଦେଶ ସେନା ଏବେ ଏହାର […] The post ହିଜାବରେ ନଜର ଆସିବେ ମହିଳା ସେନା, ମୁଣ୍ଡ ନୁହାଁଇଲେ ସରକାର appeared first on Dharitri Odia News.

ହିଜାବରେ ନଜର ଆସିବେ ମହିଳା ସେନା, ମୁଣ୍ଡ ନୁହାଁଇଲେ ସରକାର

ଢାକା,୨୬।୯: ବାଂଲାଦେଶରେ ଶେଖ ହାସିନା ସରକାରଙ୍କ ପତନ ପରେ ସମଗ୍ର ଦେଶରେ ଇସଲାମୀକରଣ ତୀବ୍ର ହୋଇଛି। ସରକାରଙ୍କ କଥା ଛାଡନ୍ତୁ, ବର୍ତ୍ତମାନ ବାଂଲାଦେଶ ସେନା ମଧ୍ୟ ମୌଳିକବାଦୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଏହା ପ୍ରଥମ ଥର ପାଇଁ ବାଂଲାଦେଶ ସେନା ମହିଳା ସୈନିକମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଇଛି। ୨୦୦୦ ମସିହାରେ ମହିଳାମାନେ ବାଂଲାଦେଶ ସେନାରେ ଅନ୍ତର୍ଭୁକ୍ତ ହୋଇଥିଲେ, ସେବେଠାରୁ ସେନାରେ ହିଜାବ ପିନ୍ଧିବା ନିଷେଧ ଥିଲା। ମୌଳିକବାଦୀଙ୍କ ଚାପରେ ବାଂଲାଦେଶ ସେନା ଏବେ ଏହାର ନିୟମ ପରିବର୍ତ୍ତନ କରିଛି।

ବାଂଲାଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ମହିଳା ସୈନିକମାନେ ହିଜାବ ପିନ୍ଧିବାକୁ ଚାହାଁନ୍ତି, ତେବେ ସେମାନେ ଏହାକୁ ପିନ୍ଧି ପାରିବେ। ଆଡଜୁଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଯାହା ପରେ ବର୍ତ୍ତମାନ ମହିଳା ସୈନିକଙ୍କ ପାଇଁ ହିଜାବ ପିନ୍ଧିବା ଇଚ୍ଛାଧୀନ ହୋଇଛି । ବିଡି ନ୍ୟୁଜ ୨୪ ରିପୋର୍ଟ କରିଛି ଯେ ବାଂଲାଦେଶରେ ମହିଳା ଅଧିକାରୀ, ନର୍ସିଂ କର୍ମଚାରୀ ଏବଂ ହିଜାବ ପିନ୍ଧିଥିବା ଅନ୍ୟ ସୈନିକଙ୍କ ଉପରେ ହୋଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ଆଡଜୁଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ‘ସେପ୍ଟେମ୍ବର ୩ ରେ ପିଏସଓ ସମ୍ମିଳନୀରେ ଏକ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା ଯେଉଁଥିରେ ଇଚ୍ଛୁକ ମହିଳା କର୍ମଚାରୀଙ୍କୁ ୟୁନିଫର୍ମ ସହିତ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଇଥିଲା।’
ସୂଚନାଯୋଗ୍ୟ, ୨୦୦୦ ମସିହାରେ ମହିଳାମାନଙ୍କୁ ବାଂଲାଦେଶ ସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା, ଯାହା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାମାନଙ୍କୁ ୟୁନିଫର୍ମ ସହିତ ହିଜାବ ପିନ୍ଧିବାକୁ ଦିଆଯାଇନଥିଲା। ବିଭିନ୍ନ ୟୁନିଫର୍ମ (ଯୁଦ୍ଧ ୟୁନିଫର୍ମ, ୱାର୍କିଂ ୟୁନିଫର୍ମ ଏବଂ ଶାଢୀ) ସହିତ ହିଜାବର ନମୁନା ମଧ୍ୟ ଦିଆଯିବା ପାଇଁ ଆଡଜୁଟାଣ୍ଟ କାର୍ଯ୍ୟାଳୟ ନିର୍ଦ୍ଦେଶ ଦେଇଛି। କପଡା, ରଙ୍ଗ ଏବଂ ଆକାର ମଧ୍ୟ ହିଜାବ ନମୁନାରେ ଅନ୍ତର୍ଭୁକ୍ତ। ପ୍ରସ୍ତାବିତ ହିଜାବ ପିନ୍ଧିଥିବା ମହିଳା ସୈନିକଙ୍କ ରଙ୍ଗିନ ଫଟୋଗ୍ରାଫକୁ ସେପ୍ଟେମ୍ବର ୨୬ସୁଦ୍ଧା ସମ୍ପୃକ୍ତ ବିଭାଗକୁ ପଠାଇବାକୁ କୁହାଯାଇଛି।

The post ହିଜାବରେ ନଜର ଆସିବେ ମହିଳା ସେନା, ମୁଣ୍ଡ ନୁହାଁଇଲେ ସରକାର appeared first on Dharitri Odia News.