ଇତିହାସ ରଚିଲେ ରୋହନ ବୋପାନ୍ନା, ଅଷ୍ଟ୍ରେଲିଆନ୍ ଓପନ ଜିତି ସୃଷ୍ଟି କଲେ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ,୨୭।୧: ୪୩ ବର୍ଷ ବୟସରେ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଛନ୍ତି ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା। ଏହି ଭେଟେରାନ ଭାରତୀୟ ଖେଳାଳି ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନଙ୍କ ସହ ଅଷ୍ଟ୍ରେଲିଆନ୍ ଓପନ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି। ଶନିବାର ମେଲବୋର୍ଣ୍ଣ ପାର୍କରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦ୍ୱିତୀୟ ସିଡ୍ ରୋହାନ୍-ଏବଡେନ୍ ଯୋଡି ଇଟାଲୀର ସିମୋନ୍ ବୋଲେଲି ଏବଂ ଆଣ୍ଡ୍ରେ ଭାଭାସୋରିଙ୍କୁ ୭-୬ (୦), ୭-୫ ରେ ପରାସ୍ତ କରିଛନ୍ତି। ଖେଳ ଜୀବନର […] The post ଇତିହାସ ରଚିଲେ ରୋହନ ବୋପାନ୍ନା, ଅଷ୍ଟ୍ରେଲିଆନ୍ ଓପନ ଜିତି ସୃଷ୍ଟି କଲେ ବିଶ୍ୱ ରେକର୍ଡ appeared first on Dharitri Odia News.
ନୂଆଦିଲ୍ଲୀ,୨୭।୧: ୪୩ ବର୍ଷ ବୟସରେ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଛନ୍ତି ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା। ଏହି ଭେଟେରାନ ଭାରତୀୟ ଖେଳାଳି ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନଙ୍କ ସହ ଅଷ୍ଟ୍ରେଲିଆନ୍ ଓପନ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି। ଶନିବାର ମେଲବୋର୍ଣ୍ଣ ପାର୍କରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦ୍ୱିତୀୟ ସିଡ୍ ରୋହାନ୍-ଏବଡେନ୍ ଯୋଡି ଇଟାଲୀର ସିମୋନ୍ ବୋଲେଲି ଏବଂ ଆଣ୍ଡ୍ରେ ଭାଭାସୋରିଙ୍କୁ ୭-୬ (୦), ୭-୫ ରେ ପରାସ୍ତ କରିଛନ୍ତି।
ଖେଳ ଜୀବନର ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିବାରେ ୪୩ ବର୍ଷ ବୟସ୍କ ରୋହନ ବୋପାନ୍ନା ସବୁଠୁ ବୟସ୍କ ପୁରୁଷ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ନେଦରଲ୍ୟାଣ୍ଡର ଜାନ୍-ଜୁଲିଏନ୍ ରୋଜରଙ୍କ ନାମରେ ଏହି ରେକର୍ଡ ଥିଲା, ଯିଏ ୪୦ ବର୍ଷ ନଅ ମାସ ବୟସରେ ମାର୍ସେଲୋ ଆରେଭୋଲାଙ୍କୁ ସାଥି କରି ଫ୍ରେଞ୍ଚ ଓପନରେ ପୁରୁଷ ଡବଲ୍ସ ଟାଇଟଲ୍ ଜିତିଥିଲେ।
MISSION ACCOMPLISHED
Read More