ଚାମ୍ପିୟନ୍ ହେବା ପରେ ଶାହରୁଖ କଲେ ଏମିତି କାଣ୍ଡ, ସମସ୍ତେ ମୁଣ୍ଡରେ ଦେଲେ ହାତ
ଚେନ୍ନାଇ,୨୭।୫:: ଆଇପିଏଲ ୨୦୨୪ ଟ୍ରଫି ଜିତିବାକୁ ଦଳ ମିଳିଛି। ମେ ୨୬ରେ ଖେଳାଯାଇଥିବା ଆଇପିଏଲ ୨୦୨୪ର ଅନ୍ତିମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ଚେନ୍ନାଇର ଚେପାକ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚକୁ କୋଲକାତା ଅତି ସହଜରେ ଜିତିଥିଲା। ଏହା କୋଲକାତା ନାଇଟ ରାଇଡର୍ସର ତୃତୀୟ ଆଇପିଏଲ ଟାଇଟଲ ଥିଲା। ବର୍ତ୍ତମାନ ବିଜୟ ପରେ ସେଲିବ୍ରେଶନର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଶାହାରୁଖ ଖାନ ତାଙ୍କ […] The post ଚାମ୍ପିୟନ୍ ହେବା ପରେ ଶାହରୁଖ କଲେ ଏମିତି କାଣ୍ଡ, ସମସ୍ତେ ମୁଣ୍ଡରେ ଦେଲେ ହାତ appeared first on Dharitri Odia News.
ଚେନ୍ନାଇ,୨୭।୫:: ଆଇପିଏଲ ୨୦୨୪ ଟ୍ରଫି ଜିତିବାକୁ ଦଳ ମିଳିଛି। ମେ ୨୬ରେ ଖେଳାଯାଇଥିବା ଆଇପିଏଲ ୨୦୨୪ର ଅନ୍ତିମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ଚେନ୍ନାଇର ଚେପାକ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚକୁ କୋଲକାତା ଅତି ସହଜରେ ଜିତିଥିଲା। ଏହା କୋଲକାତା ନାଇଟ ରାଇଡର୍ସର ତୃତୀୟ ଆଇପିଏଲ ଟାଇଟଲ ଥିଲା। ବର୍ତ୍ତମାନ ବିଜୟ ପରେ ସେଲିବ୍ରେଶନର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଶାହାରୁଖ ଖାନ ତାଙ୍କ ପୁରା ଟିମ ସହିତ ନଜର ଆସିଛନ୍ତି।
ଟ୍ରଫି ଜିତିବା ପରେ ଶାହାରୁଖ ଖାନ ଏବଂ କୋଲକାତା ନାଇଟ ରାଇଡର୍ସ ଖେଳାଳିମାନେ ‘ଫ୍ଲାଇଙ୍ଗ କିସ’ ପୋଜ ଦେଇ ସେଲିବ୍ରେଶନ ପାଳନ କରିଥିଲେ। ଏହି ପୋଜ ଏହି ସିଜିନ୍ରେ ବହୁତ ଚର୍ଚ୍ଚିତ ଥିଲା। ଏଥିପାଇଁ ଗୋଟିଏ ମ୍ୟାଚ ପାଇଁ କୋଲକାତା ଖେଳାଳି ହର୍ଷିତ ରାଣାଙ୍କୁ ଜରିମାନା କରାଯାଇଛି।
କୁହାଯାଉଛି ଯେ, ବିସିସିଆଇକୁ ଜବାବ ଦେବାକୁ କୋଲକାତା ନାଇଟ ରାଇଡର୍ସ ଏହି ସେଲିବ୍ରେଶନ ପାଳନ କରିଛନ୍ତି। ‘ଫ୍ଲାଇଙ୍ଗ କିସ’ ପାଇଁ ବିସିସିଆଇ ହର୍ଷିତ ରାଣାଙ୍କ ଉପରେ ଜରିମାନା ଲଗାଇଥିଲା। ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚରେ ହର୍ଷିତ ରାଣା ତାଙ୍କୁ ଆଉଟ୍ କରିବା ପରେ ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ମୟଙ୍ଙ୍କ ଅଗ୍ରୱାଲଙ୍କୁ ‘ଫ୍ଲାଇଙ୍ଗ କିସ’ ଦେଇଥିଲେ। ଏହା ପରେ ହର୍ଷିତଙ୍କୁ ଉପରେ ଜୋରିମନା ଲଗାଯାଇଥିଲା।
#ShahRukhKhan asked entire team to do #HarshitRana’s FLYING KISS pose with the trophy for which Harshit was BANNED for a match!
#KKR #IPLFinal pic.twitter.com/koKzdzLkjU
— ʙɪᴊᴜ (@jaySrkianX) May 26, 2024
The post ଚାମ୍ପିୟନ୍ ହେବା ପରେ ଶାହରୁଖ କଲେ ଏମିତି କାଣ୍ଡ, ସମସ୍ତେ ମୁଣ୍ଡରେ ଦେଲେ ହାତ appeared first on Dharitri Odia News.
