ଜ୍ୟୋତି ମାଲହୋତ୍ରାଙ୍କ ସହ ସାମ୍ନାକୁ ଆସିଲେ ଆଉ ଜଣେ ପାକିସ୍ତାନୀ ଯୁବତୀ, ଭାଇରାଲ ହେଉଛି ଫଟୋ

ଚଣ୍ଡିଗଡ଼,୧୮ା୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣା ହିସାରର ପ୍ରସିଦ୍ଧ ଭ୍ରମଣକାରୀ YouTuber ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ‘ଟ୍ରାଭେଲ ଓ୍ବିଥ୍‌ ଜୋ’ ଟ୍ରାଭେଲ ଚ୍ୟାନେଲ ପାଇଁ ପ୍ରସିଦ୍ଧ ଜ୍ୟୋତିଙ୍କର ୩ ଲକ୍ଷ ୭୭,୦୦୦ରୁ ଅଧିକ ସବ୍‌ସ୍କ୍ରାଇବର୍‌ ଅଛନ୍ତି। ପାକିସ୍ତାନ ଯିବା ପରେ ସେ ଅନେକ ଭିଡିଓ ମଧ୍ୟ ତିଆରି କରିଛନ୍ତି। ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ଜଣେ ପାକିସ୍ତାନୀ ଝିଅ ସହିତ ନଜର ଆସିଛନ୍ତି। ଏହି ପାକିସ୍ତାନୀ ଝିଅର ନାମ […] The post ଜ୍ୟୋତି ମାଲହୋତ୍ରାଙ୍କ ସହ ସାମ୍ନାକୁ ଆସିଲେ ଆଉ ଜଣେ ପାକିସ୍ତାନୀ ଯୁବତୀ, ଭାଇରାଲ ହେଉଛି ଫଟୋ appeared first on Dharitri Odia News.

ଜ୍ୟୋତି ମାଲହୋତ୍ରାଙ୍କ ସହ ସାମ୍ନାକୁ ଆସିଲେ ଆଉ ଜଣେ ପାକିସ୍ତାନୀ ଯୁବତୀ, ଭାଇରାଲ ହେଉଛି ଫଟୋ

ଚଣ୍ଡିଗଡ଼,୧୮ା୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣା ହିସାରର ପ୍ରସିଦ୍ଧ ଭ୍ରମଣକାରୀ YouTuber ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ‘ଟ୍ରାଭେଲ ଓ୍ବିଥ୍‌ ଜୋ’ ଟ୍ରାଭେଲ ଚ୍ୟାନେଲ ପାଇଁ ପ୍ରସିଦ୍ଧ ଜ୍ୟୋତିଙ୍କର ୩ ଲକ୍ଷ ୭୭,୦୦୦ରୁ ଅଧିକ ସବ୍‌ସ୍କ୍ରାଇବର୍‌ ଅଛନ୍ତି। ପାକିସ୍ତାନ ଯିବା ପରେ ସେ ଅନେକ ଭିଡିଓ ମଧ୍ୟ ତିଆରି କରିଛନ୍ତି। ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ଜଣେ ପାକିସ୍ତାନୀ ଝିଅ ସହିତ ନଜର ଆସିଛନ୍ତି। ଏହି ପାକିସ୍ତାନୀ ଝିଅର ନାମ ହୀରା ବାତୁଲ।

ଏହି ଭିଡିଓରେ ଦୁହେଁ ପରସ୍ପରକୁ ଭଉଣୀ ବୋଲି ଡାକିଛନ୍ତି। କହିଛନ୍ତି ହିନ୍ଦୁସ୍ତାନୀ-ପାକିସ୍ତାନୀ, ଭଉଣୀ-ଭଉଣୀ। ଆମେ ଭିନ୍ନ ଅଛୁ ବୋଲି ମନେ ହେଉନାହିଁ। ଏହି ବର୍ଷର କୋଡ୍‌ଓ୍ବାର୍ଡ ହେବା ଉଚିତ। ଜ୍ୟୋତି ଇନ୍‌ଷ୍ଟାଗ୍ରାମର ଏହି ଭିଡିଓରେ ହୀରାକୁ ମଧ୍ୟ ଟ୍ୟାଗ୍‌ ବି କରିଛନ୍ତି। ହୀରାଙ୍କ ଇନ୍‌ଷ୍ଟାଗ୍ରାମ ଆଇଡି ଅନୁସାରେ, ସେ ଜଣେ ସାମ୍ବାଦିକା। ଏହି ଭିଡିଓଟି ୧୦ ସପ୍ତାହ ପୁରୁଣା। ଜ୍ୟୋତିଙ୍କୁ ଗିରଫ କରାଯିବା ପରଠାରୁ ଏହି ଭିଡିଓଟି ପୁଣି ଭାଇରାଲ ହେବାରେ ଲାଗିଛି।

ଉତ୍ତର ଭାରତରେ କାର୍ଯ୍ୟ କରୁଥିବା ଏକ କଥିତ ପାକିସ୍ତାନ-ସଂଯୁକ୍ତ ଗୁପ୍ତଚର ନେଟଓ୍ବର୍କର ତଦନ୍ତରେ ଜ୍ୟୋତି ଏବେ ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପାକିସ୍ତାନୀ ଗୋଇନ୍ଦା ସଂସ୍ଥାଗୁଡ଼ିକୁ ଗୁପ୍ତଚର ଏବଂ ସମ୍ବେଦନଶୀଳ ଭାରତୀୟ ସୂଚନା ପ୍ରଦାନ କରିବା ଅଭିଯୋଗରେ ହିସାର ପୋଲିସ ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରିଥିଲା। ଜ୍ୟୋତିଙ୍କ ସ୍ବୀକାରୋକ୍ତି ଏବଂ ଗିରଫଦାରୀ ପରେ, ତାଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡରେ ନିଆଯାଇଥିଲା ଏବଂ ବର୍ତ୍ତମାନ ତାଙ୍କ ମାମଲା ଅଧିକ ତଦନ୍ତ ପାଇଁ ଅର୍ଥନୈତିକ ଅପରାଧ ଶାଖା ନିକଟରେ ଅଛି।

ହିସାର ସିଭିଲ ଲାଇନ୍ସ ଥାନାରେ ସବ୍‌-ଇନ୍ସପେକ୍ଟର ସଞ୍ଜୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏଫ୍‌ଆଇଆର ଅନୁଯାୟୀ, ମାଲହୋତ୍ରା ୨୦୨୩ ମସିହାରେ ତାଙ୍କ ଗସ୍ତ ସମୟରେ ନୂଆଦିଲ୍ଲୀରେ ପାକିସ୍ତାନ ହାଇକମିଶନ (ପିଏଚସି)ର କର୍ମଚାରୀ ଏହସାନ-ଉର-ରହିମ ଓରଫ ଦାନିଶଙ୍କ ସଂସ୍ପର୍ଶରେ ଆସିଥିଲେ। ଦାନିଶ ତାଙ୍କ ହ୍ୟାଣ୍ଡଲର ଭାବରେ କାର୍ଯ୍ୟ କରିଥିଲେ, ତାଙ୍କୁ ପାକିସ୍ତାନୀ ଗୁପ୍ତଚର ଅଧିକାରୀ (ପିଆଇଓ) ସହିତ ପରିଚୟ କରାଇଥିଲେ ଏବଂ ଏନ୍‌କ୍ରିପ୍ଟଡ ପ୍ଲାଟଫର୍ମ ମାଧ୍ୟମରେ ନିୟମିତ ଯୋଗାଯୋଗ ବଜାୟ ରଖିଥିଲେ ବୋଲି ଅଭିଯୋଗ ହୋଇଛି।

ଜ୍ୟୋତି ମାଲହୋତ୍ରା ୨୦୨୩ ରେ ଦୁଇଥର ପାକିସ୍ତାନ ଗସ୍ତ କରିଥିଲେ, ଯେଉଁଠାରେ ସେ ଅଲି ଏହ୍ବାନ, ଶାକିର ଏବଂ ରାଣା ଶେହବାଜଙ୍କ ଭଳି କାର୍ଯ୍ୟକର୍ତ୍ତାଙ୍କୁ ଭେଟିଥିଲେ। ସନ୍ଦେହ ଏଡ଼ାଇବା ପାଇଁ ସେ ‘ଜଟ୍‌ ରନ୍ଧାଓ୍ବା’ ଭଳି ଭିନ୍ନ ଭିନ୍ନ ନାମରେ ସେମାନଙ୍କ ନମ୍ବରଗୁଡ଼ିକୁ ସେଭ୍‌ କରିଥିଲେ। ଏହା ପରେ ସେ ଜଣେ ଗୁପ୍ତଚର ଏଜେଣ୍ଟଙ୍କ ସହ ଇଣ୍ଡୋନେସିଆର ବାଲି ସହର ମଧ୍ୟ ଯାତ୍ରା କରିଥିଲେ, ଯାହା ଦର୍ଶାଏ ଯେ, ସେ କେବଳ ସମ୍ପର୍କରେ ନ ଥିଲେ ବରଂ ଏଥିରେ ଗଭୀର ଭାବରେ ଜଡିତ ଥିଲେ।

The post ଜ୍ୟୋତି ମାଲହୋତ୍ରାଙ୍କ ସହ ସାମ୍ନାକୁ ଆସିଲେ ଆଉ ଜଣେ ପାକିସ୍ତାନୀ ଯୁବତୀ, ଭାଇରାଲ ହେଉଛି ଫଟୋ appeared first on Dharitri Odia News.