ବାଇକ୍‌ ଆଗକୁ ଚାଲିଆସିଲା ବାର୍‌ହା: ବାପ ମୃତ, ପୁଅ ଆହତ

ଛତ୍ରପୁର,୨୭।୩(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ବାଇକ୍‌ ଯୋଗେ ନିଜ ଗାଁରୁ ସହରକୁ ଆସୁଥିଲେ ବାପା ଓ ପୁଅ । ହଠାତ୍‌ ବାଇକ୍‌ ଆଗରେ ପଶିଗଲା ଏକ ବାର୍‌ହା । ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ। ହେଲେ ପୁଅ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ଘଟିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମରେ। ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ଭିକାରିପଲ୍ଲୀ ଗ୍ରାମର ଭରତ ନାହାକ(୬୫)। ସବୁଠୁ ବଡ଼ କଥା ହେଲା, ମୃତ୍ୟୁ ପରେ ତାଙ୍କର […] The post ବାଇକ୍‌ ଆଗକୁ ଚାଲିଆସିଲା ବାର୍‌ହା: ବାପ ମୃତ, ପୁଅ ଆହତ appeared first on Dharitri Odia News.

ବାଇକ୍‌ ଆଗକୁ ଚାଲିଆସିଲା ବାର୍‌ହା: ବାପ ମୃତ, ପୁଅ ଆହତ

ଛତ୍ରପୁର,୨୭।୩(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ବାଇକ୍‌ ଯୋଗେ ନିଜ ଗାଁରୁ ସହରକୁ ଆସୁଥିଲେ ବାପା ଓ ପୁଅ । ହଠାତ୍‌ ବାଇକ୍‌ ଆଗରେ ପଶିଗଲା ଏକ ବାର୍‌ହା । ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ। ହେଲେ ପୁଅ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ଘଟିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମରେ। ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ଭିକାରିପଲ୍ଲୀ ଗ୍ରାମର ଭରତ ନାହାକ(୬୫)। ସବୁଠୁ ବଡ଼ କଥା ହେଲା, ମୃତ୍ୟୁ ପରେ ତାଙ୍କର ଚକ୍ଷୁଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ତାଙ୍କ ପରିବାର ଲୋକେ। ଏନେଇ ତାଙ୍କ ପୁଅ ପିତାମ୍ବର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ ପୁଅ ପିତାମ୍ବର ବାପାଙ୍କୁ ଧରି ଏକ ବାଇକ୍‌ରେ ଯାଉଥିଲେ। ହେଲେ ଗାଁ ନିକଟରେ ଏକ ବାରହା ହଠାତ୍‌ ବାଇକ୍‌ ଆଗକୁ ପଶି ଆସିଥିଲା। ଫଳରେ ସେମାନେ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲ ଆଣିଥିଲେ । ସେଠାରେ ଡାକ୍ତର ବାପା ଭରତଙ୍କୁ ମୃତ ଘୋଷଣା କରିଥିଲେ। ଗ୍ରାମରେ ଦୀର୍ଘ ଦିନ ଧରି ବାର୍‌ହା ଆତଙ୍କ ଲାଗି ରହିଥିବା ବେଳେ ବାରହା ପାଇଁ ଗ୍ରାମବାସୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାର୍‌ହା ପାଇଁ ଜଣଙ୍କ ଜୀବନ ଯାଇଥିବା ଗ୍ରାମବାସୀ ଅଭିଯାଗ କରିଛନ୍ତି। ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କ ସରକାରଙ୍କ ପକ୍ଷରୁ ରେଡ଼କ୍ରସ ପାଣ୍ଟିରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅନ୍ୟପଟେ ଛତ୍ରପୁର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

The post ବାଇକ୍‌ ଆଗକୁ ଚାଲିଆସିଲା ବାର୍‌ହା: ବାପ ମୃତ, ପୁଅ ଆହତ appeared first on Dharitri Odia News.