ପ୍ରତିରକ୍ଷା ମନ୍ତ୍ରୀରୁ ହେବେ ରାଷ୍ଟ୍ରପତି

ଜାକର୍ତ୍ତା,୨୨।୩: ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରୀ ପ୍ରାବୋଓ୍ବୋ ସୁବିଅନ୍ତୋ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଘୋଷିତ ହୋଇଛନ୍ତି। ତାଙ୍କୁ ୫୮.୬ ପ୍ରତିଶତ ଭୋଟ ମିଳିଥିବା ବେଳେ ଜାକର୍ତ୍ତାର ପୂର୍ବତନ ଗଭର୍ନର ଆନିସ୍‌ ବାସ୍ବେଡାନଙ୍କୁ ୨୪.୯ ଏବଂ କେନ୍ଦ୍ରୀୟ ଜାଭାର ପୂର୍ବତନ ଗଭର୍ନର ଗଞ୍ଜର ପ୍ରାନୋଓ୍ବୋଙ୍କୁ ୧୬.୫ ପ୍ରତିଶତ ଭୋଟ ମିଳିଛି। ବିଶ୍ୱର ତୃତୀୟ ବୃହତ୍‌ ଗଣତନ୍ତ୍ର ଇଣ୍ଡୋନେସିଆରେ ବୁଧବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପରାଜିତ ହୋଇଥିବା ଦୁଇ ପୂର୍ବତନ ଗଭର୍ନର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣି ଫଳାଫଳକୁ ଅଦାଲତରେ ଚ୍ୟାଲେଞ୍ଜ […] The post ପ୍ରତିରକ୍ଷା ମନ୍ତ୍ରୀରୁ ହେବେ ରାଷ୍ଟ୍ରପତି appeared first on Dharitri Odia News.

ପ୍ରତିରକ୍ଷା ମନ୍ତ୍ରୀରୁ ହେବେ ରାଷ୍ଟ୍ରପତି

ଜାକର୍ତ୍ତା,୨୨।୩: ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରୀ ପ୍ରାବୋଓ୍ବୋ ସୁବିଅନ୍ତୋ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଘୋଷିତ ହୋଇଛନ୍ତି। ତାଙ୍କୁ ୫୮.୬ ପ୍ରତିଶତ ଭୋଟ ମିଳିଥିବା ବେଳେ ଜାକର୍ତ୍ତାର ପୂର୍ବତନ ଗଭର୍ନର ଆନିସ୍‌ ବାସ୍ବେଡାନଙ୍କୁ ୨୪.୯ ଏବଂ କେନ୍ଦ୍ରୀୟ ଜାଭାର ପୂର୍ବତନ ଗଭର୍ନର ଗଞ୍ଜର ପ୍ରାନୋଓ୍ବୋଙ୍କୁ ୧୬.୫ ପ୍ରତିଶତ ଭୋଟ ମିଳିଛି।

ବିଶ୍ୱର ତୃତୀୟ ବୃହତ୍‌ ଗଣତନ୍ତ୍ର ଇଣ୍ଡୋନେସିଆରେ ବୁଧବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପରାଜିତ ହୋଇଥିବା ଦୁଇ ପୂର୍ବତନ ଗଭର୍ନର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣି ଫଳାଫଳକୁ ଅଦାଲତରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି। ଅତୀତରେ ଜଣେ ଏକଚ୍ଛତ୍ରବାଦୀ ନେତାଭାବେ କ୍ଷମତାର ଦୁରୁପଯୋଗ କରିଥିବା ସୁବିଅନ୍ତୋ ବିଦାୟୀ ରାଷ୍ଟ୍ରପତିଙ୍କ ପୁଅଙ୍କୁ ତାଙ୍କ ରନିଂ ମେଟ୍‌ ବାଛିଛନ୍ତି।

The post ପ୍ରତିରକ୍ଷା ମନ୍ତ୍ରୀରୁ ହେବେ ରାଷ୍ଟ୍ରପତି appeared first on Dharitri Odia News.