ଧୋଇଗଲା ଡାଇଭର୍ସନ ରାସ୍ତା: ବିଦ୍ୟାଳୟକୁ ଯାଇ ନ ପାରି ଅଧାରୁ ଫେରିଲେ ଶିକ୍ଷକ, ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷାରେ ଏକାଧିକ ସମସ୍ୟା ଦେଖାଯାଇଛତ। ଗାଁ ଗାଁରେ ମାଟି ରାସ୍ତାରେ କାଦୁଅ ପଚପଚ ଯୋଗୁ ଯାତାୟାତ ସମ୍ଭବ ହେଉ ନ ଥିବା ବେଳେ ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ପୂର୍ତ୍ତ ବିଭାଗ ରାସ୍ତାର ତିଲୋରୀ ପଞ୍ଚାୟତ ଦେଇ ବହି ଯାଉଥିବା ଗୁମା ନଦୀରେ ବର୍ଷାଜଳ ବୃଦ୍ଧି ପାଇ ପୁଣି ଡାଇଭର୍ସନ ରାସ୍ତାକୁ ଧୋଇଦେବା ସହ ତା’ ଉପରେ ପାଣି ଯାଉଛି। ଫଳରେ ପୁଣି ଉକ୍ତ ବ୍ଲକ ତିଲୋରୀ […] The post ଧୋଇଗଲା ଡାଇଭର୍ସନ ରାସ୍ତା: ବିଦ୍ୟାଳୟକୁ ଯାଇ ନ ପାରି ଅଧାରୁ ଫେରିଲେ ଶିକ୍ଷକ, ଛାତ୍ରୀଛାତ୍ର appeared first on Dharitri Odia News.

ଧୋଇଗଲା ଡାଇଭର୍ସନ ରାସ୍ତା: ବିଦ୍ୟାଳୟକୁ ଯାଇ ନ ପାରି ଅଧାରୁ ଫେରିଲେ ଶିକ୍ଷକ, ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷାରେ ଏକାଧିକ ସମସ୍ୟା ଦେଖାଯାଇଛତ। ଗାଁ ଗାଁରେ ମାଟି ରାସ୍ତାରେ କାଦୁଅ ପଚପଚ ଯୋଗୁ ଯାତାୟାତ ସମ୍ଭବ ହେଉ ନ ଥିବା ବେଳେ ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ପୂର୍ତ୍ତ ବିଭାଗ ରାସ୍ତାର ତିଲୋରୀ ପଞ୍ଚାୟତ ଦେଇ ବହି ଯାଉଥିବା ଗୁମା ନଦୀରେ ବର୍ଷାଜଳ ବୃଦ୍ଧି ପାଇ ପୁଣି ଡାଇଭର୍ସନ ରାସ୍ତାକୁ ଧୋଇଦେବା ସହ ତା’ ଉପରେ ପାଣି ଯାଉଛି। ଫଳରେ ପୁଣି ଉକ୍ତ ବ୍ଲକ ତିଲୋରୀ ପଞ୍ଚାୟତ ସମେତ ବୁଡ଼ାଗୁଡ଼ା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ, ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ଆଦିକୁ ଗାଡ଼ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ତିଲୋରୀ, ବୁଡ଼ାଗୁଡ଼ା ଆଦି ଅଞ୍ଚଳକୁ ଶିକ୍ଷୟିତ୍ରୀଶିକ୍ଷକ, ଛାତ୍ରୀଛାତ୍ର ବିଦ୍ୟାଳୟ ଯାଉଥିବା ବେଳେ ଗୁମା ନଦୀରେ ଯାତାୟାତ ବନ୍ଦ ପାଇଁ ଅଧାରୁ ଫେରିଛନ୍ତି।

ସେହିପରି ସେହି ସବୁ ଅଞ୍ଚଳରୁ ସରକାରୀ ଓ ବେସରକାରୀ କାର୍ଯ୍ୟରେ ସିମନବାଡ଼ି, ଦାରିଙ୍ଗବାଡ଼ିକୁ ଆସୁଥିବା ଲୋକ ବାଟରୁ ନିରାଶରେ ଫେରିଛନ୍ତି। ସେହି ରାସ୍ତାରେ ଏବେ ଆମ୍ବୁଲାନ୍ସ ମଧ୍ୟ ଆସିବା ସମ୍ଭବ ହେଉ ନ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ମାସ ୨୪ ତାରିଖରେ ଉକ୍ତ ଗୁମା ନଦୀର ଡାଇଭର୍ସନ ରୋଡ୍‌କୁ ବର୍ଷାଜଳ ଭସାଇ ନେଇଥିବା ବେଳେ ୨ ଦିନ ପରେ ଚଳାଚଳ ସ୍ବାଭାବିକ ହୋଇଥିଲା। ପୁଣି ଏବେ ଆଉ ଥରେ ଭସାଇ ନେଇଥିବାରୁ ଚିନ୍ତା ବଢ଼ିଛି।

The post ଧୋଇଗଲା ଡାଇଭର୍ସନ ରାସ୍ତା: ବିଦ୍ୟାଳୟକୁ ଯାଇ ନ ପାରି ଅଧାରୁ ଫେରିଲେ ଶିକ୍ଷକ, ଛାତ୍ରୀଛାତ୍ର appeared first on Dharitri Odia News.