ସ୍ୱାସ୍ଥ୍ୟ ପାଇଁ ଭଲ ଶିଡ଼ି ଚଢିବା
ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ବ୍ୟାୟାମର ଖୁବ ଆବଶ୍ୟକତା ରହିଛି । ତେବେ ଖାଲି ଜିମ୍ ଯାଇ ବ୍ୟାୟାମ କରିହେବ ସେପରି ନୁହେଁ, ଘରେ ଶିଢି ଚଢି ମଧ୍ୟ ଆମେ ନିଜ ସ୍ୱାସ୍ଥ୍ୟକୁ ଭଲ ରଖିପାରିବା । ପ୍ରତିଦିନ କିଛି ସମୟ ଶିଢିରେ ଯିବା ଆସିବା କରିବା ଦ୍ୱାରା ଆମେ ଆମର ହାର୍ଟ ହେଲ୍ଥ, ରକ୍ତ ସଞ୍ଚାଳନ, ମାଂସପେଶୀକୁ ଟାଇଟ୍ କରିବା ଆଦି ପାଇ ପାରିବା । ଲିଫ୍ଟ ରେ ଯିବା ବଦଳରେ ସବୁଦିନ ଶିଢିରେ ଯା’ଆସ […]

ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ବ୍ୟାୟାମର ଖୁବ ଆବଶ୍ୟକତା ରହିଛି । ତେବେ ଖାଲି ଜିମ୍ ଯାଇ ବ୍ୟାୟାମ କରିହେବ ସେପରି ନୁହେଁ, ଘରେ ଶିଢି ଚଢି ମଧ୍ୟ ଆମେ ନିଜ ସ୍ୱାସ୍ଥ୍ୟକୁ ଭଲ ରଖିପାରିବା । ପ୍ରତିଦିନ କିଛି ସମୟ ଶିଢିରେ ଯିବା ଆସିବା କରିବା ଦ୍ୱାରା ଆମେ ଆମର ହାର୍ଟ ହେଲ୍ଥ, ରକ୍ତ ସଞ୍ଚାଳନ, ମାଂସପେଶୀକୁ ଟାଇଟ୍ କରିବା ଆଦି ପାଇ ପାରିବା । ଲିଫ୍ଟ ରେ ଯିବା ବଦଳରେ ସବୁଦିନ ଶିଢିରେ ଯା’ଆସ କରନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟରେ ଖୁବ ପରିବର୍ତ୍ତନ ଆଣିବ ।
ଓଜନ ନିୟନ୍ତ୍ରଣ- ଶିଢି ଚଢିବା ଦ୍ୱାରା ଆପଣଙ୍କର ପୂରା ଶରୀରର ୱାର୍କଆଉଟ୍ ହୋଇଥାଏ । ଯାହା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ । ଶିଢି ଚଢିବା ଦ୍ୱାରା ଗୋଡ, ପେଟ ଭଳି ସମସ୍ତ ସ୍ଥାନର ବ୍ୟାୟାମ ଏକା ସହିତ ହୋଇଥାଏ । ଯାହା ଦ୍ୱାରା ଶରୀରରେ ଚର୍ବି ଜମାଟ ବାନ୍ଧି ନଥାଏ ।
ହାର୍ଟ ହେଲ୍ଥ ସୁସ୍ଥ ରହିଥାଏ- ଏହା ଆମର ହାର୍ଟ ହେଲ୍ଥକୁ ସୁସ୍ଥ ରଖିଥାଏ । ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥିବାରୁ ସମଗ୍ର ଶରୀରକୁ ଅମ୍ଳଜାନ ସଠିକ୍ ପରିମାଣରେ ମିଳିଥାଏ । ତେଣୁ ଶିଢି ଚଢିବା ଆମ ହାର୍ଟ ପାଇଁ ଖୁବ ଉପକାରୀ ହୋଇଥାଏ ।
ମାଂସପେଶୀ ଶକ୍ତ ହୋଇଥାଏ- ଶିଢି ଚଢିବା ଦ୍ୱାରା ଆମ ଶରୀରରେ ଚର୍ବିର ମାତ୍ରା କମିଥାଏ । ଯାହା ଆମ ମାଂସପେଶୀକୁ ଶକ୍ତ କରିଥାଏ । ଏହା ଦ୍ୱାରା ଆମ ଷ୍ଟାମିନା ମଧ୍ୟ ବଢିଥାଏ । ମାଂସପେଶୀ ସୁସ୍ଥ ହେବା ଫଳରେ ଆମର ରୋଗପ୍ରତିରୋଧକ ଶକ୍ତି ବଢିଥାଏ । ତେଣୁ ଜଣେ ବ୍ୟକ୍ତି ଓଭରାଲି ଫିଟ୍ ରହିଥାଆନ୍ତି ।
ଷ୍ଟ୍ରେସ କମାଇଥାଏ- ଶିଢି ଚଢିବା ଫଳରେ ଆମକୁ ମାନସିକ ସୁସ୍ଥତା ମଧ୍ୟ ମିଳିଥାଏ । ଏହାଦ୍ୱାରା ଆମର ମୁଡ୍ ଭଲ ହୋଇଥାଏ । ଷ୍ଟ୍ରେସ ଲେବଲ ନିୟନ୍ତ୍ରଣରେ ରହୁଥିବାରୁ ମାନସିକ ସ୍ତରରେ ଆମେ ଖୁସିରେ ରହିଥାଉ ।