ଅପହୃତ ଯବାନଙ୍କ ମୃତଦେହ ଉଦ୍ଧାର

ଜାମ୍ମୁ : ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରୁ ମିଳିଲା ଅପହୃତ ହୋଇଥିବା ଯବାନଙ୍କ ମୃତଦେହ। ଭାରତୀୟ ସେନାର ବରିଷ୍ଠ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି। ଟେରିଟୋରିଆଲ ଆର୍ମିର ୧୬୧ ୟୁନିଟର ଦୁଇ ଯବାନଙ୍କୁ ଅପହରଣ କରିନିଆଯାଇଥିଲା। ଗତ ଅକ୍ଟୋବର ୮ରୁ ଆରମ୍ଭ ହୋଇଥିବା ଅପରେସନ ବେଳେ ଅନନ୍ତନାଗର ଜଙ୍ଗଲ ଇଲାକାରୁ ସେମାନଙ୍କୁ ଅପହରଣ କରିନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଖସିଆସିଥିବାବେଳେ ଅନ୍ୟ ଜଣେ ନିଖୋଜ ଥିଲେ। ଖସିଆସିଥିବା ଯବାନଙ୍କ ଦେହରେ ଦୁଇଟି ଗୁଳି ବାଜିଥିଲେ ବି […]

ଅପହୃତ ଯବାନଙ୍କ ମୃତଦେହ ଉଦ୍ଧାର
ଅପହୃତ ଯବାନଙ୍କ ମୃତଦେହ ଉଦ୍ଧାର

ଜାମ୍ମୁ : ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରୁ ମିଳିଲା ଅପହୃତ ହୋଇଥିବା ଯବାନଙ୍କ ମୃତଦେହ। ଭାରତୀୟ ସେନାର ବରିଷ୍ଠ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି। ଟେରିଟୋରିଆଲ ଆର୍ମିର ୧୬୧ ୟୁନିଟର ଦୁଇ ଯବାନଙ୍କୁ ଅପହରଣ କରିନିଆଯାଇଥିଲା। ଗତ ଅକ୍ଟୋବର ୮ରୁ ଆରମ୍ଭ ହୋଇଥିବା ଅପରେସନ ବେଳେ ଅନନ୍ତନାଗର ଜଙ୍ଗଲ ଇଲାକାରୁ ସେମାନଙ୍କୁ ଅପହରଣ କରିନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଖସିଆସିଥିବାବେଳେ ଅନ୍ୟ ଜଣେ ନିଖୋଜ ଥିଲେ। ଖସିଆସିଥିବା ଯବାନଙ୍କ ଦେହରେ ଦୁଇଟି ଗୁଳି ବାଜିଥିଲେ ବି ସେ ବର୍ତ୍ତି ଯାଇଥିଲେ। ତାଙ୍କୁ ତୁରନ୍ତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ଥିବା ସୂଚନା ମିଳିଛି। ପରେ ଅନ୍ୟ ଜଣେ ନିଖୋଜ ଯବାନଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ ଜାରି ରହିଥିଲା। ଏହି ଅପରେସନରେ ସେନା ଓ ଜମ୍ମୁ ଓ କାଶ୍ମୀର ପୋଲିସ ସାମିଲ ଥିଲେ।

ସୂଚନାନୁସାରେ,ଗତକାଲି ଜମ୍ମୁ-କାଶ୍ମୀରରେ ୨ ଯବାନଙ୍କୁ ଅପହରଣ କରିନେଇଥିଲେ ଆତଙ୍କବାଦୀ। ଅନନ୍ତନାଗ ଜିଲ୍ଲାର କୋକରନାଗ ଶଙ୍ଗସ୍ ଅଞ୍ଚଳରୁ ଅପହରଣ କରି ନେଇଥିବା ସୂଚନା ମିଳିଥିଲା । ନିର୍ବାଚନ ଫଳାଫଳ ଆସିବାର କିଛି ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଏହି କାଣ୍ଡ ଘଟାଇଥିଲେ । ତେବେ ଆତଙ୍କୀଙ୍କ କବଳରୁ ଜଣେ ଯବାନ ଖସି ପଳାଇ ଆସିଥିବା ବେଳେ ଅନ୍ୟଜଣେ ନିଖୋଜ ରହିଥିଲେ ।