ଆମେଥି, ରାଏବରେଲି ଆସନରେ ନିଷ୍ପତ୍ତି ନେବେ ରାହୁଲ, ପ୍ରିୟଙ୍କା
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଆମେଥି ଏବଂ ରାଏବରେଲି ଆସନକୁ ନେଇ କଳ୍ପନା ଜଳ୍ପନା ଜାରି ରହିଥିବାବେଳେ କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ ଆଜି କହିଛନ୍ତି ଏହି ୨ଟି ଆସନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧି ନିଷ୍ପତ୍ତି ନେବେ। ଏହା ସେମାନଙ୍କର ବ୍ୟକ୍ତିଗତ ପସନ୍ଦ ବୋଲି ଜୟରାମ ରମେଶ କହିଛନ୍ତି। ଉଭୟ ରାହୁଲ ଏବଂ ପ୍ରିୟଙ୍କା ହେଉଛନ୍ତି କଂଗ୍ରେସ ଦଳର ତାରକା ପ୍ରଚାରକ ଏବଂ ସେମାନେ ଦେଶବ୍ୟାପୀ ଦୀର୍ଘଦିନ […]

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଆମେଥି ଏବଂ ରାଏବରେଲି ଆସନକୁ ନେଇ କଳ୍ପନା ଜଳ୍ପନା ଜାରି ରହିଥିବାବେଳେ କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ ଆଜି କହିଛନ୍ତି ଏହି ୨ଟି ଆସନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧି ନିଷ୍ପତ୍ତି ନେବେ। ଏହା ସେମାନଙ୍କର ବ୍ୟକ୍ତିଗତ ପସନ୍ଦ ବୋଲି ଜୟରାମ ରମେଶ କହିଛନ୍ତି। ଉଭୟ ରାହୁଲ ଏବଂ ପ୍ରିୟଙ୍କା ହେଉଛନ୍ତି କଂଗ୍ରେସ ଦଳର ତାରକା ପ୍ରଚାରକ ଏବଂ ସେମାନେ ଦେଶବ୍ୟାପୀ ଦୀର୍ଘଦିନ ଧରି ପ୍ରଚାର କରୁଛନ୍ତି। ଖୁବଶୀଘ୍ର ରାଏବରେଲି ଏବଂ ଆମେଥି ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ । ସିଇସି ଉକ୍ତ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଦାୟିତ୍ବ ଦଳର ସଭାପତିଙ୍କୁ ଦେଇଛନ୍ତି। ତେବେ ଆମେ ଚାହୁଛୁ ରାହୁଲ ଗାନ୍ଧି ଆମେଥିରୁ ନିର୍ବାଚନ ଲଢ଼ନ୍ତୁ ଏବଂ ପ୍ରିୟଙ୍କା ଗାନ୍ଧି ରାଏବରେଲିରୁ ନିର୍ବାଚନ ଲଢ଼ନ୍ତୁ।