ପଞ୍ଚମ ପର୍ଯ୍ୟାୟରେ ୫୮ ପ୍ରତିଶତ ମତଦାନ , ଆମେଥି ଓ ରାଏବରେଲି ଉପରେ ସାରା ଦେଶର ନଜର
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଆଜି ୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୪୯ଟି ଲୋକସଭା ଭୋଟ୍ ଗ୍ରହଣ ହୋଇଛି। ପଞ୍ଚମ ପର୍ଯ୍ୟାୟରେ ବିହାରରେ ୫ ଆସନ, ଝାଡ଼ଖଣ୍ଡରେ ୩, ମହାରାଷ୍ଟ୍ରରେ ୧୩, ଓଡ଼ିଶାରେ ୫, ଉତ୍ତରପ୍ରଦେଶରେ (୧୪), ପଶ୍ଚିମବଙ୍ଗ ୭ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଓ ଲଦାଖରେ ଗୋଟିଏ ଲେଖାଏଁ ଆସନରେ ଆଜି ମତଦାନ ଥିଲା। ଆଜିର ଭୋଟ୍ ଗ୍ରହଣ ସହ ମହାରାଷ୍ଟ୍ର ଏବଂ ଲଦାଖରେ ଭୋଟିଂ […]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଆଜି ୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୪୯ଟି ଲୋକସଭା ଭୋଟ୍ ଗ୍ରହଣ ହୋଇଛି। ପଞ୍ଚମ ପର୍ଯ୍ୟାୟରେ ବିହାରରେ ୫ ଆସନ, ଝାଡ଼ଖଣ୍ଡରେ ୩, ମହାରାଷ୍ଟ୍ରରେ ୧୩, ଓଡ଼ିଶାରେ ୫, ଉତ୍ତରପ୍ରଦେଶରେ (୧୪), ପଶ୍ଚିମବଙ୍ଗ ୭ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଓ ଲଦାଖରେ ଗୋଟିଏ ଲେଖାଏଁ ଆସନରେ ଆଜି ମତଦାନ ଥିଲା। ଆଜିର ଭୋଟ୍ ଗ୍ରହଣ ସହ ମହାରାଷ୍ଟ୍ର ଏବଂ ଲଦାଖରେ ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି। ଏଥିସହ ୫୪୩ ଆସନରୁ ମୋଟ୍ ୪୨୮ ଆସନରେ ଭୋଟ୍ ଗ୍ରହଣ ଶେଷ ହେଲା। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୫୭.୫୨ ପ୍ରତିଶତ ମତଦାନ ହୋଇଛି। ପଞ୍ଚମ ପର୍ଯ୍ୟାୟରେ ଅଧିକାଂଶ ହାଇ ପ୍ରୋଫାଇଲ୍ ଆସନ ଅଛି। ଭୋଟ୍ ଗ୍ରହଣ ହୋଇଥିବା ୪୯ ଆସନ ମଧ୍ୟରୁ ବିଜେପି ୨୦୧୯ରେ ୩୨ ଆସନରେ ଜିତିଥିଲା। ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ିଥିବା ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ୍ (ମୁମ୍ବାଇ ନର୍ଥ୍), ସ୍ମୃତି ଇରାନୀ (ଆମେଥି), ରାଜନାଥ ସିଂହ (ଲକ୍ଷ୍ନୌ)। ବିରୋଧୀଙ୍କ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ରାଏବରେଲି ଆସନରୁ ଲଢ଼ୁଛନ୍ତି। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସରନ ଆସନରେ ବିଜେପିର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଜୀବ ପ୍ରତାପ ରୁଡ଼ିଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ଜମ୍ମୁ କାଶ୍ମୀରର ବାରମୂଳାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏନ୍ସି ମୁଖ୍ୟ ଓମାର ଅବଦୁଲ୍ଲା ପିଡିପିର ଫୟଜ ଏ ମିର, ପିପୁଲ୍ସ କନଫରେନ୍ସ ମୁଖ୍ୟ ସଜାଦ ଘନି ଲୋନ୍ଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ପଞ୍ଚମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି। ପଶ୍ଚିମବଙ୍ଗରେ ବିଭିନ୍ନ ସ୍ଥାନରେ ହିଂସା ହୋଇଥିବା ଜଣାପଡ଼ିଛି। ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ତ୍ତରପ୍ରଦେଶର ଆମେଥି ଏବଂ ରାଏବରେଲି ଆସନ ଉପରେ ସମସ୍ତଙ୍କ ନଜର ରହିଛି।