୫.୮ କୋଟି ରାଶନ କାର୍ଡ ରଦ୍ଦ କଲେ ସରକାର, ଲିଷ୍ଟରେ ଆପଣଙ୍କ ନାଁ ନାହିଁ ତ? ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୧।୧୧: ଭାରତରେ ଗରିବ ଅଭାବୀ ଲୋକଙ୍କୁ ସରକାର ରାଶନ କାର୍ଡ ପ୍ରଦାନ କରୁଛନ୍ତି। ଭାରତରେ କୋଟି କୋଟି ରାଶନ କାର୍ଡଧାରୀ ଅଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର କମ୍‌ ମୂଲ୍ୟରେ ଲୋକଙ୍କୁ ରାଶନ କାର୍ଡ ମାଧ୍ୟମରେ ରାଶନ ପ୍ରଦାନ କରୁଛନ୍ତି। କିନ୍ତୁ ନିକଟରେ ରାଶନ କାର୍ଡଧାରୀଙ୍କ ପାଇଁ ଏକ ବହୁତ ବଡ ଖବର ଆସିଛି । ଭାରତ ସରକାର ପ୍ରାୟ ୫.୮ କୋଟିର ରାଶନ କାର୍ଡ ରଦ୍ଦ କରିଛନ୍ତି। କେଉଁ କାରଣରୁ ସରକାର ଏହି […] The post ୫.୮ କୋଟି ରାଶନ କାର୍ଡ ରଦ୍ଦ କଲେ ସରକାର, ଲିଷ୍ଟରେ ଆପଣଙ୍କ ନାଁ ନାହିଁ ତ? ଏମିତି କରନ୍ତୁ ଚେକ୍‌ appeared first on Dharitri Odia News.

୫.୮ କୋଟି ରାଶନ କାର୍ଡ ରଦ୍ଦ କଲେ ସରକାର, ଲିଷ୍ଟରେ ଆପଣଙ୍କ ନାଁ ନାହିଁ ତ? ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୧।୧୧: ଭାରତରେ ଗରିବ ଅଭାବୀ ଲୋକଙ୍କୁ ସରକାର ରାଶନ କାର୍ଡ ପ୍ରଦାନ କରୁଛନ୍ତି। ଭାରତରେ କୋଟି କୋଟି ରାଶନ କାର୍ଡଧାରୀ ଅଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର କମ୍‌ ମୂଲ୍ୟରେ ଲୋକଙ୍କୁ ରାଶନ କାର୍ଡ ମାଧ୍ୟମରେ ରାଶନ ପ୍ରଦାନ କରୁଛନ୍ତି। କିନ୍ତୁ ନିକଟରେ ରାଶନ କାର୍ଡଧାରୀଙ୍କ ପାଇଁ ଏକ ବହୁତ ବଡ ଖବର ଆସିଛି । ଭାରତ ସରକାର ପ୍ରାୟ ୫.୮ କୋଟିର ରାଶନ କାର୍ଡ ରଦ୍ଦ କରିଛନ୍ତି। କେଉଁ କାରଣରୁ ସରକାର ଏହି ରାଶନ କାର୍ଡ ରଦ୍ଦ କରିଛନ୍ତି? ଲିଷ୍ଟରେ ଆପଣଙ୍କର ନାମ ନାହିଁ ତ? ତେବେ ଆସନ୍ତୁ ଜାଣିବା କେମିତି ଚେକ୍‌ କରିବା…

କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ରାଶନ କାର୍ଡଧାରୀଙ୍କୁ ଏହି ସୂଚନା ପ୍ରଦାନ କରିସାରିଛନ୍ତି ଯେ, E-KYC କାର୍ଯ୍ୟ କରିବା ସମସ୍ତଙ୍କ ପାଇଁ ଆବଶ୍ୟକ ଅଟେ। ଏଥିପାଇଁ ସମୟସୀମା ମଧ୍ୟ ସ୍ଥିର କରାଯାଇଥିଲା। କିନ୍ତୁ ଅନେକ ରାଶନ କାର୍ଡଧାରୀମାନେ ସେମାନଙ୍କର KYC କରିନାହାନ୍ତି। ବାସ୍ତବରେ ଦେଶର ଅନେକ ଲୋକ ନକଲି ରାଶନ କାର୍ଡ ତିଆରି କରି ସରକାରଙ୍କ ଖାଦ୍ୟ ଯୋଜନାର ଲାଭ ଉଠାଉଥିଲେ।

ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଖାଦ୍ୟ ମନ୍ତ୍ରଣାଳୟ ଦ୍ୱାରା ଦେଶର ୫.୮ କୋଟି ନକଲି ରାଶନ କାର୍ଡ ବାତିଲ କରାଯାଇଛି। ଡିଜିଟାଇଜେଶନ ଯୋଗୁ ଭାରତର ଜନସାଧାରଣ ବିତରକ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଛି। ନକଲି ରାଶନ କାର୍ଡ ଧାରକମାନଙ୍କୁ ଚିହ୍ନଟ କରିବା ଏହା ଅଧିକ ସହଜ କରିଛି।

The post ୫.୮ କୋଟି ରାଶନ କାର୍ଡ ରଦ୍ଦ କଲେ ସରକାର, ଲିଷ୍ଟରେ ଆପଣଙ୍କ ନାଁ ନାହିଁ ତ? ଏମିତି କରନ୍ତୁ ଚେକ୍‌ appeared first on Dharitri Odia News.