ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଆଜି ସକାଳୁ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଉଦ୍ଧାରଙ୍କ ମଧ୍ୟରେ ୩ ମହିଳା ଓ ୩ ନାବାଳକ ଥିବା ସୂଚନା ମିଳିଛି। ଗତକାଲି ଜଣଙ୍କର ମୃତଦେହ ମିଳିଥିବାବେଳେ ବର୍ତ୍ତମାନ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ସୀମାନ୍ତ ଛତିଶଗଡ କୋରବା ଜିଲା ଟପରା […] The post ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି appeared first on Dharitri Odia News.

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଆଜି ସକାଳୁ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଉଦ୍ଧାରଙ୍କ ମଧ୍ୟରେ ୩ ମହିଳା ଓ ୩ ନାବାଳକ ଥିବା ସୂଚନା ମିଳିଛି। ଗତକାଲି ଜଣଙ୍କର ମୃତଦେହ ମିଳିଥିବାବେଳେ ବର୍ତ୍ତମାନ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି।

ସୂଚନା ଅନୁଯାୟୀ, ସୀମାନ୍ତ ଛତିଶଗଡ କୋରବା ଜିଲା ଟପରା ଗାଁର ୬୦ ଜଣ ଲୋକ ବରଗଡ ଜିଲା ବାଞ୍ଜିପାଲିସ୍ଥିତ ପଥରସେଣୀ ମନ୍ଦିରକୁ ଯାଇଥିଲେ। ସେଠାରେ ସେମାନେ ମାନସିକ ସାରି ଫେରିବା ବେଳେ ଶରଧା ଘାଟରୁ ପ୍ରାୟ ୧କିମି ଦୂରରେ ଡଙ୍ଗାଟି ଓଲଟି ପଡିଥିଲା। ଡଙ୍ଗାର ଉଭୟ ପାଶର୍‌ବରେ ବସିଥିବା ଲୋକେ ପହଁରିବାକୁ ଉଦ୍ୟମ କରିଥିବା ବେଳେ ସ୍ଥାନୟୀ ମତ୍ସ୍ୟଜୀବୀମାନଙ୍କ ଦ୍ବାରା ଉଦ୍ଧାର ହୋଇଥିଲେ।

The post ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି appeared first on Dharitri Odia News.