ନବୀନ ନିବାସକୁ ଇସ୍ତଫାପତ୍ର ପଠାଇଲେ ବ୍ରହ୍ମପୁରର ୨୧ କର୍ପୋରେଟର
ବ୍ରହ୍ମପୁର,୧୯।୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି)ରେ ବିଜେଡିର ୨ କର୍ପୋରେଟର ଗୋଷ୍ଠୀ ମଧ୍ୟରେ ବିବାଦ ଥମୁ ନ ଥିବା ବେଳେ ଏବେ ଗୋଟିଏ ଗୋଷ୍ଠୀ ଦଳର ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପଠାଇଥିବାରୁ ରାଜନୀତି ସରଗରମ ହୋଇଛି। ଶନିବାର ଗୋଟିଏ କର୍ପୋରେଟର ଗୋଷ୍ଠୀ କର୍ପୋରେଶନ ବୈଠକ ଆସନ୍ତା ୨୧ ତାରିଖରେ କରିବା ନେଇ ମେୟର ସଂଘମିତ୍ରା ଦଳେଇଙ୍କ ନିକଟରେ ଦାବି କରିଥିଲେ। କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମ ଥିବାରୁ ବୈଠକ ୨୯ ତାରିଖରେ ହେବ ବୋଲି ମେୟର କହିଥିଲେ। […] The post ନବୀନ ନିବାସକୁ ଇସ୍ତଫାପତ୍ର ପଠାଇଲେ ବ୍ରହ୍ମପୁରର ୨୧ କର୍ପୋରେଟର appeared first on Dharitri Odia News.
ବ୍ରହ୍ମପୁର,୧୯।୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି)ରେ ବିଜେଡିର ୨ କର୍ପୋରେଟର ଗୋଷ୍ଠୀ ମଧ୍ୟରେ ବିବାଦ ଥମୁ ନ ଥିବା ବେଳେ ଏବେ ଗୋଟିଏ ଗୋଷ୍ଠୀ ଦଳର ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପଠାଇଥିବାରୁ ରାଜନୀତି ସରଗରମ ହୋଇଛି। ଶନିବାର ଗୋଟିଏ କର୍ପୋରେଟର ଗୋଷ୍ଠୀ କର୍ପୋରେଶନ ବୈଠକ ଆସନ୍ତା ୨୧ ତାରିଖରେ କରିବା ନେଇ ମେୟର ସଂଘମିତ୍ରା ଦଳେଇଙ୍କ ନିକଟରେ ଦାବି କରିଥିଲେ। କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମ ଥିବାରୁ ବୈଠକ ୨୯ ତାରିଖରେ ହେବ ବୋଲି ମେୟର କହିଥିଲେ। ବୈଠକ ପ୍ରତି ମାସରେ କେଉଁ କାରଣରୁ ଠିକ ସମୟରେ ହେଉ ନାହିଁ ବୋଲି ଉକ୍ତ ଗୋଷ୍ଠୀ ପ୍ରଶ୍ନ କରିଥିଲେ। ଠିକ ସମୟରେ ବୈଠକ କରା ନ ଗଲେ ଦଳରୁ ସମୂହ ଇସ୍ତଫା ଦେବା ପାଇଁ ଚେତାବନୀ ଦେଇଥିଲେ। ପରେ ୨୧ ଜଣ କର୍ପୋରେଟର ସେମାନଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇଥିଲେ। ଅପରାହ୍ନରେ ଗଞ୍ଜାମ ଜିଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଆପୋସ ବୁଝାମଣା ପାଇଁ ନବୀନ ନିବାସରୁ ଫୋନ ଆସିଥିବା ସୂଚନା ମିଳିଛି। ଜିଲା ସଭାପତି ଉଭୟ କର୍ପୋରେଟର ଗୋଷ୍ଠୀ ଓ ମେୟରଙ୍କୁ ଆଲୋଚନା ପାଇଁ ଡାକିଥିଲେ। ସନ୍ଧ୍ୟାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବାସଭବନରେ ଆପୋଷ ବୁଝାମଣା ପାଇଁ ବୈଠକ ବସି ସମସ୍ୟା ସମାଧାନ ପାଇଁ ପ୍ରୟାସ କରାଯାଉଥିବା ସୂଚନା ମିଳିଛି।
The post ନବୀନ ନିବାସକୁ ଇସ୍ତଫାପତ୍ର ପଠାଇଲେ ବ୍ରହ୍ମପୁରର ୨୧ କର୍ପୋରେଟର appeared first on Dharitri Odia News.