ଦେଢ଼ ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଲେ ସମ୍ବିତ ପାତ୍ର, କହିଲେ ‘ପ୍ରଥମେ ମତଦାନ, ପରେ ଜଳପାନ’
ପୁରୀ,୨୫।୫: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂ ଅନୁଷ୍ଠିତ ହେଉଛି। ରାଜ୍ୟର ୬ ଲୋକ ସଭା ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ କରାଯାଉଛି। ଏହି କ୍ରମରେ ପୁରୀର ୭୭ନଂ ବୁଥ୍ରେ ନିଜର ମତ ସାବ୍ୟସ୍ତ କରିଛନ୍ତି ଲୋକ ସଭା ଭାଜପା ପ୍ରାର୍ଥୀ ଡା.ସମ୍ବିତ ପାତ୍ର। ଇଭିଏମ୍ ମେଶିନ ଖରାପ ହେବା ଯୋଗୁ ବୁଥ ବାହାରେ ଧାଡ଼ିରେ ପାଖାପାଖି ଦେଢ ଘଣ୍ଟା ଛିଡ଼ା ହେବା ପରେ ସେ ନିଜର ଭୋଟ […] The post ଦେଢ଼ ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଲେ ସମ୍ବିତ ପାତ୍ର, କହିଲେ ‘ପ୍ରଥମେ ମତଦାନ, ପରେ ଜଳପାନ’ appeared first on Dharitri Odia News.
ପୁରୀ,୨୫।୫: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂ ଅନୁଷ୍ଠିତ ହେଉଛି। ରାଜ୍ୟର ୬ ଲୋକ ସଭା ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ କରାଯାଉଛି। ଏହି କ୍ରମରେ ପୁରୀର ୭୭ନଂ ବୁଥ୍ରେ ନିଜର ମତ ସାବ୍ୟସ୍ତ କରିଛନ୍ତି ଲୋକ ସଭା ଭାଜପା ପ୍ରାର୍ଥୀ ଡା.ସମ୍ବିତ ପାତ୍ର। ଇଭିଏମ୍ ମେଶିନ ଖରାପ ହେବା ଯୋଗୁ ବୁଥ ବାହାରେ ଧାଡ଼ିରେ ପାଖାପାଖି ଦେଢ ଘଣ୍ଟା ଛିଡ଼ା ହେବା ପରେ ସେ ନିଜର ଭୋଟ ଦେଇଛନ୍ତି। ଏହାପରେ ସେ ଅନ୍ୟମାନଙ୍କୁ ମତଦାନ କରିବାକୁ ମଧ୍ୟ ଅପିଲ କରିଛନ୍ତି।
ସମ୍ବିତ କହିଛନ୍ତି, ଦେଶକୁ ବିକଶିତ ଓ ସୁଦୃଢ଼ କରିବାକୁ ଭୋଟ ଦିଅନ୍ତୁ। ଗଣତନ୍ତ୍ର ଏହି ମହାପର୍ବରେ ସମସ୍ତେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରନ୍ତୁ। ତେବେ ଇଭିଏମ୍ ତ୍ରୁଟି ଯୋଗୁ ଉକ୍ତ ବୁଥରେ ଭୋଟରଙ୍କୁ ଭୋଟ ଦେବାକୁ ଅଧିକ ଦେଢ଼ ଘଣ୍ଟା ଦିଆଯିବ ବୋଲି ମଧ୍ୟ ସେ ସୁନିଶ୍ଚିତ କରିଛନ୍ତି।
ଏହାଛଡ଼ା ସେ ଏକ୍ସରେ ମଧ୍ୟ ଏକ ପୋଷ୍ଟ କରି ସଶକ୍ତ, ସୁରକ୍ଷିତ, ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ତଥା ଶକ୍ତିଶାଳୀ ଭାରତ ନିର୍ମାଣ ନିମନ୍ତେ ନିଜର ଗଣତାନ୍ତ୍ରିକ ଅଧିକାର ଏବଂ କର୍ତ୍ତବ୍ୟକୁ ନିର୍ବାହ କରିବାକୁ କହିଛନ୍ତି। ପ୍ରଥମେ ମତଦାନ, ତା’ ପରେ ଜଳପାନ ବୋଲି ସେମାନେ କହୁଥିବା ଦେଖାଯାଇଛି।
ସଶକ୍ତ, ସମୃଦ୍ଧ, ସୁରକ୍ଷିତ ଏବଂ ବିକଶିତ ଓଡ଼ିଶା ତଥା ଶକ୍ତିଶାଳୀ ଭାରତ ନିର୍ମାଣ ନିମନ୍ତେ ଆଜି ମୁଁ ପୁରୀର ୭୭ ନମ୍ୱର୍ ବୁଥ୍ ରେ ମତଦାନ କରି ନିଜର ଗଣତାନ୍ତ୍ରିକ ଅଧିକାର ଏବଂ କର୍ତ୍ତବ୍ୟକୁ ନିର୍ବାହନ୍ କଲି ।
ଆପଣ ସମସ୍ତେ ମଧ୍ୟ ନିଶ୍ଚିତ ମତଦାନ କରନ୍ତୁ ଏବଂ ମନେ ରଖନ୍ତୁ, ପ୍ରଥମେ ମତଦାନ ତା’ପରେ ଜଳପାନ।#LokSabhaElections2024 pic.twitter.com/SxK56Jocmk
— Sambit Patra (Modi Ka Parivar) (@sambitswaraj) May 25, 2024
ପ୍ରକାଶ ଯେ, ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳଠାରୁ ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ ବୁଥ୍ମାନଙ୍କରେ ଭୋଟରମାନେ ଭିଡ ଲଗାଇଥିବା ଦେଖାଯାଇଛି।
The post ଦେଢ଼ ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଲେ ସମ୍ବିତ ପାତ୍ର, କହିଲେ ‘ପ୍ରଥମେ ମତଦାନ, ପରେ ଜଳପାନ’ appeared first on Dharitri Odia News.