ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଓ ଚିତ୍ରକଳା ପ୍ରଦର୍ଶନୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପରିସରରେ ବିଜ୍ଞାନ ମେଳା ଓ ଚିତ୍ରକଳା ପ୍ରଦର୍ଶନୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମାରୋହରେ ସମ୍ମାନିତ ଅତିଥି ଭାବେ ଲିପୁନ ରଞ୍ଜନ ପ୍ରଧାନ ସେବାଶ୍ରମ ଉଚ୍ଚ ବିଦ୍ୟାଳୟ ବାଟାଗୁଡା, ନିର୍ମଳ ପାଣ୍ଡେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଡଗାଁ, ଶୁଭେନ୍ଦୁ ମୋହନ ଶ୍ରୀଚନ୍ଦନ ନାୟକ ଓଡିଶା ଆଦର୍ଶ ବିଦ୍ୟାଳୟ ବାଲିଗୁଡା, ଦେବବ୍ରତ ସିଂଦେଓ ବରିଷ୍ଠ କ୍ରୀଡ଼ାବିତ, ବିଦ୍ୟାଳୟର ସମ୍ପାଦକ ସେକ […] The post ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଓ ଚିତ୍ରକଳା ପ୍ରଦର୍ଶନୀ appeared first on Odisha.News.

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପରିସରରେ ବିଜ୍ଞାନ ମେଳା ଓ ଚିତ୍ରକଳା ପ୍ରଦର୍ଶନୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମାରୋହରେ ସମ୍ମାନିତ ଅତିଥି ଭାବେ ଲିପୁନ ରଞ୍ଜନ ପ୍ରଧାନ ସେବାଶ୍ରମ ଉଚ୍ଚ ବିଦ୍ୟାଳୟ ବାଟାଗୁଡା, ନିର୍ମଳ ପାଣ୍ଡେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଡଗାଁ, ଶୁଭେନ୍ଦୁ ମୋହନ ଶ୍ରୀଚନ୍ଦନ ନାୟକ ଓଡିଶା ଆଦର୍ଶ ବିଦ୍ୟାଳୟ ବାଲିଗୁଡା, ଦେବବ୍ରତ ସିଂଦେଓ ବରିଷ୍ଠ କ୍ରୀଡ଼ାବିତ, ବିଦ୍ୟାଳୟର ସମ୍ପାଦକ ସେକ ସାଦିକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ କରି ପ୍ରଦର୍ଶନୀର ଶୁଭାରମ୍ଭ କରିଥିଲେ l ଉକ୍ତ ମେଳାରେ ମୋଟ ୪୦ ଟି ବିଜ୍ଞାନ ପ୍ରକଳ୍ପ ଓ ୪୯ ଟି ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା l ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଶ୍ରୀ ସ୍ମିତାରାଣୀ ବେହେରା ଓ ସୁଶ୍ରୀ ଭବାନୀ ଦେବୀ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ l ସମ୍ମାନିତ ଅତିଥି ବୃନ୍ଦ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବିଜ୍ଞାନ ଓ କଳାର ମହତ୍ୱ ବ୍ୟାଖ୍ୟା କରିଥିଲେ ଓ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିପ୍ରଭା ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ଓ ଅଭିଭାବକ ମାନଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା l
The post ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଓ ଚିତ୍ରକଳା ପ୍ରଦର୍ଶନୀ appeared first on Odisha.News.