ବୁର୍ଲା ରକ୍ତଭଣ୍ଡାରରେ ରକ୍ତ ଖାଲି,କାମ କରୁଛନ୍ତି ସମାଜସେବୀ

ସମ୍ବଲପୁର:ବୁର୍ଲା ରକ୍ତଭଣ୍ଡାରରେ ରକ୍ତ ନାହିଁ।ରକ୍ତର ଘୋର ଅଭାବ ଦେଖାଦେଇଛି।ଏପରିକି ନିୟମିତ ରକ୍ତ ନେଉଥିବା ଥାଲାସେମିଆ, ସିକିଲସେଲ ଓ ଗୁରୁତର ଆହତ ବା ରୋଗୀମାନଙ୍କୁ ମଧ୍ୟ ମିଲୁନି ରକ୍ତ।ଏଭଳି ପରିସ୍ଥିତିରେ ଜୀବନ ରକ୍ଷା ପାଇଁ ଆଜି ଜଣେ ସମାଜସେବୀ ରକ୍ତ ସଂଗ୍ରହ ପାଇଁ ନିଜର ପରାକାଷ୍ଠା ଦେଖାଇଥିବା ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ସମାଜସେବୀ ରାମଦାସ ପଣ୍ଡାଙ୍କ ପ୍ରୟାସ ଯୋଗୁଁ ଆଜି ବୁର୍ଲା ରକ୍ତ ଭଣ୍ଡାରକୁ ମିଳିଛି ‍୧୩ ୟୁନିଟ ରକ୍ତ।ସମ୍ବଲପୁର ସହର ରେମେଡ଼ ସ୍ଥିତ କ୍ରାନ୍ତି କ୍ଲବର […] The post ବୁର୍ଲା ରକ୍ତଭଣ୍ଡାରରେ ରକ୍ତ ଖାଲି,କାମ କରୁଛନ୍ତି ସମାଜସେବୀ appeared first on Odisha.News.

ବୁର୍ଲା ରକ୍ତଭଣ୍ଡାରରେ ରକ୍ତ ଖାଲି,କାମ କରୁଛନ୍ତି ସମାଜସେବୀ

ସମ୍ବଲପୁର:ବୁର୍ଲା ରକ୍ତଭଣ୍ଡାରରେ ରକ୍ତ ନାହିଁ।ରକ୍ତର ଘୋର ଅଭାବ ଦେଖାଦେଇଛି।ଏପରିକି ନିୟମିତ ରକ୍ତ ନେଉଥିବା ଥାଲାସେମିଆ, ସିକିଲସେଲ ଓ ଗୁରୁତର ଆହତ ବା ରୋଗୀମାନଙ୍କୁ ମଧ୍ୟ ମିଲୁନି ରକ୍ତ।ଏଭଳି ପରିସ୍ଥିତିରେ ଜୀବନ ରକ୍ଷା ପାଇଁ ଆଜି ଜଣେ ସମାଜସେବୀ ରକ୍ତ ସଂଗ୍ରହ ପାଇଁ ନିଜର ପରାକାଷ୍ଠା ଦେଖାଇଥିବା ବାସ୍ତବ ଚିତ୍ର ସାମ୍ନାକୁ ଆସିଛି।
ସମାଜସେବୀ ରାମଦାସ ପଣ୍ଡାଙ୍କ ପ୍ରୟାସ ଯୋଗୁଁ ଆଜି ବୁର୍ଲା ରକ୍ତ ଭଣ୍ଡାରକୁ ମିଳିଛି ‍୧୩ ୟୁନିଟ ରକ୍ତ।ସମ୍ବଲପୁର ସହର ରେମେଡ଼ ସ୍ଥିତ କ୍ରାନ୍ତି କ୍ଲବର ତେଜରାମ ଭୋଇଙ୍କୁ ରକ୍ତର ଆବଶ୍ୟକ ପଡିଥିଲା।ତେଜରାମଙ୍କୁ ରକ୍ତଦାନ କରିବା ପାଇଁ ଅନୁରୋଧ କରିଥିଲେ ରାମଦାସ ସେହି କ୍ଲବର ସଦସ୍ୟ ମାନଙ୍କୁ। କ୍ଲବର ୧୩ ଜଣ ସଦସ୍ୟ ବର୍ଷା ହେବା ସତ୍ତ୍ୱେ ବୁର୍ଲା ରକ୍ତ ଭଣ୍ଡାରକୁ ଯାଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ନିଜ ସଂଘ ସଦସ୍ୟଙ୍କୁ ରକ୍ତ ଦେବା ସହ ଅନ୍ୟ ମାନଙ୍କ ପାଇଁ ମଧ୍ୟ ରକ୍ତଦାନ କରି ନିଜର ଉତ୍ସର୍ଗିତ ମନୋଭାବ ପ୍ରଦର୍ଶନ କରି ସମାଜ ପାଇଁ ସାଜିଛନ୍ତି ଅନନ୍ୟ ଉଦାହରଣ। ରକ୍ତର ସଂକଟ ପରିସ୍ଥିତି ସମୟରେ ତେଜରାମ ଭୋଇ,କିଶୋର କୁମାର, ଅରୁଣ ପ୍ରଧାନ,ଭୀଷ୍ମଦେବ ପରିଡା, ବନମାଳି ନାଗ, ଦନାର୍ଦନ ମଲ୍ଲିକ,କୈଳାସ ପରିଡା,ମଧୁ ପରିଡା,ସୋମ୍ୟରଞ୍ଜନ ସାହୁ, ରାଜେଶ ପ୍ରଧାନ, ଭୀମ କୋକବାଗ, ମୁକେଶ ପ୍ରଧାନ ଏବଂ ସିପୁ ନାୟକ ନିଜ ସୁବିଧାରେ ଯାଇ ରକ୍ତଦାନ କରି ସମାଜକୁ ଦେଇଛନ୍ତି ନୂଆଁ ଉଦାହରଣ।ରକ୍ତଭଣ୍ଡାରର ଦେବାଶିଷ ମିଶ୍ର ଏବଂ ମଣ୍ଟୁ ପ୍ରଧାନ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।ସମସ୍ତ ରକ୍ତଦାତା ମାନଙ୍କୁ ମାନପତ୍ର ଏବଂ ଟି ସାର୍ଟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏଭଳି ମହନୀୟ କାର୍ଯ୍ୟରେ ରକ୍ତଦାତାଙ୍କ ଆନ୍ତରିକତା ସେବା ମନୋଭାବକୁ ରାମଦାସ ସାଧୁବାଦ ଜଣାଇଥିବା ବେଳେ ରକ୍ତ ଦାନ ପାଇଁ ଯୁବ ସମାଜ ଆଗେଇ ଆସିବାକୁ ଏକ ପ୍ରକାର ଜନଚେତନା ସୃଷ୍ଟି କରାଇବା ଦିଗରେ ତାଙ୍କ ଭୂମିକା ଏକ ଅନନ୍ୟ ଉଦାହରଣ।
ଏଠାରେ ସୂଚନା ଯୋଗ୍ୟଯେ ବୁର୍ଲା ଭିମସାରକୁ ପୁରା ପଶ୍ଚିମ ଓଡିଶା ସହିତ ପଡୋଶୀ ଛତିଶଗଡ଼ ଓ ଝାଡଖଣ୍ତ ରାଜ୍ୟରୁ ଚିକିତ୍ସା ପାଇଁ ରୋଗୀମାନେ ଆସୁଥିବାରୁ ରକ୍ତ ଭଣ୍ଡାରରେ ରକ୍ତ ମହଜୁଦ ରହିବା କଥା।ଏଥିପାଇଁ ରକ୍ତଭଣ୍ଡାର କର୍ତ୍ତୃପକ୍ଷ କେବଳ ଚିଠି ଲେଖି ଦେଇ ଚୁପ୍ ଚାପ୍ ବସି ପଡିଲେ ହେବ ନାହିଁ।ବରଂ ରକ୍ତଦାନ ଶିବିର ଆୟୋଜନ କାରୀଙ୍କୁ ଯଥା ସମୟରେ ଉଚିତ ସମ୍ମାନ ଦେବାର ମଧ୍ୟ ଆବଶ୍ୟକତା ରହିଛି।ଯାହା ଫଳରେ ରକ୍ତଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ମାନେ ଆଗେଇ ଆସିବା ବାଟ ସୁଗମ ହେବ।

The post ବୁର୍ଲା ରକ୍ତଭଣ୍ଡାରରେ ରକ୍ତ ଖାଲି,କାମ କରୁଛନ୍ତି ସମାଜସେବୀ appeared first on Odisha.News.